Posted inଖେଳ

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ ସହାୟତାରେ ସଂଘର୍ଷ ଜାରି ରଖିଛି। ଖବର ମିଳିବା ବେଳକୁ ଭାରତ ୪ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଛି। ଅଜିଙ୍କ୍ୟ ରାହାନେ ୫୦ ଓ ହନୁମା ବିହାରି ୧୮ ରନ କରି ଅପରାଜିତ ରହିଛନ୍ତି।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ପ୍ରଥମେ ଭାରତକୁ ବ୍ୟାଟିଂପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ମେଘୁଆ ପାଗ ଓ ପିଚ୍‌ ପରିବେଶରୁ ଫାଇଦା ଉଠାଇ କେମର ରୋଚ୍‌ ଓ ଶାନନ ଗାବ୍ରିଏଲ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦଳୀୟ ସ୍କୋର ମାତ୍ର ୫ ଥିବାବେଳେ ରୋଚ୍‌ଙ୍କ ବଲ୍‌ରେ ଶାଇ ହୋପ୍‌ଙ୍କୁ କ୍ୟାଚ ଦେଇ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ। ୧୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମୟଙ୍କ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଦଳୀୟ ସ୍କୋରରେ ଆଉ ୨ ରନ ଯୋଗ ହେବାପରେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ସମାନ ବୋଲର ଓ ଫିଲ୍ଡରଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ପୂଜାରା ୪ ବଲ୍‌ରୁ ମାତ୍ର ୨ ରନ କରି ଆଉଟ ହେବାରୁ ୫ ଓଭର ବେଳକୁ ଭାରତୀୟ ସ୍କୋର ୭/୨ ହୋଇ ଯାଇଥିଲା। ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର କୋହଲି ୧୨ ବଲ୍‌ରୁ ୨ଟି ଦର୍ଶନୀୟ ଚୌକା ସହାୟତାରେ ୯ ରନ କରିଥିବାବେଳେ ଶାନନ ଗାବ୍ରିଏଲଙ୍କ ବଲ୍‌ରେ ଶାମରା ବ୍ରୁକ୍ସଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲିଙ୍କ ଆଉଟ ପରେ ସ୍ବାଭାବିକଭାବେ ଓ୍ବେଷ୍ଟଇଣ୍ଡିଜ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ୨୫ ରନରେ ଭାରତ ୩ୟ ଉଇକେଟ ହରାଇଥିଲା। ତେବେ ଲୋକେଶ ଓ ଅଜିଙ୍କ୍ୟ ରାହାନେ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଦଳୀୟ ସ୍କୋରକୁ ୬୮/୩ରେ ପହଞ୍ଚାଇଥିଲେ। ସେତେ ବେଳକୁ ରାହୁଲ ୭୦ ବଲ୍‌ରୁ ୪ ଚୌକା ସହାୟତାରେ ୩୭ ଓ ରାହାନେ ୪୩ ବଲ୍‌ରୁ ୨ ଚୌକା ସହ ୧୦ ରନ କରି ଅପରାଜିତ ରହିଥିଲେ। ୪ର୍ଥ ଉଇକେଟ ଯୋଡ଼ିରେ ୬୮ ରନ ଯୋଗ ହେବାପରେ ରାହୁଲ ବ୍ୟକ୍ତିଗତ ୪୪(୯୭ ବଲ, ୫ ଚୌକା) ରନ କରି ଆଉଟ ହୋଇଥିଲେ। ରଷ୍ଟନ ଚେଜ୍‌ ଓ୍ବେଷ୍ଟଇଣ୍ଡିଜକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ରାହାନେ କିନ୍ତୁ ପ୍ରତିପକ୍ଷ ବୋଲରଙ୍କୁ ସଫଳତାର ସହ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୭ ବଲ୍‌ରୁ ୭ ଚୌକା ସହାୟତାରେ ୫୦ ରନ ପୂରଣ କରିଥିଲେ। ଟେଷ୍ଟରେ ଏହାଥିଲା ତାଙ୍କର ୧୮ତମ ଅର୍ଦ୍ଧଶତକ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରୋଚ୍‌ ୨ଟି ଏବଂ ଗାବ୍ରିଏଲ ଓ ଚେଜ୍‌ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚରେ ରୋହିତ ଶର୍ମା, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ଉମେଶ ଯାଦବଙ୍କୁ ବାଦ୍‌ ଦେଇ ପଡ଼ିଆକୁ ଓହ୍ଲାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri