ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ

ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ ହୋଇଛି ବେଲପାହାଡ଼ ଦଶହରା ମହୋତ୍ସବ। ଏହି ଅପେରା ଲଢ଼େଇରେ ଦୁଇଟି ପାର୍ଟି-ନବଗଠିତ ତଥା ବଙ୍କିମ ସ୍ବାଇଁଙ୍କ ଦ୍ୱାରା ପରିଚାଳିତ ସୂର୍ଯ୍ୟମହଲ ଏବଂ ଅପେରା ଜଗତର ଅନ୍ୟତମ ଆଗଧାଡିର ପାର୍ଟି ତୁଳସୀ ଗଣନାଟ୍ୟ ମୁହଁାମୁହିଁ ହୋଇଥିଲେ। ଦୁଇ ପାର୍ଟି ଦ୍ୱାରା ପରିବେଷିତ ନାଟକଗୁଡ଼ିକ ଯାତ୍ରାପ୍ରେମୀଙ୍କୁ ଭରପୂର ଏଣ୍ଟରଟେନମେଣ୍ଟ ଯୋଗାଇଥିଲା। ବିଶେଷଭାବରେ ଜଲିଉଡ୍‌ର ନିଆରା ଅଭିନେତା ତଥା ଅପେରା ସୂର୍ଯ୍ୟମନ୍ଦିରର ଷ୍ଟାର ଆକ୍ଟର ବିନୋଦ ନାଥ ଏବଂ ତୁଳସୀର ରୋମାଣ୍ଟିକ ନାୟକ ସତ୍ୟ ସେଠାରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। କେବଳ ଅତ୍ୟାଧୁନିକ ସାଜସଜ୍ଜାରେ ସଜ୍ଜିତ ତୁଳସୀ ଗଣନାଟ୍ୟ ନୁହେଁ ହାଇବଜେଟରେ ନବଗଠିତ ସୂର୍ଯ୍ୟମନ୍ଦିରର ମେଲୋଡି ଏବଂ ଆଙ୍କରିଂ ମଧ୍ୟ କୌଣସି ଗୁଣରେ କମ୍‌ ନ ଥିଲା। ଏହି ପାଞ୍ଚ ଦିନବ୍ୟାପୀ ଲଢ଼େଇରେ ସୂର୍ଯ୍ୟମନ୍ଦିର ପରିବେଷିତ ନାଟକ ‘ମାୟାବିନୀ ମୌସୁମୀ’, ‘ପୁଅ ଯିବ ଶାଶୁଘର’, ଅନୁସନ୍ଧାନ ନାଟକ ‘କାହାଣୀ କହିବ ସୂର୍ଯ୍ୟମନ୍ଦିର’ ଏବଂ ‘ଭିତିରି କଥା’ରେ ବିନୋଦଙ୍କ ଭୂମିକାକୁ ଦର୍ଶକ ବେଶ୍‌ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତୁଳସୀ ଗଣନାଟ୍ୟ ପରିବେଷିତ ନାଟକ ‘ସାବିତ୍ରୀ କରିବ ସ୍ବାମୀ ନିଲାମ’, ‘ହସୁଛି କେବଳ କାନ୍ଦିବା ପାଇଁ’, ‘ଲକ୍ଷେ ପୁଅ ନଷ୍ଟ ତୋରି ପାଇଁ’, ‘ଆଖିର ସପନ ଲୁହରେ ଶେଷ’ ଏବଂ ‘କହିଦେଲେ କଥା ସରିଯିବ’ ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri