ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ: ଫଳାଫଳ ଘୋଷଣା ଉପରେ ରହିତାଦେଶ

କର୍ଲାମୁଣ୍ଡା, ୧ା୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପୂର୍ବ କାର୍ଯ୍ୟସୂଚୀ ଅନୁଯାଇ ମଙ୍ଗଳବାର ମଧ୍ୟାହ୍ନରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ଅଧ୍ୟକ୍ଷା ହାଇକୋର୍ଟରୁ ଆଣିଥିବା ରହିତାଦେଶ ବଳରେ ଫଳାଫଳ ଘୋଷଣା କରା ନଯାଇ ଭୋଟବାକ୍ସକୁ ସୁରକ୍ଷିତ ଭାବେ ଭବାନୀପାଟଣା ନିଆଯାଇଥିଲା।
ସୂଚନା ମତେ ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ମନମୁଖୀ ଶାସନ, ସ୍ବେଚ୍ଛାଚାରୀ କାମ କରୁଥିବା ଅଭିଯୋଗ ନେଇ ସମିତି ସଭ୍ୟା,ସଭ୍ୟ ଓ ସରପଞ୍ଚମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କଠାରେ ଡିସେମ୍ବର ୨୦ତାରିଖରେ ଲିଖିତ ଭାବେ ଜଣାଇଥିଲେ। ଉପଜିଲାପାଳ ମଙ୍ଗଳବାର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ ଓ ଆବଶ୍ୟକସ୍ଥଳେ ଗୁପ୍ତ ମତଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଅଧ୍ୟକ୍ଷା ଏହି ନୋଟିସ ୍‌ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୁଇ ତୃତୀୟାଂଶ ସଭ୍ୟଙ୍କ ସ୍ବାକ୍ଷର ନଥିବା ଅଭିଯୋଗକୁ କିପରି ଗ୍ରହଣ କରାଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଦିନ ଧାର୍ଯ୍ୟ କରାଗଲା ବୋଲି ସେ ଯୁକ୍ତି ବାଢିଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣୀ ନହେବା ଯାଏ ଫଳାଫଳ ଘୋଷଣା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଏହି ଅନାସ୍ଥା ପ୍ରସ୍ତାବର ନେତୃତ୍ୱ ନେଇଥିବା ରେଗେଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀଙ୍କୁ ପଚାରିବାରୁ ଆଜି ୨୩ ଜଣ ସମିତି ସଭ୍ୟା,ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲୁ। ମୋଟ ୨୨ଜଣ ଆମ ସପକ୍ଷର ମତଦାନ କରିଛନ୍ତି ବୋଲି ଦୃଢତାର ସହିତ କହିଥିଲେ। ତେବେ ବ୍ଲକ ଅଧ୍ୟକ୍ଷା ସାହୁଙ୍କୁ ପଚାରିବାରୁ ମୋ ସପକ୍ଷରେ ଅଧିକାଂଶ ସଭ୍ୟାସଭ୍ୟ ମତଦାନ କରିଥିବା ମୋର ବିଶ୍ୱାସ ରହିଛି ବୋଲି କହିଥିଲେ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୨ଟାରେ ବ୍ଲକ ସଭାଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ମ.ରାମପୁର ବିଡିଓ ରୁମାନା ଜାଫ୍ରି ନିର୍ବାଚନ ଅଧିକାରୀଭାବେ ଯୋଗଦେଇଥିଲେ। ଏଥିସହିତ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, କେସିଙ୍ଗା ପୋଲିସ ଏସଡିପିଓ ଗୁପ୍ତେଶ୍ୱର ଭୋଇ, ଜିଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କର୍ଲାମୁଣ୍ଡା ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସଙ୍କ ନେତୃତ୍ୱରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପ୍ରକାଶଥାଉକି ନର୍ଲା ବିଧାନ ସଭା କ୍ଷେତ୍ର ଅଧୀନ ୧୨ପଞ୍ଚାୟତ ବିଶିଷ୍ଟ କର୍ଲାମୁଣ୍ଡା ପଞ୍ଚାୟତ ସମିତିରେ ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଏମ୍‌ପିଙ୍କୁ ମିଶାଇ ମୋଟ ୨୬ଜଣ ସଦସ୍ୟ ରହିଛନ୍ତି। ବିଧାୟକ, ଏମ୍‌ପି ଓ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ କେଡିଆ ମତଦାନକୁ ଆସି ନ ଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ମିଶାଇ ୨୩ଜଣ ଭୋଟ ଦେଇଥିଲେ। ତେବେ ଆଜିର ମତଦାନ ଓ ହାଇକୋର୍ଟଙ୍କ ରହିତାଦେଶ ପରେ ଫଳାଫଳ ଗୋଷଣା ନ ହେବା କର୍ଲାମୁଣ୍ଡା ରାଜନୈତିକ ପାଣିପାଗକୁ ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri