Posted inଫୁରସତ

ବ୍ୟକ୍ତିତ୍ୱ: ଚନ୍ଦ୍ରଶେଖର କମ୍ବର

ଭାରତୀୟ ସାହିତ୍ୟରେ ନାଟ୍ୟ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ସେହି ଭୂମିକା ସୁଚାରୁରୂପେ ସମ୍ପାଦନ କରିଛନ୍ତି ପ୍ରସିଦ୍ଧ ନାଟ୍ୟ ସ୍ରଷ୍ଟାମାନେ। ସେହି ନାଟ୍ୟସ୍ରଷ୍ଟାମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖର କମ୍ବର ହେଉଛନ୍ତି ଅନ୍ୟତମ। କନ୍ନଡ଼ ଭାଷାର ଏହି ପ୍ରସିଦ୍ଧ ସ୍ରଷ୍ଟାଙ୍କୁ ଭାରତୀୟ ସାହିତ୍ୟର ଜଣେ ଅଗ୍ରଣୀ ନାୟକ ବୋଲି କୁହାଯାଇଥାଏ। କମ୍ବର ଥିଲେ ଜଣେ ବହୁମୁଖୀ ପ୍ରତିଭା। ସେ ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ଲୋକଗଳ୍ପ ଲେଖକ, ଫିଲ୍ମ ନିର୍ଦ୍ଦେଶକ। ହାମ୍ପିଠାରେ ପ୍ରତିଷ୍ଠା ହୋଇଥିବା କନ୍ନଡ଼ ୟୁନିଭର୍ସିଟିର ସେ ଥିଲେ ଫାଉଣ୍ଡର-ଭାଇସ୍‌-ଚାନ୍ସଲର। ସେ ମଧ୍ୟ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ପଦ ତୁଲାଇଥିଲେ। ଏ ସବୁକୁ ବାଦ୍‌ ଦେଲେ ତାଙ୍କର ଆଉ ଏକ ବିଶେଷ ପରିଚୟ – ସେ ହେଉଛନ୍ତି ଜଣେ ଭାଷାବିତ୍‌। ଉତ୍ତର କର୍ନାଟକର କଥିତ ଭାଷା (ଡାଏଲେକ୍ଟ) ସବୁକୁ ନିଜର ସୃଷ୍ଟି ସର୍ଜନାରେ ବ୍ୟବହାର କରି ସେ ତାଙ୍କର ସମସାମୟିକଙ୍କ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ସେଥିପାଇଁ ତାଙ୍କୁ କନ୍ନଡ଼ ସାହିତ୍ୟର ପାଠକମାନେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥାନ୍ତି। ତାଙ୍କର କବିତା ହେଉ କି ନାଟକ ସବୁଥିରେ ପାଠକମାନେ କନ୍ନଡ଼ର ମୂଳଭାଷା ସହିତ କର୍ନାଟକୀ କଥିତ ଭାଷାର ଏକ ସୁମଧୁର କକ୍‌ଟେଲ୍‌ ଅନୁଭବ କରିଥାନ୍ତି।

ପୁରାଣରୁ ଆଧୁନିକତା: କମ୍ବର ତାଙ୍କ ସାହିତ୍ୟ ପାଇଁ ସବୁଠି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଠକମାନେ ତାଙ୍କ ସାହିତ୍ୟରେ ପାଆନ୍ତି ଆଧୁନିକ ମଣିଷର କଥା ଓ ବ୍ୟଥା। ପୁଣି କମ୍ବର ଅତ୍ୟନ୍ତ କୁଶଳତାର ସହିତ ଲୋକକଥା ଓ ପୁରାଣ କାହାଣୀ ସବୁକୁ ନେଇ ସେଥିରେ ଆଧୁନିକ ମଣିଷର ଜୀବନଶୈଳୀକୁ ସାମିଲ କରିଛନ୍ତି। ନାଟକ ପାଇଁ ସେ ବିଶେଷ ଭାବେ ପୁରାଣ ତଥା କିମ୍ବଦନ୍ତୀକୁ ଗ୍ରହଣ କରିଥିବା ବେଳେ କବିତାରେ ସେ ବଦଳୁଥିବା ମଣିଷର ଜୀବନଶୈଳୀକୁ ବିଶେଷ ଭାବେ ପ୍ରାଧାନ୍ୟ ଦେଇଛନ୍ତି। ଫଳରେ ଗୋଟିଏ ନୂତନ ଚିନ୍ତାଧାରାର ସାହିତ୍ୟ ସୃଷ୍ଟି ହୋଇଛି। ଆଉ ସେହି ସାହିତ୍ୟର ଶୀର୍ଷକ ସାଜିଛନ୍ତି କମ୍ବର। ସେ ନାଟକ ଲେଖି ଭାବାବେଗ ସ୍ତରରେ ଯେଉଁ ଆନ୍ଦୋଳନ ସୃଷ୍ଟି କରିଛନ୍ତି ସେଥିଲାଗି ତାଙ୍କୁ ସମଗ୍ର ଭାରତ ବର୍ଷରେ ଜଣେ ଅଗ୍ରଣୀ ନାଟ୍ୟକାର ଭାବେ ସମ୍ମାନ ଦିଆଯାଏ। କେବଳ କନ୍ନଡ଼ ସାହିତ୍ୟକୁ ନୁହେଁ; ଅଧିକନ୍ତୁ ଭାରତର ବହୁ ଆଞ୍ଚଳିକ ଭାଷାର ନାଟ୍ୟ ସାହିତ୍ୟକୁ ପ୍ରଭାବିତ କରିଛନ୍ତି।

ପ୍ରାଥମିକ ଜୀବନ: ୧୯୩୭, ଜାନୁୟାରୀ ୨
ତାରିଖରେ କର୍ନାଟକର ବେଲଗଁା ଜିଲାସ୍ଥିତ ଘୋଡ଼ାଗେରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଶେଖର କମ୍ବର। ପରିବାରରେ ସେ ଥିଲେ ସାନପୁଅ। ତାଙ୍କ ଉପରେ ଥିଲେ ଦୁଇଭାଇ – ପରାସାପ୍ପା ଏବଂ ୟାଲେପ୍ପା। ପିଲାଟିବେଳୁ କମ୍ବର ନାଚ, ଗୀତ, ତାମସା ଆଡ଼କୁ ମନ ବଳାଇଥିଲେ। ପୁଣି ପୁରାଣ, ଲୋକକଥା, କିମ୍ବଦନ୍ତୀ ଶୁଣିବାରେ ଆଗ୍ରହ ରଖୁଥିଲେ। ସେହିପରି ଗ୍ରାମରେ ହେଉଥିବା ପର୍ବପର୍ବାଣି ଆଦି ସାଂସ୍କୃତିକ କାର୍ଯ୍ୟ ପ୍ରତି ତାଙ୍କର ବିଶେଷ ଭାବେ ରୁଚି ରହିଥିଲା। ବାଲ୍ୟକାଳର ସେହି ଅଭ୍ୟାସ ବଡ଼ଦିନେ ତାଙ୍କର କାମରେ ଆସିଲା। ଅର୍ଥାତ୍‌ ସେ ଯେଉଁ ସାହିତ୍ୟ ସୃଷ୍ଟିକଲେ ସେଥିରେ ବାଲ୍ୟକାଳର ସ୍ମୃତିସବୁ ବିଶେଷ ଭାବରେ ପ୍ରତିଭାତ ହୋଇ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣିଦେଲା। ପିଲାଟିବେଳୁ କମ୍ବର ଥିଲେ ଜଣେ ଆଗ୍ରହୀ ପାଠକ। କୁମାରା ବ୍ୟାସ, ବାସବ, କୁଭେମ୍ପୁ ଏବଂ ଗୋପାଲକ୍ରିଷ୍ଣ ଆଡ଼ିଗା ଆଦି ତାଙ୍କର ପ୍ରିୟ କନ୍ନଡ଼ ଲେଖକ ହୋଇଥିବା ବେଳେ ଡବ୍ଲୁ ବି ଇଟ୍‌ସ, ଓ୍ବିଲିୟମ୍‌ ସେକ୍ସପିୟର ତଥା ଫେଡେରିକୋ ଗାର୍ସିଆ ଲୋର୍କା ଆଦି ଥିଲେ ତାଙ୍କର ଅତିପ୍ରିୟ ବିଦେଶୀ ଲେଖକ।
ସୃଷ୍ଟି ଓ ସର୍ଜନା: କମ୍ବରଙ୍କ ନାମରେ ରହିଛି ଏକାଧିକ ଲୋକପ୍ରିୟ ସୃଷ୍ଟିର ତାଲିକା। ସେ ୨୫ଟି ନାଟକ ଲେଖିଥିବା ବେଳେ ତାଙ୍କର ୧୧ଟି କବିତା ସଂକଳନ ପ୍ରକାଶିତ ହୋଇଛି। ସେହିଭଳି ଅଦ୍ୟାବଧି ସେ ପାଞ୍ଚଟି ଉପନ୍ୟାସ ଲେଖିବା ସହିତ ୧୬ଟି ଗବେଷଣାଲବ୍ଧ ପ୍ରବନ୍ଧ ପୁସ୍ତକ ଏବଂ ଏକାଧିକ ପାଠ୍ୟପୁସ୍ତକ, ଥିଏଟର ପୁସ୍ତିକା ରଚନା କରିଛନ୍ତି। ତାଙ୍କର ପ୍ରସିଦ୍ଧ ନାଟକ ମଧ୍ୟରେ ରହିଛି ‘ଜୁକୁମାରାସ୍ବାମୀ’, ‘ଜୟସିଦନାୟକ’, ‘କାଡୁ କୁଡୁରେ’, ‘ନୟି କଥା’, ‘ମହାମାୟୀ’, ‘ହରକେୟା କୁରି’। ‘ସିରିସାମ୍ପିଜେ’ ଶୀର୍ଷକ ନାଟକ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri