ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି, କନ୍ଧମାଳ ଏବଂ ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ଏମ୍‌କେସିଜି ମେଡିକାଲରେ ବୟୋମେଟ୍ରିକ ବ୍ୟବସ୍ଥା ସହ ସିସି ଟିଭି ଖଞ୍ଜା ଯାଇଛି। ହେଲେ ଏହି ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି। ହସ୍ପିଟାଲ ଭିତରକୁ ଯିବା ବେଳେ ଡାକ୍ତରମାନେ ବାୟୋମେଟ୍ରିକ ମେଶିିନରେ ସେମାନଙ୍କର ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଅଳ୍ପ କେତେ ଜଣ ରୋଗୀଙ୍କୁ ଦେଖିବା ପରେ ହସ୍ପିଟାଲର ଅନ୍ୟ ରାସ୍ତାଦେଇ ସେମାନେ ବିଭିନ୍ନ ନର୍ସିଂହୋମ୍‌କୁ ଚାଲି ଯାଉଛନ୍ତି। ଏମ୍‌କେସିଜି ମେଡିକାଲରେ ଲାଗି ରହିଥିବା ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ବହୁ ଅନୁଷ୍ଠାନ ଜିଲା ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି। ଏଥିପ୍ରତି କେହି ଆନ୍ତରିକତା ଦେଖାଉ ନାହାନ୍ତି ବୋଲି କେତେକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏମ୍‌କେସିଜି ମେଡିକାଲ ଡାକ୍ତରମାନେ ହସ୍ପିଟାଲ ଭିତରକୁ ରୋଗୀଙ୍କୁ ଚିକିତ୍ସା ପାଇଁ ଯାଉଛନ୍ତି। କିଛି ସମୟ ପରେ ପିଜି ଛାତ୍ରଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରି ସେଠାରୁ ଖସି ପଳାଇ ନର୍ସିଂହୋମରେ ଚିକିତ୍ସା କରୁଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅନେକ ଥର ଘଣ୍ଟଯାତ୍ରା ମାଧ୍ୟମରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ଅଦ୍ୟାବଧି କୌଣସି ପରିବର୍ତ୍ତନ ଘଟିନାହିଁ ।
ଏହା ଏବେ ଏକ ପ୍ରହସନ ପାଲଟିଛି ବୋଲି ମାନବ ସୁରକ୍ଷା ଅଧିକାର ମଞ୍ଚ ଆବାହକ ଅବନୀ ଗୟା କହିିଛନ୍ତି।
ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ରାଧାମଧ ତ୍ରିପାଠୀ କୁହନ୍ତି, ହସ୍ପିଟାଲରେ ରୋଗୀ ସେବାରେ ସ୍ବଚ୍ଛତା ଆଣିବା ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍ୟପଟେ ଡାକ୍ତରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମେଡିକାଲ ପରିସରରେ ସିସି ଟିଭି ଖଞ୍ଜାଯାଇଛି। ବିଗତ ଦିନରେ କେତେ ଜଣ ଡାକ୍ତର ଏହାର ଖିଲାପ କରିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri