ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍‌ ଅଶୋଧିତ ତୈଳ ପରିବହନ କରି ସିରିଆକୁ ଯାଉଥିବାବେଳେ ଜିବ୍ରାଲ୍‌ଟର ପୋଲିସ ଓ ସୀମାଶୁଳ୍କ ସଂସ୍ଥା ଏହାକୁ ଜବତ କରିଛି। ଏହାର ପ୍ରତିବାଦରେ ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କୁ ତେହେରାନ୍‌ ସମନ କରିବା ପରେ କୂଟନୈତିକ ବିବାଦ ଉଠିଛି।
ଜିବ୍ରାଲ୍‌ଟର ହେଉଛି ସ୍ପେନ୍‌ର ଦକ୍ଷିଣ ଭାଗରେ ଥିବା ଏକ ଛୋଟ ପଥୁରିଆ ଭୂଖଣ୍ଡ, ଯାହା ଉପରେ ବ୍ରିଟେନର ଅଧିକାର ରହିଛି। ଇରାନ୍‌ର ଖର୍ଗ ଦ୍ୱୀପରୁ ଗ୍ରେସ୍‌ ୧ ଅଶୋଧିତ ତୈଳ ନେଇ ସିରିଆର ବାନ୍ୟାସ୍‌ ବିଶୋଧନାଗାରକୁ ଯାଉଥିବାବେଳେ ଗୁରୁବାର ଭୋର ସମୟରେ ଭୂମଧ୍ୟସାଗର ଓ ଆଟଲାଣ୍ଟିକ୍‌ ମହାସାଗର ମଧ୍ୟରେ ଥିବା ଜିବ୍ରାଲ୍‌ଟର ପ୍ରଣାଳୀରେ ଧରାପଡ଼ିଛି। ଯୁଦ୍ଧ ପ୍ରଭାବିତ ସିରିଆ ଉପରେ ଇୟୁ ପକ୍ଷରୁ ଜାରି ହୋଇଥିବା କଟକଣା ଏହି ରିଫାଇନେରି ଉପରେ ମଧ୍ୟ ଲାଗୁ ହୋଇଛି। ତେଣୁ ବ୍ରିଟିଶ୍‌ ରୟାଲ୍‌ ମେରାଇନ୍‌ର ସହଯୋଗରେ ଏହି ତୈଳବାହୀ ଜାହାଜକୁ ଜବତ କରାଯାଇଛି ବୋଲି ଜିବ୍ରାଲ୍‌ଟର ମୁଖ୍ୟମନ୍ତ୍ରୀ ଫାବିଆନ୍‌ ପିକାର୍ଡୋ ସୂଚନା ଦେଇଛନ୍ତି। ସେପଟେ ତେହେରାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ଜାହାଜକୁ ଜବତ କରିବା ବେଆଇନ ବୋଲି ଦର୍ଶାଇ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ସମନ କରିବା ସହ ସ୍ପଷ୍ଟୀକରଣ ମାଗିଛି। ପ୍ରକାଶ ଯେ, ସିରିଆ ନାଗରିକଙ୍କୁ ହିଂସାମତ୍କ ଉପାୟରେ ଦମନ କରୁଥିବାରୁ ୨୮ ରାଷ୍ଟ୍ରର ସଦସ୍ୟତା ବିଶିଷ୍ଟ ଇୟୁ ୨୭୭ ଏହାର ଅଧିକାରୀ ଓ ମନ୍ତ୍ରୀଙ୍କ ବିରୋଧରେ କଟକଣା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri