ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରକାଶ କରିଛନ୍ତି। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ ବୋଲି ସେ କହିଛନ୍ତି। ତେବେ ଏହି ମହାମିଶ୍ରଣ ଯୋଗୁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଅର୍ଥ ସଚିବ ରାଜୀବ କୁମାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରେ ବ୍ୟାଙ୍କ କର୍ମଚାରୀ ପ୍ରଭାବିତ ହୋଇଥିବା ମନେ ହେଉନାହିଁ। ଶନିବାର ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ବ୍ୟାଙ୍କ ମହାମିଶ୍ରଣ ସମ୍ପର୍କରେ ଘୋଷଣା କରିବା ପରେ ଅର୍ଥ ସଚିବ ରାଜୀବ କୁମାର କହିଥିଲେ ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମହାମିଶ୍ରଣ କରାଯିବା ଦ୍ୱାରା କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଗତବର୍ଷ ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶାଇ ଦିଆଯାଇଥିଲା। ଫଳରେ ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ପ୍ରତିଷ୍ଠା ହୋଇପାରିଛି। ଏହି ମିଶ୍ରଣ ପରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ। ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।
ତେବେ ସରକାରଙ୍କ ପ୍ରତିଶ୍ରୁତିକୁ ବ୍ୟାଙ୍କ କର୍ମଚାରୀମାନେ ସହଜ ଭାବେ ଗ୍ରହଣ କରିପାରିନାହାନ୍ତି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କର୍ମଚାରୀମାନେ ହାତରେ କଳା ବ୍ୟାଚ୍‌ ପରିଧାନ କରି ବ୍ୟାଙ୍କ ମହାମିଶ୍ରଣକୁ ବିରୋଧ କରିଛନ୍ତି। ସେମାନେ ନିଜ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିିଷ୍ପତ୍ତି ପ୍ରତ୍ୟାହାର କରିନେବା ଲାଗି ଦାବି ଜଣାଇଛନ୍ତି। ଆସୋସିଏଶନ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି ଯେ, ସରକାରଙ୍କ ପଦକ୍ଷେପ ଅସମୟରେ ହୋଇଛି। ଏଣୁ ଏହାର ପୁନଃସମୀକ୍ଷା ହେବା ଉଚିତ। ଆଗାମୀ ଦିନରେ ଆସୋସିଏଶନ ପକ୍ଷରୁ ଏକ ବିଶାଳ ର଼୍ୟାଲିର ଆୟୋଜନ କରାଯିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ୬ ବ୍ୟାଙ୍କକୁ ଅନ୍ୟ ୪ ବ୍ୟାଙ୍କ ସହ ମିଶାଇ ଦିଆଯିବା ଅର୍ଥ ସେମାନଙ୍କୁ ବନ୍ଦ କରିଦିଆଯିବ। ତାଙ୍କର କହିବାନୁଯାୟୀ ସରକାର ଏହାକୁ ବ୍ୟାଙ୍କ ମିଶ୍ରଣ କହୁଛନ୍ତି ସତ, କିନ୍ତୁ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଥିବା ୬ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ସେକ୍ଟରରୁ ଉଭାନ ହୋଇଯିବ। ୨୦୦୮ରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଛାଇ ଯାଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଯୋଗୁ ଘରୋଇ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଏଥିରୁ ରକ୍ଷା ପାଇଯାଇଥିଲା ବୋଲି ଭେଙ୍କଟଚଳମ କହିଛନ୍ତି। ଆସନ୍ତା ୧୧ରେ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri