ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍‌ଜାରେ ରାସ୍ତାକଡ ରହିଛି। ଫଳରେ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ୍‌ ଓ ବିଭିନ୍ନ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିବାର ନଜିର ମଧ୍ୟ ରହିଛି। ହେଲେ ପ୍ରଶାସନର କିନ୍ତୁ ଏଥିପ୍ରତି ନିଘା ନାହିଁ।
ଯେ, ନୟାଗଡ଼ ସହରର ସରକାରୀ ବାଳିକା ବିଦ୍ୟାଳୟ ନିକଟବର୍ତ୍ତୀ ଜାତୀୟ ରାଜପଥ-୫୭ ପାର୍ଶ୍ୱରେ ଦିନରାତି ସବୁବେଳେ ମାଳମାଳ ଗାଡ଼ି ପାର୍କିଂ ହୋଇ ରହୁଛି। ବସ୍‌ଠାରୁ ଆରମ୍ଭ କରି ଡମ୍ପର, ଜେସିବି ଗାଡ଼ି ଲାଇନ୍‌ରେ ରହୁଥିବାର ଦେଖିବାକୁ ମିଳୁଛି। ଦୀର୍ଘ ୩ ମାସ ହେଲାଣି ଉକ୍ତ ସ୍ଥାନ ଅଘୋଷିତ ଭାବେ ପାର୍କିଂସ୍ଥଳୀ ପାଲଟିଛି। ସେଠାରେ ଗାଡ଼ିଗୁଡ଼ିକ ରହିବା ଯୋଗୁ ବିଦ୍ୟାଳୟକୁ ଯାଉଥିବା ପିଲାମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଦୁଇଟି ଗାଡ଼ି ଏକା ସଙ୍ଗେ ବିପରୀତ ଦିଗରୁ ଯାତାୟାତ କରୁଥିବା ବେଳେ ଅତି ସାବଧାନର ସହ ଚାଳକଙ୍କୁ ଗାଡ଼ି ଚଳାଇବାକୁ ପଡ଼ୁଛି। ଟିକେ ଅସାବଧାନତା ହେଲେ ଦୁର୍ଘଟଣାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପରିବହନ ବିଭାଗ ସବୁ ଜାଣିଥିଲେ ମଧ୍ୟ ହାତବାନ୍ଧି ବସିପଡ଼ିଛି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତା କଡ଼ ଏବେ ଉଠା ଦୋକାନୀଙ୍କ କବଜାରେ ରହିଛି। ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପାର୍ଶ୍ୱ, ଖଣ୍ଡପଡ଼ା ରୋଡ଼, ଓଡ଼ଗାଁ ରୋଡ଼ ଆଦି ଅନେକ ସ୍ଥାନରେ ଉଠା ଦୋକାନୀମାନେ ସେମାନଙ୍କର ପସରା ମେଲାଇ ବ୍ୟବସାୟ କରୁଛନ୍ତି। ଗତ ମାସ ୨୨ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନୟାଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଓ ରାସ୍ତା ଗୃହ ନିର୍ମାଣ ବିଭାଗକୁ ସହରରେ ଗାଡ଼ି ପାର୍କିଂ ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସହରାଞ୍ଚଳରେ ଜନସାଧାରଣଙ୍କ ସୂଚନା ପାଇଁ ବିଭିନ୍ନ ପ୍ରକାର ସଡ଼କ ସୁରକ୍ଷା ସାଇନ୍‌ ବୋର୍ଡ଼ ଆବଶ୍ୟକ ସ୍ଥାନରେ ଲଗାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରୁଥିବା ଗାଡ଼ି ଓ ବୁଲାବିକାଳିମାନଙ୍କୁ ତୁରନ୍ତ ହଟାଇବା ପାଇଁ ପୋଲିସ ଅଧିକାରୀମାନେ ତପତ୍ରତା ଦେଖାଇବା ଲାଗି ବୈଠକରେ ମଧ୍ୟ କୁହାଯାଇଥିଲା। ସବୁ କିଛି କେବଳ ବୈଠକରେ ସୀମତି ହୋଇ ରହି ଯାଇଛି। ଏ ନେଇ କିଛି ବି କାର୍ଯ୍ୟକ୍ରମ ଆଗେଇ ପାରିନାହିଁ। ଫଳରେ କେବଳ ବୈଠକରେ ସୀମିତ ସଡ଼କ ସୁରକ୍ଷା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଆରଟିଓ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ସେ କୁହନ୍ତି ବୈଠକରେ ଆମେ ସମସ୍ତଙ୍କର ସହାୟତାରେ କାର୍ଯ୍ୟ କରିବୁ ବୋଲି ଆଲୋଚନା ହୋଇଥିଲା। ପୌରପରିଷଦ ନିର୍ବାହୀ ଅଧିକାରୀ, ତହସିଲଦାର ଓ ସ୍ଥାନୀୟ ପୋଲିସର ସହାୟତାରେ ଏହି କାମ ହୋଇଥାନ୍ତା। ଏ ଦିଗରେ କୌଣସି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri