ବ୍ୟବସାୟୀଙ୍କୁ ଅପହରଣ ମାମଲା: ୪ ଗିରଫ: ୩ କାର୍‌,୨ ବାଇକ୍‌, ବନ୍ଧୁକ ଜବତ

ଭୁୁବନେଶ୍ୱର,୨ା୮(ବ୍ୟୁରୋ): ଭୁୁବନେଶ୍ୱର,୨ା୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଲେନ୍‌ ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଗତ ୭ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ କାର୍‌ ସହ ଅପହରଣ କରି ନେଉଥିବାବେଳେ ଦୁର୍ଘଟଣା ଯୋଗୁ ସଫଳ ହୋଇପାରି ନ ଥିଲେ। ଏହି ଘଟଣାରେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ଆଠଗଡରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା ଗାଡ଼ି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ଚୋରା କାର୍‌ ସମେତ ଦୁଇଟି ବାଇକ ଓ ଦୁଇଟି ବନ୍ଧୁକ ଜବତ କରିଛି। ସେମାନେ ହେଲେ ନୟାଗଡ ଜିଲା ହରିପୁର ଗ୍ରାମର ପଦ୍ମଲୋଚନ ନାୟକ(୨୯), କଟକ ଜିଲା ତିଗିରିଆ ଅଞ୍ଚଳର କଳ୍ପତରୁ ଓଝା ଓରଫ ବାପି (୨୯), କଟକ ଆଠଗଡର ମୁନା ବାରିକ(୨୫) ଓ ଢେଙ୍କାନାଳ ଲକ୍ଷ୍ମୀବଜାରର ସନ୍ତୋଷ କୁମାର ସାହୁ(୩୭)। ପୋଲିସ ମାମଲା ନଂ.୨୬୭/୧୯), ଦଫା ୩୬୪, ୩୯୫, ୪୮୨, ଓ ୨୫, ୨୭ ଆର୍ମସ ଆକ୍ଟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
କମିଶନର ମହାନ୍ତି କହିଥିଲେ, ବ୍ୟବସାୟୀ ଶିବସୁନ୍ଦରଙ୍କୁ ଅପହରଣ ସମୟରେ ଅଭିଯୁକ୍ତମାନେ ବ୍ୟବହୃତ କରିଥିବା ଇନୋଭାକୁ ସେମାନେ ଫୁଲବାଣୀରୁ ଲୁଟ୍‌ କରିଥିଲେ। ଡ୍ରାଇଭରଙ୍କୁ ମାଡ଼ମାରି ସେହି କାର୍‌ରେ ବସାଇ ନେଇଆସିଥିଲେ। ଅଧା ବାଟରେ ଡ୍ରାଇଭରକୁ ଗାଡିରୁ ଓହ୍ଲାଇ କାର୍‌ ଲୁଟି ନେଇଥିଲେ। ସେହିଭଳି ସେମାନେ ଧଉଳିରେ ରହୁଥିବା ବ୍ୟବସାୟୀ ତ୍ରିନାଥ ସାହୁଙ୍କ କାର୍‌କୁ ଟ୍ରାଭେଲ ଏଜେନି୍ସଠାରୁ ଭଡା କରି ଢେଙ୍କାନାଳ ଯାଇଥିଲେ। ଆଠଗଡ କନ୍ଦରପୁର ନିକଟରେ ଡ୍ରାଇଭରଙ୍କୁ ମାଡମାରି କାର ଲୁଟିଥିଲେ। କଟକ ମଧୁପାଟଣା ଅଞ୍ଚଳରୁ ଅନ୍ୟ ଏକ କାରକୁ ଲୁଟ କରି ନେଇଥିଲେ। ଏ ନେଇ ଅଭିଯୋଗ ସଂଖ୍ୟା ବଢିବା ପରେ ଡିସିପି ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତ୍ରିନାଥ ସାହୁଙ୍କୁ ଯେଉଁ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଲୁଟେରାମାନେ ଫୋନ୍‌ କରିଥିଲେ ସେହି ନମ୍ବର ଆଧାରରେ ସ୍ପେଶାଲ ସ୍କ୍ବାଡ୍‌ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହି ର଼୍ୟାକେଟରେ ସମ୍ପୃକ୍ତ ଥିବା ଅନ୍ୟ କେତେଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଚଢାଉ ଚାଲିଛି। ଏହି ଗ୍ୟାଙ୍ଗ ବିଶେଷ କରି କାରରେ ଡ୍ରାଇଭର ବସିଥିବା ଗାଡିକୁ ଟାର୍ଗେଟ କରନ୍ତି। କାରଣ ପାର୍କିଂ ହୋଇଥିବା କାରରେ ଏମାନେ ହାତ ଲଗାନ୍ତି ନାହିଁ। ଏହି ସବୁ କାରରେ ସେନସର ଏବଂ ଇଲୋଟ୍ରୋନିକ୍ସ ଲକ୍‌ ରହିଥିବାରୁ ଖୋଲିବା କଷ୍ଟକର ହୋଇଥାଏ ବୋଲି ସିପି କହିଛନ୍ତି। ଅଧିକ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri