ବେଲଡ଼ିହା, ଜାମଶୂଳୀବାସୀ ଅବହେଳିତ: ଫାଇଲ୍‌ରେ ବନ୍ଧା ପଡ଼ିିଛି ରାଜସ୍ବ ଗ୍ରାମ ମାନ୍ୟତା

କପ୍ତିପଦା,୧୭ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ରାଜସ୍ବ ଗ୍ରାମରେ ରହିଛି ବେଲଡ଼ିହା ଓ ଜାମଶୂଳୀ ଗ୍ରାମ। ଏହି ୨ଟି ଗାଁ ବଡବିଶୋଳ ଗ୍ରାମଠାରୁ ପ୍ରାୟ ୫ କି.ମି ଦୂରତ୍ୱରେ ଅବସ୍ଥିତ। ସରକାରଙ୍କ ବିଭିନ୍ନ ଯୋଜନାର ସିଂହ ଭାଗ ବଡ଼ ବିଶୋଳ ନିକଟରେ ରହି ଯାଉଥିବାରୁ ଏହି ଦୁଇ ଗାଁର ଲୋକମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତିି। ଦୁଇ ଗ୍ରାମର ୯୦ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ସେମାନେ ଭତ୍ତା, ଘର, ରାସ୍ତା ନିର୍ମାଣ, ପାନୀୟଜଳ, ବିଦ୍ୟୁତୀକରଣ ଓ ଶିକ୍ଷା କ୍ଷେତ୍ରରେ ପଛରେ ରହୁଛନ୍ତି। ଦୁଇ ଗ୍ରାମର ଜନସାଧାରଣ ୨୦୦୨ରୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି କରି ଆସୁଛନ୍ତି। ପ୍ରଶାସନିକ ଅବହେଳା ପାଇଁ ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଫାଇଲରେ ବନ୍ଧା ପଡ଼ିଛି।
ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନ ଥିବାରୁ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମର ଭାସ୍କର ଚନ୍ଦ୍ର ମହାକୁଡ଼, ପୁରୁଷୋତ୍ତମ ମହାକୁଡ଼, କାର୍ତ୍ତିକ ବାରିକ୍‌ ଓ ଭରତ ଭୂଷଣ ନାଏକ ପ୍ରମୁଖ କହିିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ସେମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ୨୦୧୨ ମେ ୧୭ ତାରିଖରେ ବାରିପଦା ସେଟେଲମେଣ୍ଟ ଅଫିସର, ଡେପୁଟି କଲେକ୍ଟର ରେଭିନ୍ୟୁଙ୍କୁ ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବାକୁ ତାଙ୍କ ଚିଠି ନଂ. ୯୪୧ରେ ଦର୍ଶାଇଛନ୍ତି ା ଏହାର ନକଲ ମଧ୍ୟ କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ା ଏଥିରେ ସ୍ଥାନ ନିରୀକ୍ଷଣ ଓ ମ୍ୟାପ ପ୍ରସ୍ତୁତି କରି ରିପୋର୍ଟ ପ୍ରଦାନ କରିବାକୁ ଉଲ୍ଲେଖ ରହିଛି ା ତତ୍କାଳୀନ ତହସିଲଦାର ଅମିନ ଓ ରାଜସ୍ବ ନିରୀକ୍ଷକଙ୍କ ସହିତ ସ୍ଥାନ ପରିଦର୍ଶନ କରିଥିଲେ ହେଁ କାର୍ଯ୍ୟରେ କିଛି ଅଗ୍ରଗତି ହୋଇ ନ ଥିବା ପୂର୍ବତନ ସରପଞ୍ଚ ଦଗଲ ସିଂ ଓ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭଗୀରଥି ଦେହୁରୀ ପ୍ରକାଶ କରିଛନ୍ତି ା ଏ ସଂକ୍ରାନ୍ତରେ ତକତ୍ାଳୀନ ଅତିରିକ୍ତ ଜିଲାପାଳ ଡାଇରେକ୍ଟର ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସର୍ଭେ, କଟକଙ୍କ ନିକଟକୁ ଚିଠି ପଠାଇବା ସହିତ ଏହାର ନକଲ ବାରିପଦା ସେଟେଲମେଣ୍ଟ ଅଫିସରଙ୍କୁ ପ୍ରଦାନ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୧୯ରେ ସେଟେଲମେଣ୍ଟ ଅଫିସର ଚିଠି ନଂ.-୧ରେ ମଧ୍ୟ ତୁରନ୍ତ ବିସିପି ରେକର୍ଡ ଦାଖଲ କରିବାକୁ ତହସିଲଦାର କପ୍ତିପଦାଙ୍କୁ ଚିଠି କରିଛନ୍ତି। ମାତ୍ର ବିଭାଗୀୟ ଅବହେଳା ପାଇଁ ଏହା ଫାଇଲ ଭିତରେ ବନ୍ଧା ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ପଦବୀ ଖାଲି ପଡ଼ିବା ଓ ବାରମ୍ବାର ବଦଳି ଏହାର ମୁଖ୍ୟ କାରଣ ବୋଲି ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ତହସିଲଠାରୁ ଆରମ୍ଭ କରି ଉପଜିଲାପାଳ ଓ ଜିଲାପାଳଙ୍କୁ ବହୁବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ପୁନଶ୍ଚ ଗ୍ରାମବାସୀ ଅଭିଯୋଗ ସମ୍ପର୍କରେ ଜିଲାପାଳ, ଉପଜିଲାପାଳ, କପ୍ତିପଦାଙ୍କୁ ଅବଗତ କରିବା ସହିତ ତୁରନ୍ତ ସର୍ଭେ କରି ରାଜସ୍ବ ଗ୍ରାମ ଘୋଷଣା ନ କଲେ ଗ୍ରାମବାସୀ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତିି ା ଏ ସଂକ୍ରାନ୍ତରେ କପ୍ତିପଦା ଅତିରିକ୍ତ ତହସିଲଦାର ଲକ୍ଷ୍ମୀଧର ନାୟକଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ। ଅଭିଯୋଗ ପାଇଲେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri