ବୈତରଣୀରୁ ବନ୍ୟଜୀବନ ମୋହ

ତାଙ୍କ କାନ୍ଧରେ ବିଭିନ୍ନ ସରକାରୀ ଯୋଜନା ଏବଂ ଜନକଲ୍ୟାଣ କାର୍ଯ୍ୟର ଗୁରୁଦାୟିତ୍ୱ। ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ଭାବେ ଜନମଙ୍ଗଳ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ସେ ବଢ଼ିଚାଲିଛନ୍ତି ଆଗକୁ। ଅମାୟିକ ବ୍ୟବହାର ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ଏଭଳି ଜଣେ ବ୍ୟକ୍ତିତ୍ୱ ହେଲେ କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉତ। ବୃତ୍ତିଗତ ଜୀବନରେ ଜଣେ ପ୍ରଶାସକ ହୋଇଥିଲେ ମଧ୍ୟ ନିଶା ତାଙ୍କର ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି। କାର୍ଯ୍ୟବ୍ୟସ୍ତ ସମୟରୁ ଫୁର୍‌ସତ୍‌ ମିଳିଲେ ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି କୀଟପତଙ୍ଗଙ୍କୁ ସେ ତୋଳିଧରନ୍ତି କ୍ୟାମେରା ଲେନ୍ସରେ। ପ୍ରକୃତି, ପରିବେଶ ଏବଂ ଜୀବଜନ୍ତୁଙ୍କୁ ଏପରି ଭଲପାଇବା ଯାହା ତାଙ୍କୁ ଜଣେ ନିଆରା ମଣିଷ ଭାବେ ପରିଚିତ କରାଇଛି। ଏକ ହାଲ୍‌କା ମୁହୂର୍ତ୍ତରେ ସେ ‘ଧରିତ୍ରୀ’ ସହ ବାଣ୍ଟିଛନ୍ତି ବ୍ୟକ୍ତିଗତ ଜୀବନର ଅନୁଭୂତି।

ସୁଧୀର କୁମାର ପରିଡ଼ା – କାମାକ୍ଷାନଗର, ୫ା୩

ପ୍ରଶ୍ନ: ଘରେ କିଏ କିଏ ଅଛନ୍ତି ?
ଜିଲା ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ଗ୍ରାମରେ ପୈତୃକ ଘର। ୪ ଭଉଣୀଭାଇଙ୍କ ମଧ୍ୟରେ ମୁଁ ସାନ। ବାପା କରୁଣାକର ରାଉତଙ୍କ ଦେହାନ୍ତ ହୋଇଯାଇଛି। ମା’ ଚମ୍ପାବତୀ ରାଉତ, ସ୍ତ୍ରୀ ଏବଂ ଯୁକ୍ତ ୨ ପଢ଼ୁଥିବା ପୁଅକୁ ନେଇ ପରିବାର।
ପ୍ରଶ୍ନ: କେମିତି ବିତେ ସକାଳ ସମୟ ?
ଭୋର ୫ଟାରୁ ବିଛଣା ଛାଡ଼େ। ଦିନଟି କିପରି ଭଲରେ କଟିବ ସେ ନେଇ ଭଗବାନଙ୍କୁ ପ୍ରାର୍ଥନା କରେ। ନିତ୍ୟକର୍ମ ସାରି ୧ଘଣ୍ଟା ପ୍ରାତଃ ଭ୍ରମଣରେ ଯାଏ। ଏସବୁ ଭିତରେ ଖବର କାଗଜ ପଢିବାକୁ ଭୁଲେନାହିଁ। ଏହାପରେ ଦୈନିକ କାର୍ଯ୍ୟଖସଡ଼ା ଅନୁଯାୟୀ ନିଜକୁ ପ୍ରସ୍ତୁତ କରେ।
ପ୍ରଶ୍ନ: କେଉଁ ଖାଦ୍ୟରେ ରୁଚି ରଖନ୍ତି ?
ସବୁ ଚଳେ। ସେମିତି କୌଣସି ସ୍ବତନ୍ତ୍ର ଖାଦ୍ୟ ପ୍ରତି ଦୁର୍ବଳତା ନାହିଁ। କିନ୍ତୁ ପରିବାର ଲୋକଙ୍କ ସହ ବସି ଏକାଠି ଖାଇବାରେ ଖୁସି ନିଆରା।
ପ୍ରଶ୍ନ: କାହାଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି ?
ଫକୀରପୁର ବିଦ୍ୟାଳୟରୁ ମାଟ୍ରିକ ପାସ୍‌ ପରେ ଆନନ୍ଦପୁର ମହାବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ମିଳିଥିଲା। ଏଥିସହ ଆଇନ ପାଠ୍ୟକ୍ରମରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି। ୧୯୯୯ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି। ଏହି ସମୟ ଭିତରେ ଅନେକ ପୁସ୍ତକ ପଢ଼ିଛି। ହେଲେ ଲିଓଷ୍ଟଲଷ୍ଟଏଙ୍କ ଛୋଟ ଛୋଟ ଗଳ୍ପରେ ଥିବା ନୈତିକ ଶିକ୍ଷା ଜୀବନକୁ ସବୁଠୁ ବେଶି ପ୍ରଭାବିତ କରିଛି।
ପ୍ରଶ୍ନ: ଫଟୋଗ୍ରାଫି ନିଶାରେ କେମିତି ପଡ଼ିଲେ ?
ବୈତରଣୀ ନଦୀକୂଳରେ କଟିଛି। ସେଠାରୁ ହିଁ ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗଙ୍କ ମୋହରେ ପଡ଼ିଯାଇଛି। କଥା କହି ପାରୁ ନ ଥିବା ପ୍ରାଣୀଙ୍କ ଜୀବନଶୈଳୀକୁ ବୁଝିବାର ଝୁଙ୍କ ହିଁ ଫଟୋଗ୍ରାଫି ନିଶାରେ ପକାଇଦେଲା। ଏଥିପାଇଁ ଖର୍ଚ୍ଚ କାଟି, ଋଣ କରି ଭଲ କ୍ୟାମେରା ସଂଗ୍ରହ କରିଛି।
ପ୍ରଶ୍ନ: ଅବସର ସମୟ କେମିତି କଟେ ?
ଏବଂ କାର୍ଯ୍ୟ ଦିବସରେ ବିଶେଷ କିଛି ଅନ୍ତର ନାହିଁ। ସରକାରୀ କାମ, ଲୋକଙ୍କ କାମ ସରିଲେ ବଳକା ସମୟରେ ପରିବାର ସହ ବିତାଏ। ଲଗାତର ଛୁଟି ମିଳିଲେ ଭିତରକନିକା, ଚିଲିକା ଯାଇ ପକ୍ଷୀଙ୍କ ଫଟୋ ଉଠାଇବାକୁ ଭଲପାଏ।
ପ୍ରଶ: ଯୁବଗୋଷ୍ଠୀଙ୍କୁ କ’ଣ କହିବେ?
ଯୁବତୀଯୁବକଙ୍କ ପ୍ରମୁଖ ଲକ୍ଷ୍ୟ ରହୁଛି କିପରି ଅଧିକ ରୋଜଗାର କରିବେ। ଏଥିପାଇଁ ସେମାନେ ସ୍ବଳ୍ପ ବୟସରୁ ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି। ଫଳରେ କମ୍‌ ସମୟରେ ଥକି ପଡୁଛନ୍ତି। ଶିକ୍ଷାକୁ ପ୍ରାଧାନ୍ୟ ଦେଇ କଠିନ ପରିଶ୍ରମ କଲେ ଉପଯୁକ୍ତ ଫଳ ନିଶ୍ଚୟ ମିଳିବ। ଏଥିସହ ସମସ୍ତେ ପ୍ରକୃତିକୁ ଭଲପାଇବା ଆବଶ୍ୟକ। ଏହା ଆଗାମୀ ପିଢ଼ି ପାଇଁ ମଙ୍ଗଳଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri