ଅଭିବୃଦ୍ଧି ଲାଗି ଜାରି ରହିବ ସଂସ୍କାର ଧାରା

ନୂଆଦିଲ୍ଲୀ,୪-୧୦: ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡ଼ିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ କରିବାକୁ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବେ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଆଗାମୀ ଦିନରେ ବିଭିନ୍ନ ଘୋଷଣା କରାଯିବ ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଗୁରୁବାର କହିଛନ୍ତି। ନୂଆଦିଲ୍ଲୀରେ ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ର ଇଣ୍ଡିଆ ଇକୋନୋମିକ ସମିଟରେ ଯୋଗଦେଇ ସେ କହିଛନ୍ତି ଯେ, ୨୦୦୫ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୩୦୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟତା ମଧ୍ୟରୁ ସରକାର ବାହାରକୁ ଆଣିଛନ୍ତି। ଗତ ପାଞ୍ଚ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୫% ହାର ଛୁଇଁଛି। ୨୦୧୭-୧୮ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସରେ ଦେଶର ଜିଡିପି ୮.୧% ରହିଥିଲା। ଏହା ୨୦୧୯-୨୦ ଏପ୍ରିଲ-ଜୁନ ତ୍ରୈମାସରେ ୫% ଖସିଥିବା ସେ ପ୍ରକାଶ କରିଛନ୍ତି।
ସରକାରଙ୍କ ସଂସ୍କାର ପଦକ୍ଷେପ ଉପରେ ମତ ରଖି ସେ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ସୁଧାର ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆର୍‌ବିଆଇ ଏହାର ରେପୋକୁ ୧୧୦ ବେସିସ୍‌ ପଏଣ୍ଟ କମାଇବା ଫଳରେ ଏହା ବର୍ତ୍ତମାନ ୫.୪%ରେ ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, ବ୍ୟାଙ୍କ ମିଶ୍ରଣ, ରପ୍ତାନି କ୍ଷେତ୍ର ପାଇଁ ପ୍ୟାକେଜ୍‌ ଏବଂ କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଆଗକୁ ଆହୁରି ନୂଆ ଘୋଷଣା କରାଯିବ। ସେହିଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକରୁ ପୁଞ୍ଜି ପ୍ରତ୍ୟାହାର, ସମ୍ପତ୍ତିର ମୁଦ୍ରାକରଣକୁ ଗୁରୁତ୍ୱ, ନିବେଶକଙ୍କୁ ବ୍ରାଉନଫିଲ୍ଡ ନିବେଶ ଲାଗି ଉତ୍ସାହିତ କରାଯାଉଛି। ବିଶ୍ୱ ବଜାରକୁ ଧ୍ୟାନରେ ରଖି କର୍ପୋରେଟ ଟିକସକୁ ହ୍ରାସ କରାଯାଇଛି। କୃଷି, ଖଣି ଏବଂ କୋଇଲା ଭଳି କ୍ଷେତ୍ରଗୁଡିକରେ ଆଗାମୀ ଦିନରେ ବିଭିନ୍ନ ସଂସ୍କାର ଘୋଷଣା କରାଯିବ। ଦୀର୍ଘ ମିଆଦି ଭିତ୍ତିରେ ୯ରୁ ୧୦% ଅଭିବୃଦ୍ଧି ଧାରା ଜାରି ରହିଲେ ଏହା ଦ୍ୱାରା ବୃହତ୍ତ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟତା ଭିତରୁ ବାହାରକୁ ଆଣିବା ସହଜ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ସେ ଆହୁରୀ କହିଛନ୍ତି, ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମୁତାବକ ଦେଶର ପରୋକ୍ଷ ଟିକସ କ୍ୟାଶଲେସ ଏବଂ ପେପରଲେସ ହୋଇଛି। ବିଶ୍ୱ ବ୍ୟାଙ୍କର ଇଜଅଫ ଡୁଇଁ ବିଜନେସ ତାଲିକାରେ ଭାରତ ପ୍ରାୟ ୬୫ ସ୍ଥାନ ଉପରକୁ ଉଠିଛି। ଆଗାମୀ ୨ ବର୍ଷରେ ଏହି ତାଲିକାର ଶୀର୍ଘ ୫୦ ଏବଂ ୫ ବର୍ଷରେ ଶୀର୍ଘ ୨୦ ମଧ୍ୟରେ ସ୍ଥାନୀତ ହେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri