ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦

ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ଚଳିତବର୍ଷ ହୁଲୁରସିଂହା ପୂଜା ମଣ୍ଡପ ପକ୍ଷରୁ ପ୍ରଥମ ଥର ପାଇଁ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଅଢ଼େଇ କିଲୋଗ୍ରାମ ଓଜନର ଚାନ୍ଦିର ମୁକୁଟ ଓ ହାର କରାଯାଇଛି। ଏ ନେଇ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କମିଟି ସଭାପତି ଦିଲୀପ ପ୍ରଧାନ କହିଛନ୍ତି। ପୂଜା ପାଇଁ ସହରକୁ ବାହାର ରାଜ୍ୟରୁ ବହୁ ଉଠା ବ୍ୟବସାୟୀ ଆସି ପସରା ମେଲାଇଥିବା ଦେଖିବାକୁ ମିଳୁଛି। ଅନ୍ୟ ଜିଲାର ହାତ ତିଆରି ସାମଗ୍ରୀ ମଧ୍ୟ ପୂଜା ବଜାରରେ ବିକ୍ରି କରାଯିବା ପାଇଁ ଆସିଥିବାରୁ ଲୋକଙ୍କ ବେଶ ଗହଳି ଜମୁଥିବା ଦେଖିବାକୁ ମିଳିଛି।
ସେହିପରି ବଅଁରପାଳ ବଜାରରେ ସୋମବାର ଠାରୁ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ମୋଟ୍‌ ୧୩ଟି ମଣ୍ଡପରେ ମା’ଙ୍କ ପୂଜା ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଚଳିତ ବର୍ଷ ଡେଲି ମାର୍କେଟ୍‌ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜା ମଣ୍ଡପ ବେଶ୍‌ ଆକର୍ଷିତ ହୋଇଛି। ରୂପା ମୁକୁଟରେ ଦେବୀ ଧନଦାତ୍ରୀ ଝଲସି ଉଠୁଛନ୍ତି। ପୂଜା କମିଟି କର୍ମକର୍ତ୍ତା ଏଥିରେ ସହଯୋଗ କରିଛନ୍ତି। ପୂଜାର ପ୍ରଥମ ଦିନରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା ଦେଖାଯାଇଛି। ସେହିପରି କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗିପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ସିମିଳିଆ ଆଦି ଗ୍ରାମ ଗୁଡ଼ିକରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ସାରେ ପୂଜା ମଣ୍ଡପରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତକୁ ନେଇ ଚିନ୍ତିତ କି? ପ୍ରତିଦିନ ତ୍ରିଫଳା ଖାଇଲେ…

ମଣିଷ ଶରୀର ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ, ତିନୋଟି ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ବାତ, ପିତ୍ତ ଏବଂ କଫ। ଶୀତଦିନେ ସ୍ୱାଭାବିକ ଭାବରେ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

ବଜେଟ୍‌କୁ ନେଇ ରେଳ ମନ୍ତ୍ରୀଙ୍କ ସୂଚନା: ଓଡ଼ିଶାକୁ ମିଳିବ ବଡ଼ ଫାଇଦା, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୨।୨: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ ଓଡ଼ିଶା ପାଇଁ ୧୦…

ହାଇକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…

କଟକ,୨।୨: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହ ବିଚ୍ଛେଦ ଅଥବା ଛାଡପତ୍ର ହୋଇ ସାରିଥିବା ନିର୍ଭରଶୀଳ ଝିଅଙ୍କୁ ପରିବାର ପେନସନ ମିଳିବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ…

ଶେଖ ହାସିନାଙ୍କୁ ବଡ଼ ଝଟ୍‌କା: କୋର୍ଟ ଦେଲେ ବଡ଼ ରାୟ

ଢାକା,୨।୨: ବାଂଲାଦେଶର ଏକ କୋର୍ଟ ସରକାରୀ ଗୃହ ପ୍ରକଳ୍ପ ଜମି ଆବଣ୍ଟନରେ ଅନିୟମିତତା ସହିତ ଜଡିତ ଦୁଇଟି ପୃଥକ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ…

୪ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲେ ବାପା, ଅଶ୍ଳୀଳ ଭିଡିଓ ଦେଖାଇ…

ଗାନ୍ଧୀନଗର,୨।୨:  ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୯ ବର୍ଷୀୟ ଝିଅକୁ ଚାରି ବର୍ଷ ଧରି ନିଜ ବାପା ବଳାତ୍କାର କରିଥିବା ନେଇ…

ବଜେଟ୍‌କୁ ନିନ୍ଦା କରିବା ପରେ ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ପୂର୍ବରୁ ବିଜେଡି ଥିଲାବେଳେ…

ଭୁବନେଶ୍ୱର,୨।୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କାଉଣ୍ଟର କରିଛନ୍ତି। ନବୀନ ବଜେଟ୍‌ ୨୦୨୬କୁ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri