ବେଆଇନ ମୋରମ ଖଣି ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)- ସଦର ତହସିଲ ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ ଶନିବାର ମୋରମ ଖଣିରେ ଘଟିଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜସ୍ବ ବିଭାଗର ଚେତା ଆସିଛି ା ସଦର ତହସିଲ ସମେତ ଘଟଗାଁ, ବାଂଶପାଳ, ପାଟଣା, ଆନନ୍ଦପୁର ଆଦି ତହସିଲ ଅଞ୍ଚଳରେ ଚାଲିଥିବା ବହୁ ସଂଖ୍ୟାରେ ବେଆଇନ ପଥର, ମୋରମ, ବାଲି ଖଣିକୁ ନେଇ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଘଟଣାରେ ରାଜସ୍ବ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଚକିତ କରିଛି ା କେବଳ ପୋଲିସ ଜବତ ଟ୍ରାକ୍ଟର ମାଲିକ ବିରୋଧରେ ମାମଲା କରି ତଦନ୍ତ କରୁଛି ା ସଦର ତହସିଲ ଅନ୍ତର୍ଗତ ବିଶେଷ କରି ସଦର ଓ ହଳଧରପୁର ରାଜସ୍ବ ସେକ୍ସନ ଅଧୀନରେ ବହୁ ପରିମାଣରେ ବେଆଇନ ମୋରମ ଓ ପଥର ଖନନ ଚାଲିଛି ା ଏହି ବେଆଇନ କାମ ବନ୍ଦ କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟିବା ସହ ପରିବେଶ ନଷ୍ଟ ହେଉଛି ା ଏଣୁ ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ା ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ହେଉଥିଲେ ହେଁ ଦେଖିବାକୁ କେହିନାହିଁ ା ଏସବୁ ଚୋରାକାରବାର ରୋକିବା ପାଇଁ ଟାସ୍କ ଫୋର୍ସ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ପରିବେଶବିତ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସରକାରୀ ଭାବେ ଲିଜ ଦିଆଯାଉଥିବା କ୍ୱାରୀ ଗୁଡିକ ନିୟମିତ ଯାଞ୍ଚ କରାଯାଉନଥିବା ଏବଂ ଚାଲିଆସୁଥିବା କ୍ରସର ୟୁନିଟ ଗୁଡିକ ଚଢାଉ କରି ନିୟମିତ ଷ୍ଟକ ଯାଞ୍ଚ କରାଯାଉନଥିବାରୁ ବେଆଇନ କାର୍ଯ୍ୟ ଧରାପଡୁନାହିଁ ବୋଲି କୁହାଯାଉଛି ା ବିନା କ୍ୱାରୀରେ କେତେକ କ୍ରସର ୟୁନିଟ ଚାଲୁଛି ା ତେବେ ସେମାନେ କେଉଁଠୁ ପଥର ଆଣୁଛନ୍ତି ତାହାର ଯାଞ୍ଚ ନିୟମିତ ହେଉନଥିବାରୁ ଚୋରା କାରବାର ଜାରି ରହୁଛି ବୋଲି ମତ ପ୍ରକାଶ ପାଉଛି ା ଅନ୍ୟପକ୍ଷରେ କ୍ୱାରୀ ଲିଜଧାରୀ ସରକାରୀ ନୀତିନିୟମ ଅନୁଯାୟୀ ପଥର ଖନନ କରି ଲିଜ ଅବଧି ସମାପ୍ତି ପରେ ଲିଜ ଚୁକ୍ତି ଅନୁଯାୟୀ ସୃଷ୍ଟି ହୋଇଥିବା ଖାଲ ପୋତା ଯାଉଛି କି ନାହିଁ ମଧ୍ୟ ଯାଞ୍ଚ ହେଉନାହିଁ ା ଫଳରେ ବହୁ ଖଣି ଖୋଲା ପଡିଛି ଏବଂ ଅସୁରକ୍ଷିତ ଅବସ୍ଥାରେ ରହିଛି।
ଏଥିପାଇଁ ଖଣି, ରାଜସ୍ବ, ଜଙ୍ଗଲ, ଭୂତତ୍ତ୍ୱ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଗଲେ ବହୁ ବେଆଇନ କାମ ପଦାକୁ ଆସିବ ଏବଂ ବେଆଇନ ଭାବେ ଚାଲିଥିବା ଖଣି, କ୍ରସର ଆଦି ଧରାପଡିବ ବୋଲି ମତ ପ୍ରକାଶ ପାଉଛି। ଅନେକ ସମୟରେ ଫାଇନ ମଧ୍ୟ ଧାର୍ଯ୍ୟ କରି ଆଦାୟ କରାଯାଉନାହିଁ ଓ କୋର୍ଟକୁ ଯିବା ପାଇଁ ସୁଯୋଗ ଦିଆଯାଉ ନ ଥିବା ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି। କେନ୍ଦୁଝର ଉପଜିଲାପାଳ ସୋମନାଥ ପ୍ରଧାନ କହିଛନ୍ତି ଯେ ବେଆଇନ ଖଣି ରୋକିବା ପାଇଁ ପଦକ୍ଷେପ ନିଆଯିବ ା ନୋଟିସ କରାଯାଇ ପଦକ୍ଷେପ ନିଆଯାଉଛି ା ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା ସେହିପରି ଖୋଲା ପଡିଥିବା ଖଣି ଗୁଡିକ ଲିଜଧାରୀ ପୂରଣ କରିଛନ୍ତି କି ନାହିଁ ତାହାର ସମୀକ୍ଷା କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?