ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ ପୂର୍ବରୁ ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ଏହି ଅଞ୍ଚଳର ମହିଳାମାନେ ମଙ୍ଗଳବାର ସନ୍ଧ୍ୟାରେ ଏକାଠି ହୋଇ ଚୋରା ମଦ ବେପାରୀଙ୍କ ଘର ଭିତରୁ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲକୁ ଆଣି ସୁଗୋ-କମାରଶାଳିଆ ରାସ୍ତା ଉପରେ କଚାଡି ଫିଙ୍ଗିଥିଲେ। ଏହାସହ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜଳେଶ୍ୱର ଥାନା ପୋଲିସ ପହଞ୍ଚି ଚୋରା ମଦ କାରବାର କରୁଥିବା ବେପାରୀଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ। ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ମାଳତୀ ଭୂୟଁା, ସାବିତ୍ରୀ ପାତ୍ର, ଅଳକା ବାରିକ, ଅନୀତା ଜେନା, ଟୁନୁ ପାତ୍ର, ଜଲି ପାତ୍ର, ଶୀତଳା ଭୂୟଁା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri