Posted inଫୁରସତ

ଭକ୍ତମାନେ ଗଣେଶଙ୍କୁ ଦେଉଛନ୍ତି ଚିଠି

ଲକ୍ଷ୍ନୌ: ଜ୍ଞାନକୌଶଳର ବିକାଶ ଏବେ ଡାକ ବିଭାଗର ଚିଠି ବୋଝ କମାଇ ଦେଇଛି, କିନ୍ତୁ ପ୍ରଭୁ ବିଘ୍ନନାଶକ ଶ୍ରୀଗଣେଶଙ୍କ ପାଖକୁ ଆସୁଛି ବସ୍ତା ବସ୍ତା ଚିଠି। ଏମିତିକା ଚିଠି ଦେଉଛନ୍ତି ଭକ୍ତମାନେ। ଲକ୍ଷ୍ନୌର ଅଧା ଡଜନ ପୂଜା ମଣ୍ଡପରେ ଏଭଳି ଚିଠି ମିଳିଛି ଶ୍ରୀଗଣେଶଙ୍କୁ। ମଣ୍ଡପରେ ଶ୍ରୀଗଣେଶଙ୍କୁ ‘ମନୌତିୟୋଁ କି ରାଜା’ (ଇଚ୍ଛା ବା କାମନାର ରାଜା) ବୋଲି କୁହାଯାଏ। ତାଙ୍କ ପାଖରେ ଯେକୌଣସି ସମସ୍ୟାର ସମାଧାନ ପାଇଁ ଚିଠି ଲେଖି ଜଣାଇଲେ ତାହା ପୂରଣ ହୋଇଯାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ଏହି ଚିଠି ଲେଖି ସେଠାରେ ରଖାଯାଇଥିବା ବାକ୍ସ ମଧ୍ୟରେ ପକାଇବାକୁ ପଡେ। ଏ ବର୍ଷ ନୂଆ କରି ଆରମ୍ଭ କରାଯାଇଥିବା ଏକ ପୂଜା ମଣ୍ଡପର ସଦସ୍ୟ ଅରବିନ୍ଦ କୁଶଓ୍ବା କହନ୍ତି ଯେ. ତାଙ୍କ ପୂଜା ମଣ୍ଡପରେ ଦିନକୁ ୩ ବସ୍ତା ଚିଠି ମିଳୁଛି। ପୂଜା ମଣ୍ଡପରେ ଭକ୍ତମାନେ ଚିଠି ଲେଖିବା ପାଇଁ କାଗଜ ଓ କଲମ ବି ଯୋଗାଇ ଦିଆଯାଉଛି। ବାକ୍ସରୁ ଚିଠି ବାହାର କରାଯିବା ପରେ ତାହାକୁ ପୂଜକ ଶ୍ରୀଗଣେଶଙ୍କ ସମ୍ମୁଖରେ ପଢନ୍ତି ଓ ସେମାନଙ୍କ ଚିଠିର ଉତ୍ତର ଦେବାକୁ ପ୍ରର୍ଥନା କରନ୍ତି। ମନୌତିୟୋଁର ରାଜା ଶ୍ରୀଗଣେଶଙ୍କ ଉପରେ ଲୋକମାନଙ୍କର ଅଗାଧ ବିଶ୍ୱାସ ରହିଛି। ଚାକିରି ଓ ଭଲ ଜୀବନସୀଥୀ ପାଇବା, ବିବାଦର ସମାଧାନ କରିଦେବା ପାଇଁ ଗଣେଶଙ୍କ ପାଖକୁ ଭକ୍ତମାନେ ଚିଠି ଲେଖୁଛନ୍ତିି। କଶ୍ମୀରରେ ରହୁଥିବା ବନ୍ଧୁମାନଙ୍କ କୁଶଳ କାମନା କରି ଅନେକ ଚିଠି ଲେଖାଯାଇଥିବା ଦେଖାଯାଇଛି। ଚାକିରିରେ ପଦୋନ୍ନତି ଓ ଆୟକର ସମସ୍ୟାରୁ ମୁକ୍ତି ପାଇବା ଲାଗି ମଧ୍ୟ ଲୋକମାନେ ଚିଠି ଲେଖିଛନ୍ତି । ଯାହା କୋର୍ଟରେ ସମାଧାନ ହେବା କଥା ତାହା ଶ୍ରୀଗଣେଶ କରିଦେବେ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri