ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ: ଫଳାଫଳ ଘୋଷଣା ଉପରେ ରହିତାଦେଶ

କର୍ଲାମୁଣ୍ଡା, ୧ା୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପୂର୍ବ କାର୍ଯ୍ୟସୂଚୀ ଅନୁଯାଇ ମଙ୍ଗଳବାର ମଧ୍ୟାହ୍ନରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ଅଧ୍ୟକ୍ଷା ହାଇକୋର୍ଟରୁ ଆଣିଥିବା ରହିତାଦେଶ ବଳରେ ଫଳାଫଳ ଘୋଷଣା କରା ନଯାଇ ଭୋଟବାକ୍ସକୁ ସୁରକ୍ଷିତ ଭାବେ ଭବାନୀପାଟଣା ନିଆଯାଇଥିଲା।
ସୂଚନା ମତେ ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ମନମୁଖୀ ଶାସନ, ସ୍ବେଚ୍ଛାଚାରୀ କାମ କରୁଥିବା ଅଭିଯୋଗ ନେଇ ସମିତି ସଭ୍ୟା,ସଭ୍ୟ ଓ ସରପଞ୍ଚମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କଠାରେ ଡିସେମ୍ବର ୨୦ତାରିଖରେ ଲିଖିତ ଭାବେ ଜଣାଇଥିଲେ। ଉପଜିଲାପାଳ ମଙ୍ଗଳବାର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ ଓ ଆବଶ୍ୟକସ୍ଥଳେ ଗୁପ୍ତ ମତଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଅଧ୍ୟକ୍ଷା ଏହି ନୋଟିସ ୍‌ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୁଇ ତୃତୀୟାଂଶ ସଭ୍ୟଙ୍କ ସ୍ବାକ୍ଷର ନଥିବା ଅଭିଯୋଗକୁ କିପରି ଗ୍ରହଣ କରାଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଦିନ ଧାର୍ଯ୍ୟ କରାଗଲା ବୋଲି ସେ ଯୁକ୍ତି ବାଢିଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣୀ ନହେବା ଯାଏ ଫଳାଫଳ ଘୋଷଣା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଏହି ଅନାସ୍ଥା ପ୍ରସ୍ତାବର ନେତୃତ୍ୱ ନେଇଥିବା ରେଗେଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀଙ୍କୁ ପଚାରିବାରୁ ଆଜି ୨୩ ଜଣ ସମିତି ସଭ୍ୟା,ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲୁ। ମୋଟ ୨୨ଜଣ ଆମ ସପକ୍ଷର ମତଦାନ କରିଛନ୍ତି ବୋଲି ଦୃଢତାର ସହିତ କହିଥିଲେ। ତେବେ ବ୍ଲକ ଅଧ୍ୟକ୍ଷା ସାହୁଙ୍କୁ ପଚାରିବାରୁ ମୋ ସପକ୍ଷରେ ଅଧିକାଂଶ ସଭ୍ୟାସଭ୍ୟ ମତଦାନ କରିଥିବା ମୋର ବିଶ୍ୱାସ ରହିଛି ବୋଲି କହିଥିଲେ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୨ଟାରେ ବ୍ଲକ ସଭାଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ମ.ରାମପୁର ବିଡିଓ ରୁମାନା ଜାଫ୍ରି ନିର୍ବାଚନ ଅଧିକାରୀଭାବେ ଯୋଗଦେଇଥିଲେ। ଏଥିସହିତ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, କେସିଙ୍ଗା ପୋଲିସ ଏସଡିପିଓ ଗୁପ୍ତେଶ୍ୱର ଭୋଇ, ଜିଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କର୍ଲାମୁଣ୍ଡା ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସଙ୍କ ନେତୃତ୍ୱରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପ୍ରକାଶଥାଉକି ନର୍ଲା ବିଧାନ ସଭା କ୍ଷେତ୍ର ଅଧୀନ ୧୨ପଞ୍ଚାୟତ ବିଶିଷ୍ଟ କର୍ଲାମୁଣ୍ଡା ପଞ୍ଚାୟତ ସମିତିରେ ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଏମ୍‌ପିଙ୍କୁ ମିଶାଇ ମୋଟ ୨୬ଜଣ ସଦସ୍ୟ ରହିଛନ୍ତି। ବିଧାୟକ, ଏମ୍‌ପି ଓ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ କେଡିଆ ମତଦାନକୁ ଆସି ନ ଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ମିଶାଇ ୨୩ଜଣ ଭୋଟ ଦେଇଥିଲେ। ତେବେ ଆଜିର ମତଦାନ ଓ ହାଇକୋର୍ଟଙ୍କ ରହିତାଦେଶ ପରେ ଫଳାଫଳ ଗୋଷଣା ନ ହେବା କର୍ଲାମୁଣ୍ଡା ରାଜନୈତିକ ପାଣିପାଗକୁ ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri