ବ୍ୟସ୍ତତା କେବଳ ବାହାନା

ଯଦୁମଣି ପାଣିଗ୍ରାହୀ

ସେଦିନ ସକାଳୁ ସକାଳୁ କେହି ଜଣେ ଭଦ୍ର ବ୍ୟକ୍ତି ମୋତେ ଫୋନ କଲେ। ମୁଁ ତାଙ୍କ କଲ୍‌ ରିସିଭ କଲାରୁ ସେ କହିଲେ ନମସ୍କାର, କ’ଣ ବ୍ୟସ୍ତ ଅଛନ୍ତି କି? ମୁଁ କହିଲି ନାହିଁ ଆଜ୍ଞା ପୂରାପୂରି ଫ୍ରି ଅଛି, କ’ଣ କହିବା କଥା କୁହନ୍ତୁ। ତା’ପରେ ସେ ମୋ ସହିତ କିଛି ସମୟ କଥା ହେଲେ। କଥା ପ୍ରସଙ୍ଗରେ ଭଦ୍ରବ୍ୟକ୍ତି କହିଲେ, ଆଜିକାଲି ଯାହାକୁ ବି ଫୋନ କଲା ବେଳକୁ ସେ କହୁଛନ୍ତି ଏବେ ବ୍ୟସ୍ତ ଅଛି, କିଛି ସମୟ ପରେ କଲ୍‌ କରନ୍ତୁ। ପରେ ଭାବିଲି ଭଦ୍ରବ୍ୟକ୍ତି ଯାହା କହିଲେ ତାହା ଅବଶ୍ୟ ସତ । କାରଣ କେବେ କେମିତି ବେଳ ଅବେଳରେ କାହାକୁ ଫୋନ କରିଛି ତ, ସେପଟୁ ଏବେ କାମରେ ବ୍ୟସ୍ତ ଅଛି ଟିକେ ପରେ ଫୋନ କରନ୍ତୁ ଏମିତି କିଛି ଶୁଣିବାକୁ ପଡିଛି। ସତରେ ଆଜିକାଲି ବ୍ୟସ୍ତତା ଗୋଟେ ବଡ ବାହାନା ପାଲଟିଛି। କେହି କାମରେ ଥାଆନ୍ତୁ କି ଫାଙ୍କା ଥାଆନ୍ତୁ ଫୋନରେ ବ୍ୟସ୍ତ ଅଛି ବୋଲି କହିବାରେ ଅସୁବିଧା କେଉଁଠି ? କିଏ ଦେଖୁଛି ନା ଜାଣୁଛି? ତା’ଛଡା ନିଜର କାମ ଥାଉ କି ନ ଥାଉ କାହା ସହ ଅଯଥାରେ ଗୁଡାଏ କଥା ହୋଇ ସମୟ ନଷ୍ଟ କରିବାରେ ଫାଇଦା ବି କ’ଣ? ତେଣୁ ବ୍ୟସ୍ତତାର ବାହାନା ଦର୍ଶାଇ ଅନ୍ୟଠାରୁ ଯେତେ ଦୂରତା ରକ୍ଷା କରିବେ ଆପଣଙ୍କର ସେତେ ମଙ୍ଗଳ ହେବ। ନା କ’ଣ କହୁଛନ୍ତି। ସେଥିପାଇଁ ତ ବ୍ୟସ୍ତତାର ଏହି ବାହାନାବାଜି ଆଜି ଘର-ବାହାର, ଆପଣା-ପର ନିର୍ବିଶେଷରେ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଯଦି ଦେହ ପା’ଭଲମନ୍ଦ ନେଇ କିମ୍ବା ସୁବିଧା ଅସୁବିଧାରେ ଦୂରରେ ଥିବା ପୁଅକୁ ବାପ ଫୋନ କରୁଛି, ପୁଅ କହୁଛି ବାପା ବହୁତ ବ୍ୟସ୍ତ ଅଛି, ପରେ କଥା ହେବି। ଆଉ କେବେ ବୋଉ ଯଦି କହୁଛି, ତୋ ବାପାଙ୍କ ଦେହ ଭଲ ନାହିଁ, ତୁ ଟିକେ ଆସି ବୁଲି ଯାଆନ୍ତୁନି ପୁଅ। ପୁଅ କହୁଛି ତୁ ବିଶ୍ୱାସ କରିବୁନି ବୋଉ ଏଠି କାମର ଚାପ ଏତେ ଅଧିକ ଯେ ଟିକେ ଫୁର୍‌ସତ ମିଳୁନି। ତା’ପରେ ପୁଣି ସ୍ତ୍ରୀ-ପିଲାଛୁଆଙ୍କ କଥା ଅଛି। କେମିତି ଯିବି କହିଲୁ। ଆମ ଆଖପାଖ ଦୁନିଆରେ ସବୁଦିନେ ପ୍ରାୟତଃ ଏମିତି ବ୍ୟସ୍ତତାର କଥା ଆପଣ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଶୁଣିବାକୁ ପାଉଥିବେ। ସାଙ୍ଗସାଥୀ, ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରୁ କାହା ସହିତ କେବେ କେମିତି ଫୋନରେ କଥା ହେଲା ବେଳେ ଆପଣ ଯଦି କହିବେ, ଆମ ଘରଆଡେ କେବେ ଆସୁନାହାନ୍ତି ଟିକେ ବୁଲି କି ଯାଆନ୍ତେ। ତେବେ ସେ କହିବେ, ସମୟ କାହିଁ ଆଜ୍ଞା, ସବୁବେଳେ ତ କାମରେ ବ୍ୟସ୍ତ । ତେଣୁ ସୁବିଧା ଦେଖି ଯିବା ପାଇଁ ଚେଷ୍ଟା କରିବି। ଆଜିକାଲି ସମୟରେ ଚାଷ, ବ୍ୟବସାୟ କିମ୍ବା ଚାକିରି ଯିଏ ବି ଯାହା କରୁଥାନ୍ତୁ ସମସ୍ତେ ଏହି ବ୍ୟସ୍ତତାର ବାହାନା ଦେଖାଇ ଖସିଯିବାକୁ ବସିଛନ୍ତି। ସେଥିପାଇଁ ସମ୍ପର୍କର ବନ୍ଧନଗୁଡାକ ଯେମିତି ଧୀରେ ଧୀରେ ହୁଗୁଳା ହୋଇଯାଉଛି। କେହି କାହା ଘରକୁ ଆସିବା ଯିବା ତ ଦୂରର କଥା କାହା ସହିତ କଥା ପଦେ ହେବାକୁ ବି ସମୟର ଅଭାବ ପଡୁଛି। ତେଣୁ ବିବାହ, ବ୍ରତ, ଶୁଦ୍ଧିକର୍ମ କିମ୍ବା ଉତ୍ସବ ଅନୁଷ୍ଠାନରେ ଆଉ ଘରେ ଦିନ ଦିନ ଧରି ଗହଳିଚହଳି ହେଉନି। ଗୋଟିଏ ଦିନରେ ହିଁ ସବୁ ଖୁସି ଆଉ ମଜାର ପୂର୍ଣ୍ଣଚ୍ଛେଦ ପକାଇ ଦିଆଯାଉଛି। ବ୍ୟସ୍ତତାର ବାହାନା ଦେଖାଇ ପରସ୍ପରଠୁ ଦୂରେଇ ଯିବାଟା ମଣିଷ ଲାଗି ଏକ ସାଧାରଣ ଘଟଣା ପାଲଟିଯାଇଛିି। ଅଳ୍ପ ଶ୍ରମ ଓ ସମୟରେ ଅଧିକ ଉପାର୍ଜନ କରିବା ଆଉ ବଡଲୋକ ହେବାର ନିଶା ମଣିଷର ସମ୍ପର୍କର ପରିସରକୁ ସଙ୍କୁଚିତ କରିଦେଉଛି।
ସେ ଭାବିପାରୁନି ସକଳ କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ସମସ୍ତେ ଏକ ସମ୍ପର୍କର ବନ୍ଧନରେ ବନ୍ଧା ହୋଇଛେ। ଆମର ଗୋଟେ ପରିବାର ଅଛି, ପ୍ରିୟ ପରିଜନ ଓ ସମ୍ପର୍କୀୟ ଅଛନ୍ତି। ପଡୋଶୀ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ଅଛନ୍ତି। ଆଉ ସେମାନଙ୍କୁ ଅଣଦେଖା କରି ଜୀବନର ପ୍ରକୃତ ସୁଖ, ଶାନ୍ତି ଓ ଆନନ୍ଦର ପରିକଳ୍ପନା କେବେ ବି କରାଯାଇ ନ ପାରେ। ଏହି କ୍ରମରେ ଆଜି ପ୍ରତିଟି ଗାଁ ଗଣ୍ଡାର ପରିସ୍ଥିତିକୁ ନ ଦେଖିଲେ ବିଶ୍ୱାସ କରିହେବନି। କାହା ସହିତ କାହାର ସମ୍ପର୍କ ନାହିଁ ଯେମିତି। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ସମୟ କାହିଁ ଯେ କିଏ କାହା ସହିତ କଥା ହେବ। ସୁଖଦୁଃଖ ପଚାରି ବୁଝିବ। ଆଗେ ଗାଁ ଗଣ୍ଡାରେ ଉଭୟ ପୁରୁଷ ଓ ମହିଳା ଏକାଠି ବସି ହସଖୁସି ଆଉ ଗପସପ କରିବାରେ ମନଟା ହାଲୁକା ଲାଗୁଥିଲା। ଦୁଃଖ ଆଉ ନୈରାଶ୍ୟରୁ ଟିକେ ମୁକ୍ତି ମିଳୁଥିଲା। କାହାରି କାହାରି ମୁହଁରୁ ସାନ୍ତ୍ୱନା ଆଉ ସମବେଦନାର କେଇପଦ କଥା କିଛି ସମୟ ପାଇଁ ହେଉ ପଛେ ମନରେ ଆଶାର କିରଣ ବିଚ୍ଛୁରିତ କରୁଥିଲା। ଆଜି କିନ୍ତୁ ମଣିଷ ବ୍ୟସ୍ତତାର ଦ୍ୱାହି ଦେଇ ସବୁ ଦୁଃଖ ଓ ଅବସୋସକୁ ଛାତି ତଳେ ଚାପି ଧରି କେବଳ ମାନସିକ ଯନ୍ତ୍ରଣା ଭୋଗ କରୁଛି। ଏବେ ଆସନ୍ତୁ ଆମ ସାମାଜିକ ଜୀବନର କିଛି ଚିତ୍ର ଓ ଚରିତ୍ରକୁ ତର୍ଜମା କରିବା। ଆଜିକାଲି ଆପଣଙ୍କ କାମ କରିବାକୁ ନିୟୋଜିତ କୌଣସି ସରକାରୀ କର୍ମଚାରୀଙ୍କୁ ଯଦି ଆପଣ କିଛି ବି କାମ ଲାଗି ଫୋନ କରନ୍ତି ତେବେ ସେ କହିବେ ଦେଖନ୍ତୁ ମୁଁ କାମରେ ବ୍ୟସ୍ତ ଅଛି, ମିଟିଂରେ ବସିଛି କିମ୍ବା ଉପରିସ୍ଥ ବାବୁଙ୍କ ପାଖରେ ଅଛି, ଆପଣ ପରେ କଲ୍‌ କରନ୍ତୁ। ଆଉ ଯଦି ବା ତାଙ୍କ ନିକଟକୁ ଯାଇ ଭେଟ କରନ୍ତି ତେବେ ଆଜି ବହୁତ ବ୍ୟସ୍ତ, ପରେ କେତେବେଳେ ଆସନ୍ତୁ ବୋଲି କହି ଆପଣଙ୍କୁ ଏଡେଇ ଦେଇଯିବେ। ତାଙ୍କର ଏହି ବ୍ୟସ୍ତତାର କାରଣକୁ ଆପଣ ଯଦି ବେଶ୍‌ ଭଲ ଭାବେ ଅନୁସନ୍ଧାନ କରନ୍ତି ତେବେ ଏହା ପଛରେ କିଛି ନା କିଛି ସ୍ବାର୍ଥ ସାଧନର ଲାଳସା ଯେ ରହିଛି ଏହା ନିଃସନ୍ଦେହ। ନିର୍ବାଚିତ ଜନପ୍ରତିନିଧ, ନେତା ଓ ମନ୍ତ୍ରୀମାନେ ପ୍ରାୟତଃ ଲୋକମାନଙ୍କ ସହ ବ୍ୟସ୍ତତାର ନାଟକବାଜି କରିଥାନ୍ତି। ଏହା ଦ୍ୱାରା ସେମାନେ ଲୋକଙ୍କ ଜଞ୍ଜାଳରୁ ରକ୍ଷା ପାଇପାରନ୍ତି ବୋଲି ବିଚାର କରନ୍ତି। ଲୋକଙ୍କ ସହିତ ଯେତେ ଅଧିକ ମିଶିବେ କି କଥାବାର୍ତ୍ତା ହେବେ ସେତେ ବେଶି ସମସ୍ୟାକୁ ମୁଣ୍ଡାଇବାକୁ ପଡିବ ବୋଲି ସେମାନେ ମତ ଦେଇଥାନ୍ତି।
ଥରେ ଜଣେ ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ ମୋତେ କହିଲେ ବୁଝିଲେ ଆଜ୍ଞା, ଆମେ ଶିକ୍ଷକ-ଶିକ୍ଷୟିତ୍ରୀ ମାସକୁ ଅଳ୍ପ କିଛି କିଛି ପଇସା ଦେଇ ସ୍କୁଲକୁ ଖବରକାଗଜ ଖଣ୍ଡେ ମଗାଉଥିଲୁ। ହେଲେ ଏହି ମାସଠାରୁ ବନ୍ଦ କରିଦେଲୁ। କାରଣ ଷ୍ଟାଫ୍‌ମାନେ କହିଲେ, ସାର୍‌ ଆମ ପାଖରେ ସମୟ କାହିଁ ଯେ ଆମେ ଖବରକାଗଜ ପଢିବା। ତେଣୁ ତୁଚ୍ଛାଟାରେ ପଇସା ଖର୍ଚ୍ଚ କରିବା ଉଚିତ ନୁହେଁ। କେବଳ ସଂପୃକ୍ତ ସ୍କୁଲର ଶିକ୍ଷୟିତ୍ରୀଶିକ୍ଷକଙ୍କ ମତ ଯାହା ହେଉନା କାହିଁକି ପ୍ରାୟ ସବୁ ସରକାରୀ ଅଫିସରେ କାର୍ଯ୍ୟରତ ଅଧିକାଂଶ ଅଧିକାରୀ/କର୍ମଚାରୀ, ସମାଜର ପାଠୁଆ ଲୋକେ ବ୍ୟସ୍ତତାର ବାହାନା ଦେଖାଇ ଖବରକାଗଜ କି କୌଣସି ପତ୍ରପତ୍ରିକା କିଣିବା ତ ଦୂରର କଥା ପଢିବାକୁ ସୁଦ୍ଧା ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେହି ତଥାକଥିତ ଗୁଣୀ ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତିମାନଙ୍କଠାରୁ ଆମେ କ’ଣ ଏୟା ଆଶା କରିବା।
ଶଂଖିଡା, ତିହିଡି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri