ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୮ ଦାବିଦାର

ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା କରିସାରିଛନ୍ତି। ସେ ସରକାରୀ ବାସଭବନ ଡାଉନିଂ ଷ୍ଟ୍ରିଟ୍‌ରୁ ଜୁନ୍‌ ୭ରେ ବିଦାୟ ନେବେ। ଏହା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ୧୦ ତାରିଖରେ ନିର୍ବାଚନ ହେବ। ଏଥିଲାଗି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ବ୍ରେକ୍‌ଜିଟ୍‌ ସପକ୍ଷବାଦୀ ତଥା ପୂର୍ବତନ ବହିର୍ବ୍ୟାପାର ସଚିବ ବୋରିସ୍‌ ଜନ୍‌ସନ ଥେରେସାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି କୁହାଯାଉଥିଲେ ର୍ଁହେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅନ୍ୟ ୭ ଜଣ ମଧ୍ୟ ଅଛନ୍ତି। ଏହି ପଦ ପାଇଁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଅଛନ୍ତି ବ୍ରିଟେନର ପରିବେଶ ସଚିବ ମାଇକେଲ୍‌ ଗୋଭ, ପୂର୍ବତନ ବ୍ରେକ୍‌ଜିଟ ସଚିବ ଡୋମିନିକ୍‌ ରାବ୍‌ ଓ ପୂର୍ବତନ କମନ୍ସ ନେତା ଆଣ୍ଡ୍ରିଆ ଲିଡ୍‌ସମ। ସେହିପରି ବହିର୍ବ୍ୟାପାର ସଚିବ ଜେରେମି ହଣ୍ଟ, ଅନ୍ତର୍ଜାତୀୟ ବିକାଶ ସଚିବ ରୋର୍‌ ଷ୍ଟିଓ୍ବାର୍ଟ, ସ୍ବାସ୍ଥ୍ୟ ସଚିବ ମାଟ୍‌ ହନ୍‌କକ୍‌ ଓ ପୂର୍ବତନ ପେନ୍‌ସନ ସଚିବ ଏସ୍‌ଥେର ମ୍ୟାକ୍‌ଭେ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ଏହି ଆଶାୟୀମାନେ ବ୍ରେକ୍‌ଜିଟ୍‌ ସମ୍ପର୍କିତ ନିଜ ଆଭିମୁଖ୍ୟ ୩୧୩ ଟୋରି ଏମ୍‌ପି ଏବଂ ଦଳର ୧୨୪,୦୦୦ ସଦସ୍ୟଙ୍କ ଆଗରେ ସ୍ପଷ୍ଟ କରିବେ। ଏହି ଏମ୍‌ପିମାନେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବେ। ଦଳର ସଦସ୍ୟମାନେ ସେମାନଙ୍କ ମଧ୍ୟରୁ ପ୍ରମୁଖ ଦୁଇଜଣଙ୍କୁ ଦୌଡ଼ ପାଇଁ ବାଛିବେ। ବୋରିସ୍‌ ଜନ୍‌ସନ୍‌ ଓ ରୋର୍‌ ଷ୍ଟିଓ୍ବାର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri