ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ ଫିଲ୍ମ ‘ଦ ଲାୟନ ଅଫ୍‌ କିଙ୍ଗ’ର ନୂଆ ସଂସ୍କରଣ ଆସନ୍ତା ମାସ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ଶାହରୁଖ ଓ ଆର୍ୟନ ବାପ ପୁଅ ଚରିତ୍ର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ ଦେବେ ବୋଲି ଜଣାପଡ଼ିଛି। ଆଉ ଏଥିପାଇଁ ସେମାନେ ରାଜି ମଧ୍ୟ ହୋଇଯାଇଛନ୍ତି। ‘ଦ ଲାୟନ ଅଫ୍‌ କିଙ୍ଗ’ ପ୍ରଥମ ଥର ୧୯୯୪ରେ ରିଲିଜ୍‌ ହୋଇଥିଲା। ୨୫ ବର୍ଷ ପୁରା ହେବା ପରେ ଡିଜନୀ ଚଳିତ ଥର ଏହି ଫିଲ୍ମରେ ଆନିମେଶନ୍‌ର ନୂଆ ଆଧୁନୀକିକରଣର ବ୍ୟବହାର କରିଛି। ଏହି ଫିଲ୍ମରେ ଜଙ୍ଗଲର ରାଜା ମୁଫାସା ଓ ତାଙ୍କର ପୁଅ ସିମ୍ବାକୁ ନେଇ କାହାଣୀଟି ଗତିଶୀଳ ହୋଇଛି। ମୁଫାସା ଚରିତ୍ରରେ ଶାହରୁଖ କଣ୍ଠଦାନ କରୁଥିବା ବେଳେ ସିମ୍ବା ଚରିତ୍ର ପାଇଁ ଆର୍ୟନ କଣ୍ଠଦାନ କରିବେ। ଜନ୍‌ ଫଓ୍ବେର୍ୟୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ ସମେତ ତାମିଲ ଓ ତେଲଗୁ ଭାଷାରେ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଗୁଳି ଫୁଟାଇ ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ସିଂହପୁର,୧୫।୭(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଘଣ୍ଟିଆଳି ପୋଲ ନିକଟରେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ପରିଚୟ ଦେଇ ନେଇ ଚାଲିଥିଲେ ଟଙ୍କା, ଏମିତି ପଡ଼ିଲେ ଧରା…

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ଠକେଇ ମାମଲାରେ ଜଣେ ନକଲି ରେଳ ଅଧିକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ରାଜ…

ପଶ୍ଚିମବଙ୍ଗରେ ବଦଳିଲା ଚିତ୍ର: ଦୀର୍ଘ ୨ ଦଶନ୍ଧି ପରେ କୋଲକାତା ଫେରୁଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ୍

କୋଲକାତା, ୧୫।୭: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଏବେ ସେଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଥିବା ବେଳେ କେତେକ ନୂଆ…

ବିସ୍ଥାପିତ ନୀତି ତୁରନ୍ତ କାର୍ଯ୍ୟକାରୀ ଦାବି, ନଚେତ୍‌ କମ୍ପାନୀ ବିରୋଧରେ ହେବ ବିରାଟ ଆନ୍ଦୋଳନ

ଛତ୍ରପୁର,୧୫ା୭(ଦିଲ୍ଲୀପ ସାମଲ): ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁନିର୍ବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁରସ୍ଥିତ ଆର୍‌ଡିସିଙ୍କ…

ପୂର୍ବତନ ମନ୍ତ୍ରୀଙ୍କ ଅବଦାନକୁ ମନେ ପକାଇଲେ ଅତିଥି, ଜିଲା ଗଠନରେ…

ନୂଆପଡ଼ା,୧୫ା୭(ମକାରୁ ବେମାଲ): ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଳୟଠାରେ ବୁଧବାର ସ୍ବର୍ଗୀୟ ଜନନେତା ପୂର୍ବତନ ମନ୍ତ୍ରୀ ଘାସିରାମ ମାଝିଙ୍କ ୧୦୨ତମ ଜନ୍ମତିଥି ପାଳିତ ହୋଇଯାଇଛି। ନୂଆପଡ଼ା ଏକତା ଛକଠାରେ ଥିବା…

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri