Posted inଫୁରସତ

ବଙ୍କର ସ୍କୁଲ : ଜାତୀୟ ସଙ୍ଗୀତ ଆରମ୍ଭ ହେଲେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରେ

ଶ୍ରୀନଗର: ଜମ୍ମୁର ପୂରା ପାଖରେ ଠିକ୍‌ ଜିରୋ ଲାଇନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଗାଁରେ ୧୯୯୬ ପୂର୍ବରୁ କୌଣସି ସ୍କୁଲ ନ ଥିଲା। ଏହାପରେ ସେଠାରେ ଗଢିଉଠିଛି ଏକ ସ୍କୁଲ। ସ୍କୁଲରେ ବଙ୍କର ରହିଥିବାରୁ ତାହାକୁ ବଙ୍କର ସ୍କୁଲ ବୋଲି କୁହାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶହେରୁ ବେଶି ପିଲା ଏହି ସ୍କୁଲରେ ପଢୁଛନ୍ତିି। ସ୍କୁଲରେ ପଢୁଥିତ୍ବା ପିଲାମାନେ ସକାଳୁ ତାଙ୍କ ବାପାଙ୍କ ସହ ଗାଈ ଚରାଇବାକୁ କିମ୍ବା ଦୁଗ୍ଧ ବିକିବାକୁ ଚାଲିଯାଆନ୍ତି। ଶିକ୍ଷକ ସେମାନଙ୍କୁ ଖୋଜି ଖୋଜି ପାଇବା ପରେ ବୁଝାଇ ସ୍କୁଲକୁ ଆଣନ୍ତି। ବେଳେବେଳେ ସେମାନଙ୍କୁ କାନ ଧରି ସ୍କୁଲକୁ ଆଣନ୍ତି। ପିଲାମାନେ ସ୍କୁଲକୁ ଆସିବା ପରେ ଶିକ୍ଷକଙ୍କୁ ‘ଗୁଡ୍‌ ମର୍ର୍ନିିଂ ମାଷ୍ଟରଜୀ’ବୋଲି ସମ୍ବୋଧନ କରନ୍ତି। ତା’ପରେ ସ୍କୁଲରେ ପ୍ରାର୍ଥନା ହୁଏ। ଏହାପରେ ପିଲାମାନେ ଜାତୀୟ ସଙ୍ଗୀତ ବୋଲନ୍ତି । ଠିକ୍‌ ସେତେବେଳେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଯାଏ। ଏହା ଅରମ୍ଭ ହେବା କ୍ଷଣି ଶିକ୍ଷକ ପିଲାମାନଙ୍କୁ ବଙ୍କର ମଧ୍ୟକୁ ନେଇଯାଆନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଶିକ୍ଷକ ନିଜ ଟଙ୍କାରେ ପାଚେରି ନିର୍ମାଣ କରିଛନ୍ତି। ସ୍କୁଲ ପାଚେରି ଓ ଘର କାନ୍ଥରେ ଗୁଳିଗୋଳାର ଚିହ୍ନ ଦେଖିବାକୁ ମିଳେ। ଯେତେବେଳେ ସୀମାରେ ଉତ୍ତେଜନା ପ୍ରକାଶ ପାଏ ସେତେବେଳେ ପ୍ରତିଦିନ ୮ରୁ ୧୦ଟି ଗୁଳି ସ୍କୁଲ ଅଗଣାରେ ପଡେ । ଏହାକୁ ପିଲାମାନେ ସଫା କରି ପ୍ରିନ୍ସିପାଲ୍‌ଙ୍କ କୋଠରିରେ ସଜାଇ ରଖନ୍ତି। ଏହି ସ୍କୁଲକୁ ଶିକ୍ଷକ ନିୟମିତ ୧୬ କିଲୋମିଟର ଦୂରରୁ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?