ବେକାରି ୩ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିବ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ) ପକ୍ଷରୁ ଦେଶର ନିଯୁକ୍ତି ସଂକ୍ରାନ୍ତ ସଦ୍ୟତମ ରିପୋର୍ଟ ପ୍ରକାଶ କରାଯାଇଛି। ଅଗଷ୍ଟରେ ବେକାରି ହାର ୩ ବର୍ଷର ସର୍ବୋଚ୍ଚ ସ୍ତର ୮.୪%ରେ ପହଞ୍ଚତ୍ଛି। ଏଥିରେ କୁହାଯାଇଛି ଯେ, ଲୋକେ ଚାକିରି ନ ପାଇ ନିରାଶ ହେଉଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ତିନି ବର୍ଷ ପୂର୍ବେ ୨୦୧୬ ସେପ୍ଟେମ୍ବରରେ ବେକାରି ହାର ଏହି ସ୍ତରରେ ପହଞ୍ଚତ୍ଥିଲା। ଏଥିରେ ଅଗଷ୍ଟର ସାପ୍ତାହିକ ବେକାରି ହାର ତଥ୍ୟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରତି ସପ୍ତାହରେ ବେକାରି ହାର ୮ରୁ୯ ପ୍ରତିଶତ ମଧ୍ୟରେ ରହିଛି। ମାସକ ପୂର୍ବରୁ ଜୁଲାଇରେ ସାପ୍ତାହିକ ବେକାରି ହାର ୭ରୁ ୮ ପ୍ରତିଶତ ରହିଥିଲା। ଏହାକୁ ହିସାବକୁ ନେଲେ ବେରୋଜଗାରଙ୍କ ସଂଖ୍ୟା ୧ ପ୍ରତିଶତ ବଢ଼ିଛି। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ସହରାଞ୍ଚଳରେ ବେକାରି ହାର ୯.୬ ଏବଂ ଗ୍ରାମାଞ୍ଚଳରେ ୭.୮% ରହିଛି।
ରୋଜଗାର ସ୍ଥିତି
ଚଳିତବର୍ଷ ଅଗଷ୍ଟରେ ଗ୍ରାମାଞ୍ଚଳରେ ବାର୍ଷିକ ହାରରେ ରୋଜଗାର ବଢ଼ୁଥିବା ଦେଖିବାକୁ ମିଳିଛି ଏବଂ ଏହା ୨.୯% ରହିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ଏହା ୦.୨% ହ୍ରାସ ପାଇଛି। ରିପୋର୍ଟ ମୁତାବକ ଅଗଷ୍ଟରେ ଶ୍ରମ ଭାଗିଦାରୀତା ହାର ୪୩.୩୫ ପ୍ରତିଶତ ସହ ସାମାନ୍ୟ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଅକ୍ଟୋବରରେ ୪୨.୪୬ ପ୍ରତିଶତ ରହିଥିଲା। ବିମୁଦ୍ରୀକରଣ ଓ ଜିଏସ୍‌ଟି ଝଟ୍‌କାରୁ ବାହାରି ଆସିବା ପରେ ଏବେ ଶ୍ରମ ଭାଗିଦାରିତା ବଢ଼ିବାରେ ଲାଗିଛି। ତେବେ ନିଯୁକ୍ତି ପରିସଂଖ୍ୟାନ ସହ ଏହା ମେଳ ଖାଉନାହିଁ। ଲୋକେ ଚାକିରି ଖୋଜୁଛନ୍ତି, ଅଥଚ ପାଉନାହାନ୍ତି। ଏହା ଅର୍ଥନୀତି ପାଇଁ ସତର୍କ ଘଣ୍ଟି।
ମାନ୍ଦାବସ୍ଥା କାରଣରୁ ଯାଉଛି ଚାକିରିି
ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଛି। ଏହି କାରଣରୁ ପ୍ରାୟ ସବୁ ସେକ୍ଟର ଉପରେ ବିପଦ ମାଡି ଆସିଛି। ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ବେକାର ହୋଇଗଲେଣି। ଅଟୋମୋବାଇଲ ପରେ ଟେକ୍ସଟାଇଲ, ଏଫ୍‌ଏମ୍‌ସିଜି ଓ ରିଏଲ ଇଷ୍ଟେଟ୍‌ ସେକ୍ଟରରେ ନିଯୁକ୍ତି ସଙ୍କଟ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri