Posted inଖେଳ

ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ତଳେ ଦେଶର ବୋର୍ଡ ସହ ମନାନ୍ତର ପରେ ଅବସର ଘୋଷଣା କରିଥିଲେ। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ଡବ୍ଲ୍ୟୁଆଇସିବି) ନିଜ ନିୟମରେ ପରିବର୍ତ୍ତନ କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ପୂର୍ବତନ ଟିମ୍‌ ମ୍ୟାନେଜର ରିକି ସ୍କରିଟ୍ଟ ଏବେ ବୋର୍ଡର ସଭାପତି ଅଛନ୍ତି। ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ପରେ ମୁଁ ଏହି ନିଷ୍ପତ୍ତି ନେଇଛି ବୋଲି ୩୬ ବର୍ଷୀୟ ଅଲରାଉଣ୍ଡର କହିଛନ୍ତି। ସୂଚନାଥାଉ କି, ପୂର୍ବତନ ଡବ୍ଲ୍ୟୁଆଇସିବି ମୁଖ୍ୟ ଡେଭ କାମରୋନଙ୍କ ସହ ମନାନ୍ତର ପରେ ବ୍ରାଭୋଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳ ୨୦୧୪ରେ ଭାରତ ବିପକ୍ଷ ସିରିଜ୍‌ ଅଧାରୁ ଫେରିଯାଇଥିଲା। ୨୦୧୮ରେ ଅବସର ନେଇଥିଲେ ମଧ୍ୟ ସେ ଅନ୍ତିମ ଥର ୨୦୧୬ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ଓ୍ବେଷ୍ଟଇଣ୍ଡିଜ ପାଇଁ ୪୦ ଟେଷ୍ଟ, ୧୬୪ ଦିନିକିଆ ଓ ୬୬ ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri