ଜମନକିରା, ୩।୩(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ତହସିଲ ଅଧୀନ ଗୁଣ୍ଡୁରୁଚୁଆ ଗାଁ ନିକଟରୁ ସୋମବାର ବେଆଇନ ଭାବେ ମାଟି ଉଠାଣ କରୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ୪ଟି ଟ୍ରାକ୍ଟର (ଓଡି ୧୫କେ ୨୬୬୧), (ଓଡି୧୫ କେ୨୬୫୯). (ଓଡି ୧୫ଇ ୭୪୪୦), (ଓଡ଼ି୧୫ ଜେ୭୩୫୩) ଓ ଗୋଟିଏ ଜେସିବି (ଓଡି୧୫ଇ୭୦୬୧) ଗାଡିରୁ ୩୦ ହଜାର ୪୨୫ ଟଙ୍କା ଜରିମାନା ଆଦାୟ କରାଯାଇଛି। ପରେ ଗାଡିଗୁଡିକୁ ଛାଡିଦିଆଯାଇଥିଲା। ଜମନକିରା ଅତିରିକ୍ତ ତହସିଲଦାର ଗୋପୀନାଥ ଖାଖାଙ୍କ ନିର୍ଦ୍ଦେଶକ୍ରମେ ଗୁଣ୍ଡୁରୁଚୁଆଁ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ଜରିମାନା ଆଦାୟ ପରେ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଛି। ଏଥିସହ ଆଗାମୀ ଦିନରେ ଚଢ଼ାଉକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ସମ୍ବଲପୁର View All
ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…
ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…
ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…
ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…
ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍ଲାଇନ୍-ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର
ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…
ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି
ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…
କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…
‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’
ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…
ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ
ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…
Archives

