Posted inଖେଳ

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଟୁର୍‌ର ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମକୁ ୨-୦ ଗୋଲରେ ହରାଇବାପରେ ପରବର୍ତ୍ତୀ ୨ଟି ମ୍ୟାଚରେ ସ୍ପେନକୁ ଯଥାକ୍ରମେ ୬-୧ ଓ ୫-୧ ଗୋଲରେ ପରାସ୍ତ କରିଥିଲା। ୪ର୍ଥ ମ୍ୟାଚରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିବାବେଳେ ଗୁରୁବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ମ୍ୟାଚରେ ୫-୧ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସିମରନଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ, ହରମନପ୍ରୀତ ସିଂ ଏବଂ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।
ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ତଥା ୨ ନମ୍ବର ଦଳ ବେଲଜିୟମ ବିପକ୍ଷରେ ୫ ନମ୍ବର ର଼୍ୟାଙ୍କ୍‌ପ୍ରାପ୍ତ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ୭ମ ମିନିଟରେ ସିମରନଜିତ ସିଂ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ୯ମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କିପର କ୍ରିଷ୍ଣନ ବି. ପାଠକ ତାହାକୁ ସେଭ୍‌ କରି ଦେଇଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଜୋରଦାର ଆକ୍ରମଣ କରିଥିଲା ବେଲଜିୟମ। ୧୬ତମ ମିନିଟରେ ଦଳକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ପାଠକ ତାହାକୁ ବେକାର କରି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ୧-୦ରେ ଅପରିବର୍ତ୍ତିତ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ପରିବର୍ତ୍ତିତ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲା। ଏହାର ଫଳ ମିଳିଥିଲା। ୩୫ତମ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାର ୧ ମିନିଟ ପରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ ଦେବାରୁ ବେଲଜିୟମ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ୩୮ତମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିବାବେଳେ ବଦଳ ଗୋଲକିପର ପି.ଆର. ଶ୍ରୀଜେଶ ଡାଇଭ୍‌ ମାରି ତାହାକୁ ସେଭ୍‌ କରିଦେଇଥିଲେ। ମାତ୍ର ବଲ୍‌କୁ ନିଜ ନିୟନ୍ତ୍ରଣକୁ ଆଣି ୩୯ତମ ମିନିଟରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ ଦେଇ ପ୍ରତିପକ୍ଷ ଦଳର ଆଶାରେ ପାଣି ଭରି ଦେଇଥିଲା। ୪୨ତମ ମିନିଟରେ ପେନାଲ୍ଟି କର୍ନରକୁ ଡ୍ରାଗ୍‌ଫ୍ଲିକ୍‌ ମାଧ୍ୟମରେ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୩ତମ ମିନିଟରେ ଅଭିଜ୍ଞ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri