ବ୍ଲିଚିଂ ପାଣିରେ ହେଲା ବିଶୋଧନ

ପରଜଙ୍ଗ/ଭୁବନ, ୫।୩(ଡି.ଏନ.ଏ.)-ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ରୋଗୀ ସଂଖ୍ୟା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହା ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ଜନଗହଳିପୂର୍ଣ୍ଣ ସ୍ଥାନକୁ ରାସାୟନିକ ସିଞ୍ଚନ କରି ବିଶୋଧନ କରାଯାଉଛି। ଏହିକ୍ରମରେ ପରଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ରବିବାର ଡାକ୍ତରଖାନା ସମ୍ମୁଖ, ହାଇସ୍କୁଲ, ମୁଖ୍ୟବଜାରକୁ ବିଶୋଧନ କରାଯାଇଛି। ଅଗ୍ନିଶମ ଅଧିକାରୀ ମଧୁସୂଦନ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ବଣିକ ସଂଘର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ସେହିପରି ବ୍ଲକ ଅଞ୍ଚଳରେ ସୋମବାରଠାରୁ ସକାଳ ୬ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଅପରାହ୍ନରେ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟ ସିଂ ସୂଚନା ଦେଇଛନ୍ତି ।
ସେହିପରି ଭୁବନ ଦମକଳ ବାହିନୀ ପକ୍ଷରୁ ଶନିବାର ଅଞ୍ଚଳର ପ୍ରମୁଖ ସ୍ଥାନଗୁଡିକୁ ବିଶୋଧନ କରାଯାଇଛି। ଏନଏସି କର୍ତ୍ତୃପକ୍ଷ ଏବଂ ତହସିଲଦାର ଶକ୍ତିକାନ୍ତ ରାଏଙ୍କ ଉପସ୍ଥିତିରେ ଡାକ୍ତରଖାନା, କାଳୀବଜାର ଓ ନୂଆବଜାରକୁ ବିଶୋଧନ କରାଯାଇଥିଲା। କରୋନା ସଂକ୍ରମଣ ରୋକିବାକୁ ଆଗାମୀ ଦିନରେ ଭୁବନକୁ ସମ୍ପୁର୍ଣ୍ଣ ଲକ୍‌ଡାଉନ୍‌ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri