ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଯୋଗଦାନ କରି ଶିକ୍ଷକ ସବୁବେଳେ ନମସ୍ୟ ବୋଲି କହିଥିଲେ। ଏହା ବ୍ୟତୀତ ସୁନ୍ଦରଗଡ ଜିଲା ଶିକ୍ଷା କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ଜିଲା ହୋଇପାରିଛି। ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ମତାମତ ପ୍ରଦାନ କରିଥିଲେ। ବିଗତ ଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟକରିଥିବା ଲେଫ୍ରିପଡା ବ୍ଲକ୍‌ ଶିକ୍ଷା ଅଧିକାରୀ ହରେକୃଷ୍ଣ ପୁରୋହିତଙ୍କ କାର୍ଯ୍ୟକାଳ ଅବସର ହୋଇଥିବାରୁ ଆଗାମୀ ଦିନରେ ପୁରୋହିତଙ୍କ ଜୀବନର ଚଲାପଥ କୁସୁମିତ ହେଉ ବୋଲି ଭଗବାନଙ୍କୁ କାମନା କରିଥିଲେ। ଲେଫ୍ରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶିକ୍ଷୟିତ୍ରୀ ଶିକ୍ଷକମାନେ ଆଗାମୀ ଦିନରେ ବିଭିନ୍ନ ଶୈଳୀରେ ପିଲା ମାନଙ୍କୁ ଏକ ସୁତ୍ରରେ ବାନ୍ଧି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ। ସୁନ୍ଦରଗଡ ଜିଲାପାଳଙ୍କ ଶିକ୍ଷା ବିଭାଗର ଉପଦେଷ୍ଟା ଅକ୍ଷୟକୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟରେ ଜ୍ଞାନଆହରଣ ସକାଶେ କେବଳ ପଢାବହିକୁ ଛାଡି ଅନ୍ୟାନ୍ୟ ଲାଇବ୍ରେରୀ ପୁସ୍ତକ ପଢିବା ନିହାତି ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ଶିକ୍ଷକ ସଂଘର ହୋତେଶ୍ୱର ଶେଖର ଦେଓ ଏବଂ ଗୋବିନ୍ଦ ଚନ୍ଦ୍ର ସୁଆର ଯୋଗଦାନ କରି ଶିକ୍ଷକଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ପରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ଏବଂ ଫୁଲତୋଡା ଦେଇ ସମସ୍ତ ଅତିଥି ସମ୍ବର୍ଦ୍ଧନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ଶିକ୍ଷକ ସଂଘ ପକ୍ଷରୁ ସୁଶିଲ କୁମାର ପୃଷେଠ୍‌ ବ୍ଲକ୍‌ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ। ଶିକ୍ଷକ ମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ଉପରେ ଶିକ୍ଷକ ବୀର କିଶୋର ମିଶ୍ର ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ବନମାଳୀ ବାଗ୍‌ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଲେଫ୍ରିପଡା ଏବିଇଓ, ସିଆରସିସି,ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri