ବୈତରଣୀ ନଦୀବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା

ଯାଜପୁର ଅଫିସ,୬।୩: ଯାଜପୁର ଜିଲା ଦଶରଥପୁର ବ୍ଲକବାସୀଙ୍କ ପାଇଁ ବୈତରଣୀ ଜୀବନରେଖା ସଦୃଶ। ଏହି ନଦୀଜଳରୁ ଅଧିକାଂଶ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ହେଲେ ଏହି ବ୍ଲକର ଗ୍ରାମାଞ୍ଚଳର ନଦୀ ଅବବାହିକା ପରିଚାଳନାର ଶୋଚନୀୟ ଅବସ୍ଥାକୁ ଦେଖିଲେ ଯେକେହି ବି ବିକାଶ କେତେ ହୋଇଛି ସହଜେ ଅନୁମାନ କରି ପାରିବ। ବୈତରଣୀ ନଦୀ ପାର୍ଶ୍ୱରେ ନିର୍ମିତ ଦୁର୍ବଳ ନଦୀବନ୍ଧ ଆଖପାଖ ଗ୍ରାମବାସୀଙ୍କୁ ବର୍ଷା ମାସରେ ଆତଙ୍କିତ କରି ରଖିଥାଏ। ଏହାକୁ ଦୃଷ୍ଟିରେ ଜଳସେଚନ ବିଭାଗ ପକ୍ଷରୁ ବୈତରଣୀ ନଦୀର ବ୍ରହ୍ମଚାରୀ ପାଟଣାଠାରୁ କୟାଁଗୋଲା ପର୍ଯ୍ୟନ୍ତ ୧୯ କି.ମି. ନଦୀବନ୍ଦ ସୁଦୃଢୀକରଣ କାର୍ଯ୍ୟ ନିମନ୍ତେ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାୟ ୧୯ କୋଟି ଟଙ୍କା ବ୍ୟବବରାଦ ହୋଇଥିଲା। ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ଓସିସି(ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ)କୁ ଦିଆଯାଇଛି। କିନ୍ତୁ ଓସିସି ଏହାକୁ କେତେକ ପେଟି ଠିକାଦାରଙ୍କୁ କାମ କରିବା ପାଇଁ ଦାୟିତ୍ୱ ଦେଇଛି। ଯାହାଫଳରେ ଉପଯୁକ୍ତ ତଦାରଖ ଅଭାବରୁ କାମରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ନିମ୍ନମାନର ମାଟି ପକାଇ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥକୁ ଚଳୁ କରିବାକୁ ଉଦ୍ୟମ ଚାଲିଛି। ଏଥିଯୋଗୁ ନଦୀବନ୍ଧର ସ୍ଥାୟିତ୍ୱ ଓ ସୁଦୃଢିକରଣ ପ୍ରତି ଆଶଙ୍କା ପ୍ରକାଶପାଇଛି। ଗତ ୨ ବର୍ଷ ଧରି ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁରହିଥିବାବେଳେ କେବଳ ଖରାଦିନେ କେତେକ ସ୍ଥାନରେ ଟ୍ରାକ୍ଟର ସହାୟତାରେ ମାଟି ପକାଯାଇ ମୋଟା ବିଲ୍‌ କରାଯାଉଥିବା ଅଭିଯୋଗ ହେଉଛି। ନଦୀବନ୍ଧର ଉପରିଭାଗର ପ୍ରସ୍ଥ ସର୍ବନିମ୍ନ ୬ମିଟର ରହିବାର ନିୟମ ରହିଥିବାବେଳେ କେଉଁଠି ୪ମିଟର ତ କେଉଁଠି ୫ମିଟର ମଧ୍ୟରେ ରହିଥିବା ଦେଖାଯାଇଛି। ସେହିପରି ବନ୍ଧରେ ପକାଯାଉଥିବା ମାଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁ ଅସରାଏ ବର୍ଷାରେ ଉକ୍ତ ମାଟି ଧୋଇ ଯାଉଥିବା ଦେଖିବାକୁ ମିଳୁଛି। ସେହିପରି ନଦୀ ଜଳକୁ ଚାଷ କ୍ଷେତ୍ରରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ କେନାଲ, ସୁଇଚ୍‌ ଗେଟର ବ୍ୟବସ୍ଥା ନ ରହିବା ଯୋଗୁ ଚାଷୀମାନେ ଚାଷ କାର୍ଯ୍ୟରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅପରପକ୍ଷରେ ନଦୀ ବନ୍ଧ ନିକଟସ୍ଥ ଗୋଚର ଜମିଗୁଡ଼ିକରୁ ବେପରୁଆ ଓ ବେଆଇନ ଭାବରେ ମାଟି ତଡ଼ାଯାଇ ବନ୍ଧ ନିର୍ମାଣ କରାଯାଉଥିବାରୁ ନିକଟସ୍ଥ ଗ୍ରାମଗୁଡ଼ିକରେ ଗୃହପାଳିତ ପଶୁମାନଙ୍କ ପାଇଁ ଚାରଣଭୂଇଁର ସମସ୍ୟା ଦେଖାଦେଲାଣି। ଏହି ସବୁ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଗ୍ରାମବାସୀ ବାରମ୍ବାର ତହସିଲଦାର, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ। ଯଦ୍ୱାରା ପ୍ରତିବର୍ଷ ଘାଇ ସୃଷ୍ଟି ହୋଇ ବନ୍ୟା ଜଳ ଜନଜୀବନକୁ ବିପନ୍ନ କରୁଛି। ଆଉ ଏସବୁ ବେଆଇନ କାର୍ଯ୍ୟକୁ ଅକୁଣ୍ଠରେ ଜନପ୍ରତିନିଧିମାନେ ନିଜର ସମର୍ଥକଙ୍କୁ ଠିକାଦାର ଭାବରେ ନିଯୁକ୍ତ କରାଉଛନ୍ତି। ନା ଶାସକ ନା ବିରୋଧି ସଭିଏଁ ଏସବୁ ମାମଲାରେ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏ ସଂକ୍ରାନ୍ତରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ନ ହେବାରୁ ଏହାର ସମୟ ବୃଦ୍ଧି କରାଯାଇଛି। ତେବେ ପ୍ରାୟ କାର୍ଯ୍ୟ ସମାପ୍ତ ହେବାକୁ ବସିଛି। ଫାଇନାଲ ବିଲ୍‌ କରିବା ପୂର୍ବରୁ ଯେଉଁ କାମ ବାକି ରହିଛି ସେହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି। କାର୍ଯ୍ୟରେ କୌଣସି ଅନିୟମିତତା ହେଉନାହିଁ ବୋଲି ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri