ବୋନସ ଦାବିରେ ଟାଟା ଖଣିକୁ ଘେରିଲେ ଶ୍ରମିକ: ସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ଯୋଡ଼ା ୨୭।୯ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡି ଠାରେ ଟାଟା କମ୍ପାନୀର ମାଙ୍ଗାନିଜ ଖଣିକୁ ଶତାଧିକ ଶ୍ରମିକ ବୋନସ ଦାବିରେ ଘେରାଉ କରିଛନ୍ତି। ଏହା ସହିତ ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଠିକାସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛି ବୋଲି ସେମାନେ ଖବରଦାତାଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ, ଶୁକ୍ରବାର ଅପରାହ୍ନରେ ବୋନସ ଦାବି କରି ପ୍ରାୟ ୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଟାଟା କମ୍ପାନୀର ବିଛାକୁଣ୍ଡିସ୍ଥିତ ଖଣି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଖଣି ଠିକାଦାର ସଂସ୍ଥା କରୋନେଶନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଟାଟା ଖଣିରେ କାର୍ଯ୍ୟ କରୁଥିବା ଖଣି ଶ୍ରମିକ ମାନଙ୍କୁ ଶତକଡା ୮.୩୩ ବୋନସ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ ଶ୍ରମିକମାନେ ଆପତ୍ତି ଏବଂ ଅଭିଯୋଗ କରିଥିଲେ। ଠିକାସଂସ୍ଥା କିନ୍ତୁ ଏହି ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା । ଫଳରେ ଶ୍ରମିକ ଅଶାନ୍ତି ଉଗ୍ରରୂପ ଧାରଣ କରିଥିଲା। ପରିସ୍ଥିତି ଅଣାୟାତ୍ତ ହେବାରୁ ଯୋଡା ପୋଲିସ ଆଇଆଇସି ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଖଣିରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକ ଲକ୍ଷ୍ମୀ ଓରାମ, ନନିତା ମୁଣ୍ଡା, ନିରୂପମା ପାତ୍ର, ମକର ଓରାମ୍‌, କୁଲିଆ ନାଏକ କହିଛନ୍ତି ଯେ, ଠିକା ମଜୁରିଆ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ କେନ୍ଦ୍ର ସରକାରଙ୍କର ଧାର୍ଯ୍ୟ ପାଉଣା ଦିଆଯାଉନାହିଁ। ନିକଟରେ ଥିବା ଅନ୍ୟ ଖଣି କମ୍ପାନୀ ଓ ଠିକାସଂସ୍ଥା ମାନେ ବୋନସ ପ୍ରାୟ ଶତକଡା ୨୪ ପ୍ରତିଶତ ଦେଉଥିବା ବେଳେ ବିଛାକୁଣ୍ଡିର ଏହି ଠିକାସଂସ୍ଥା ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଠକି ଚାଲିଛି। ଅନ୍ୟପକ୍ଷରେ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ କରୋନେସନ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଠିକାସଂସ୍ଥାର ଶ୍ରମିକମାନେ ଶତକଡା ୨୦ ରୁ ୨୫ ପ୍ରତିଶତ ବୋନସ ଦାବି କରି ବିକ୍ଷୋଭ କରିଥିଲେ । ହେଲେ ସରକାରଙ୍କର ବୈଧାନିକ ନିୟମ ଅନୁଯାୟୀ ଠିକାସଂସ୍ଥା ଶତକଡା ୮.୩୩ ପ୍ରତିଶତ ବୋନସ ପୈଠ କରିବାର ନିଷ୍ପତ୍ତି ନେଇଛି। ବଜାର ମାନ୍ଦା ଥିବାରୁ ଏହାର ପ୍ରଭାବ ଖଣି କ୍ଷେତ୍ରରେ ପଡିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri