ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ସଞ୍ଜୟଙ୍କ ଝିଅ ତ୍ରିଶାଳା, ଫଟୋ ଶେୟାର କରି ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁ ପରେ ସେ ବହୁ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା ପାଇଁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି ତ୍ରିଶାଳା। ଖାସ୍‌ କରି ସମ୍ପର୍କକୁ ତାଜା କରିବା ପାଇଁ ଠିକ୍‌ ମାସକ ପରେ ଅର୍ଥାତ ଆଜି ଏକ ପୁରୁଣା ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଜୁଲାଇ ୨ରେ ତାଙ୍କ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨ ଅର୍ଥାତ ଶୁକ୍ରବାର ତ୍ରିଶାଳା ଏହି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ କୋଳରେ ବସିଛନ୍ତି ବୟଫ୍ରେଣ୍ଡ୍‌। ଫଟୋରେ ଦୁଇଜଣ ଖୁବ୍‌ ରୋମାଣ୍ଟିକ୍‌ ଲାଗୁଛନ୍ତି।

ଫଟୋ ପୋଷ୍ଟ କରି ତ୍ରିଶାଳା ହୃଦୟସ୍ପର୍ଶୀ  କ୍ୟାପଶନ ମଧ୍ୟ ଲେଖିଛନ୍ତି, ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’। ସେ ଲେଖିଛନ୍ତି, ମୋ’ ହୃଦୟ ଭାଙ୍ଗିଗଲା। ମୋତେ ଭଲପାଇବା, ସୁରକ୍ଷା ଦେବା, ମୋର ପ୍ରତି କଥାରେ ଧ୍ୟାନ ରଖିଥିବା ପାଇଁ ଥ୍ୟାଙ୍କ୍‌ ୟୁ। ତୁମେ ଜୀବନରେ ମୋତେ ଏତେ ଖୁସିରେ ରଖିଥିଲ ଯେ, ଏତେ ଖୁସି ମୁଁ କେଉଁଠୁ ପାଇନି। ତୁମ ସହ ଦେଖା ହେବା ପରେ ମୁଁ ଦୁନିଆର ସବୁଠୁ ଭାଗ୍ୟବତୀ ହୋଇଯାଇଥିଲି। ତୁମେ ସବୁବେଳେ ମୋ’ ହୃଦୟ ଭିତରେ ଜୀବନ୍ତ ରହିଛ।

ଏହା ବ୍ୟତୀତ ତ୍ରିଶାଳା ଆଉ ଗୋଟିଏ ଲାଇନ୍‌ ମଧ୍ୟ ଲେଖିଛନ୍ତି, ‘ ମୁଁ ତୁମକୁ ଭଲ ପାଉଛି, ସବୁବେଳେ ତୁମକୁ ମିସ୍‌ କରିବି। ଯେବେଯାଏ ତୁମ ସହ ମୋ’ର ପୁଣି ଥରେ ଦେଖା ନ ହୋଇଛି। କହିରଖୁଛୁ, ସଞ୍ଜୟଙ୍କ ଝିଅ ତ୍ରିଶାଳା ଜଣେ ଇଟାଲିୟନ୍‌ଙ୍କୁ ଭଲ ପାଉଥିଲେ। ତାଙ୍କ ସହିତ ରିଲେସନଶିପ୍‌ରେ ମଧ୍ୟ ଥିଲେ। ଏକ ଦୁର୍ଘଟଣାରେ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri