ବେଆଇନ ଖଣି ଖାଦାନରେ ୧୪୪ ଧାରା ଜାରି

ବଡ଼ସାହି,୧୫ା୮(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଯଦୁନାଥପୁର ଓ ଚନ୍ଦନଚତୁରୀ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ବେଆଇନ ଉତ୍ତୋଳନ ଚାଲିଥିବା ୨୪ଟି ଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଏହି ନିୟମ ୬୦ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ା ଆବଶ୍ୟକ ପଡିଲେ ତାହା ବୃଦ୍ଧି କରାଯିବ ବୋଲି ଜଣାଯାଇଛି ା
ଶିମିଳିପାଳ ଜୈବ ମଣ୍ଡଳକୁ ଲାଗି ରହିଥିବା ମୟୂରଭଞ୍ଜ ଜିଲାର ବଡ଼ସାହି ତହସିଲ ଓ ଡୁକୁରା ରେଞ୍ଜ ଅଧୀନରେ ଥିବା ଯଦୁନାଥପୁର, ପୂର୍ଣ୍ଣଚନ୍ଦ୍ରପୁର, ଟଙ୍ଗାଶୋଳ ଓ ଗୁଡିଆଲବନ୍ଧ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରାଯାଇ କଳା ମୁଗୁନି ପଥର ଚାଲାଣ ହେଉଛି ା ଏପରିକି କୋର ଏରିଆ ଓ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଭାଲୁପାଣି ଓ ଚଟାଣସାହିରେ ଡିନାମାଇଟ ମାଧ୍ୟମରେ ପ୍ରତିଦିନ ବ୍ଲାଷ୍ଟିଙ୍ଗ କରାଯାଇ ପଥର ଚାଲାଣ ହେଉଛି। ସେହିପରି ଦଲକିଶୋଳ, ଯଦୁନାଥପୁର, ବେଲଡୁଙ୍ଗୁରି, ଖଡିଆସାହି, ହାତୀକୋଟ ଆଦି ବିଭିନ୍ନ ସ୍ଥାନରେ ଥିବା ପାହାଡରୁ ପଥର ମାଫିଆମାନେ ବେଧଡକ ଭାବେ ବ୍ଲାଷ୍ଟିଙ୍ଗ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ କରୁଛନ୍ତି। ଦିନରାତି ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ, ରାଜସ୍ବ, ପୋଲିସ ଓ ଲଘୁ ଖଣିଜଦ୍ରବ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇ ବେଆଇନ ଉତ୍ତୋଳନ କରୁଥିବା ସ୍ଥାନ ଗୁଡିକରେ ଏହି ନିୟମ ଲାଗୁ କରାଯାଇଛି। ଚନ୍ଦନଚତୁରୀ ମୌଜାର ଖାତା ନଂ. ୪୦, ୩୭ ଓ ୩୮ନଂ.ର ୧୪ଟି ପ୍ଲଟ ଏବଂ ଯଦୁନାଥପୁର ମୌଜାର ଖାତା ନଂ. ୫୫୧ ଓ ୫୫୩ର ୧୦ଟି ପ୍ଲଟରେ ଥିବା ଖାଦାନକୁ ପ୍ରଶାସନ ବନ୍ଦ କରିବା ସହ ୧୪୪ ଧାରା ଜାରି କରିଛନ୍ତି ା ଶିମିଳିପାଳ ସଂରକ୍ଷିତ ଜୈବ ମଣ୍ଡଳ ଓ ଆଖପାଖ ୧୦କିମି ବ୍ୟାସାର୍ଦ୍ଧ ଜୈବମଣ୍ଡଳ ଅଞ୍ଚଳରେ ବେଆଇନ ପଥର ଖାଦାନ ଚାଲୁଥିବା ବେଳେ କେତେକ କ୍ରସର ରହିଛି ା ଉକ୍ତ କ୍ରସରକୁ ରାତିରେ ଶହ ଶହ ଟ୍ରିପ୍‌ ପଥର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ା ପଥର ବ୍ଲାଷ୍ଟିଂ କରିବା ଦ୍ୱାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା, ନିକଟସ୍ଥ ଗ୍ରାମମାନଙ୍କରେ ରହୁଥିବା ଲୋକ ଓ ଜଙ୍ଗଲରେ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ା ଦିନରାତି କ୍ରସର ଗୁଡିକରେ ପଥରକୁ ଗୁଣ୍ଡ କରି ଚିପ୍ସ, ବଜରୀ, ସାଇଜ ମେଟାଲ ଓ ପଥର ଚାଲାଣ କରୁଛନ୍ତି ା ଶିମିଳିପାଳ ସଂରକ୍ଷିତ କୋର୍‌ ଅଞ୍ଚଳରୁ ପଥର ମାଫିଆମାନେ ବେଆଇନ ଭାବେ ବ୍ଲାଷ୍ଟିଂ କରି ଚୋରାରେ ମେଟାଲ ଓ ମୂଲ୍ୟବାନ କଳା ମୁଗୁନିପଥର ଲୁଟ କରୁଥିବାରୁ ବନାଞ୍ଚଳ ସଙ୍କୁଚିତ ହେଉଛି। ଫଳରେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ା ଜାତୀୟ ଉଦ୍ୟାନ ଶିମିଳିପାଳରେ ନିର୍ଭୟରେ ରହୁଥିବା ଜୀବଜନ୍ତୁ ଲୋପ ପାଇବା ସମ୍ପ୍ରତି ଚିନ୍ତାଜନକ ହୋଇପଡିଛି ା ଅଭୟାରଣ୍ୟ ପାଇଁ ବିପଦ ସାଜିଥିବା ପଥର ଖାଦାନ ଗୁଡିକ ବନ୍ଦ କରିବା ପାଇଁ ପରିବେଶବିତ୍‌ ଡକ୍ଟର ସନତ କୁମାର ଦାଶ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ଅମୀୟ କୁମାର ରାଉତ କୁହନ୍ତି, ଶିମିଳିପାଳ ନିକଟବର୍ତ୍ତୀ ଅଞ୍ଚଳରେ ଥିବା କ୍ରସରଗୁଡିକ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସମସ୍ତ ବେଆଇନ ଖଣି ଓ କ୍ରସରଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri