ବ୍ରହ୍ମପୁର ଜୋନ ଯୁକ୍ତ ଦୁଇ ପରୀକ୍ଷାଫଳ କଳାରେ ପାସ୍‌ ହାର ୬୧.୨୧%, ବାଣିଜ୍ୟରେ ୬୦.୮୮%, ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ %

ବ୍ରହ୍ମପୁର ଅଫିସ୍‌,୨୨ା୬-ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲାରେ କଳାରେ ୬୧.୨୧ପ୍ରତିଶତ, ବାଣିଜ୍ୟରେ ୬୦.୮୮ ପ୍ରତିଶତ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଏହି ଜୋନ୍‌ରେ କଳାରେ ସର୍ବମୋଟ ୪୮,୩୬୪ ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୩୧,୦୯୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୯୮୦ ଜଣ ପ୍ରଥମ, ୪୨୨୩ ଜଣ ଦ୍ୱିତୀୟ ଏବଂ ୨୩୮୭୧ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।
୯୭ ଜଣ ମାଲ ପ୍ରାକ୍ଟିସ ହୋଇଥିବା ବେଳେ ୨୦ ଜଣ କମ୍ପାର୍ଟମେଣ୍ଟରେ ପାସ କରିଛନ୍ତି। ସେହିପରି ବାଣିଜ୍ୟରେ ଏହି ୮ ଜିଲାରେ ମୋଟ ୪୭୦୪ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୦୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦୦୩ ଜଣ ପ୍ରଥମ, ୫୫୮ ଜଣ ଦ୍ୱିତୀୟ ଏବଂ ୧୪୯୯ ଜଣ ତୃତୀୟ ଶ୍ରେଣୀ, ୩ ଜଣ କମ୍ପାର୍ଟମେଣ୍ଟରେ ପାସ କରିଥିବା ବେଳେ ୧୦ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ମୋଟ ୧୧୩୩ ଜଣ ଫର୍ମପୂରଣ କରିଥିବା ବେଳେ ୧୦୮୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪୭ ଜଣ ପାସ କରିଛନ୍ତି। ୪୨ ଜଣ ପ୍ରଥମ, ୨୨୫ ଜଣ ଦ୍ୱିତୀୟ, ୨୬୨ ଜଣ ତୃତୀୟ ଶ୍ରେଣୀ, ୧୮ ଜଣ କମ୍ପାର୍ଟମେଣ୍ଟାଲରେ ପାସ ହୋଇଥିବା ବେଳେ ଜଣେ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ଥିଲେ।
ଜିଲାରେ କଳାରେ ୧୯ହଜାର୭୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ହଜାର୮୫୮ ପରୀକ୍ଷାର୍ଥୀ କୃତୀତ୍ୱ ହାସଲ କରିଛନ୍ତି। ୧୯୨୩ ଜଣ ପ୍ରଥମ, ୨୪୨୫ ଜଣ ଦ୍ୱିତୀୟ, ୯୫୦୧ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ୧୪ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି। ଫଳାଫଳ ୭୨.୬୪ ପ୍ରତିଶତ ରହିଛି। ବାଣିଜ୍ୟରେ ୨୧୯୨ ଜଣ ପରୀକ୍ଷା ଦେଇଥିଲେ। ୧୭୩୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେ।ଇଛନ୍ତି। ଫଳାଫଳ ୭୮.୯୨ ପ୍ରତିଶତ ହୋଇଛି। ୭୨୫ ଜଣ ପ୍ରଥମ, ୩୦୭ ଜଣ ଦ୍ୱିତୀୟ, ୬୯୫ ଜଣ ତୃତୀୟ ଶ୍ରେଣୀ, ୩ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ ୨ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି।
ଧନ୍ଦାମୂଳକ ଶିକ୍ଷାରେ ୩୪୪ ଜଣ ପରୀକ୍ଷା ଦେଇଥିଲେ। ୨୦୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬ ଜଣ ପ୍ରଥମ, ୮୫ ଜଣ ଦ୍ୱିତୀୟ, ୧୦୭ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ଜଣେ ମାଲ ପ୍ରାକ୍ଟିସ ହୋଇଥିଲେ।
ଜିଲାରେ କଳାରେ ୩୭୦୪ ଜଣ ପରୀକ୍ଷା ଦେଇଥିଲେ। ପାସ କରିଛନ୍ତି ୨୨୬୧। ଫଳାଫଳ ୬୧.୦୪ ପ୍ରତିଶତ ରହିଛି। ତନ୍ମଧ୍ୟରୁ ୬୪ ଜଣ ପ୍ରଥମ, ୧୭୮ ଜଣ ଦ୍ୱିତୀୟ, ୨୦୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେ।ଇଥିବା ବେଳେ ୩ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ୧୮ ଜଣ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଛନ୍ତି। ବାଣିଜ୍ୟରେ ୭୨ ଜଣ ପରୀକ୍ଷା ଦେଇଥିଲେ। ୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଫଳାଫଳ ପ୍ରତିଶତ ୬୫.୨୭ ହୋଇଥିଲା। ୯ ଜଣ ପ୍ରଥମ, ୧୩ ଜଣ ଦ୍ୱିତୀୟ, ୨୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ୧୭୬ ପରୀକ୍ଷା ଦେଇଥିଲେ। ୭୮ ଜଣ ଉତୀନ୍ନ ହୋଇଛନ୍ତି। ଫଳାଫଳ ୪୪.୩୧ ପ୍ରତିଶତ ରହିଛି। ୧୩ ଜଣ ପ୍ରଥମ, ୪୪ ଜଣ ଦ୍ୱିତୀୟ, ୨୦ ଜଣ ତୃତୀୟ ଶ୍ରେଣୀ, ଜଣେ କମ୍ପାର୍ଟମେଣ୍ଟାଲରେ ପାସ ଜଣେ ପାସ କରିଛନ୍ତି।
କନ୍ଧମାଳ ଜିଲାରେ କଳାରେ ୫ହଜାର୭୭୪ଜଣ ପରୀକ୍ଷା ଦେଇଥିବା ବେଳେ ୩୭୫୧ଜଣ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୬୪.୯୬ପ୍ରତିଶତ। ପ୍ରଥମ ଶ୍ରେଣୀରେ ୨୪୭, ଦ୍ୱିତୀୟ ଶ୍ରେଣୀରେ ୪୨୦ ଏବଂ ତୃତୀୟ ଶ୍ରେଣୀରେ ୩୦୮୪ଜଣ ପାସ୍‌ କରିଛନ୍ତି। ବାଣିଜ୍ୟରେ ୨୧୧ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ଜଣ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୬୯.୧୯। ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀରେ ୩୮ଜଣ ଏବଂ ତୃତୀୟ ଶ୍ରେଣୀରେ ୮୫ଜଣ ପାସ୍‌ କରିଛନ୍ତି।
ଧନ୍ଦାମୂଳକ ଶିକ୍ଷାରେ ୧୬୪ଜଣ ପରୀକ୍ଷା ଦେଇଥିବା ବେଳେ ୧୦୯ଜଣ ଉତୀନ୍ନ ହୋଇଛନ୍ତି। ସଫଳତା ପ୍ରତିଶତ ରହିଛି ୬୪.୪୬। ୧୩ଜଣ ପ୍ରଥମ, ୩୦ଜଣ ଦ୍ୱିତୀୟ ଏବଂ ୬୩ଜଣ ତୃତୀୟ ଶ୍ରେଣୀରେ ଉତୀନ୍ନ ହୋଇଥିବା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri