ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ:  ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା

ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍‌ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା। ପ୍ରଥମେ ସାଗର କ୍ଲିନିକରେ ଚଢାଉ କରାଯାଇଥିଲା। କ୍ଲିନିକ ମୁଖ୍ୟ ଦରଜାରେ ତାଲା ପଡ଼ିଥିଲେ ମଧ୍ୟ ଭିତରେ ରୋଗୀ ଚିକିତ୍ସା ଚାଲିଥିବା ଜଣାପଡିବା ପରେ ଦିଗପହଣ୍ଡି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ୱୈତ କୁମାର ସ୍ବାଇଁ ଓ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବିଜୟ କୁମାର ନାୟକ, ବିଡିଏମ୍‌ ଶିବାଶିଷ ପାତ୍ର, କନିଷ୍ଠ ସହାୟକ ରବି ପ୍ରସାଦ ପାତ୍ର ପ୍ରମୁଖ ପହଞ୍ଚି ମାଲିକଙ୍କୁ ତୁରନ୍ତ ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଲା ଖୋଲାଯିବା ପରେ କ୍ଲିନିକ ଭିତରେ ୫ ରୋଗୀଙ୍କୁ ଚିକିତ୍ସା ଚାଲିଥିବା ଜଣାପଡିଥିଲା। ଟିମ୍‌ ସଦସ୍ୟମାନେ ଚିକିତ୍ସା ସମ୍ପର୍କିତ ଭିଡିଓ ଗ୍ରାଫି କରିବା ସହ ଖାନତଲାସ କରିଥିଲେ। କ୍ଲିନିକ ସମ୍ବନ୍ଧିିତ କୌଣସି ଲାଇସେନ୍ସ ନ ଥିବା ଜଣାପଡିଥିଲା। ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ କ୍ଲିନିକ ମାଲିକ ଚିକିତ୍ସା କରୁଥିବାରୁ ଟିମ୍‌ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ଥିବା ବିଭିନ୍ନ କମ୍ପାନୀର ସାମ୍ପୁଲ ଔଷଧଗୁଡ଼ିକୁ ତନଖି କରାଯାଇଥିଲା। ବିନା ଲାଇସେନ୍ସରେ କ୍ଲିନିକ ନ ଖୋଲିବା ପାଇଁ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣୀ ମେଡିସିନ ଷ୍ଟୋରରେ ଚାଲିଥିବା କ୍ଲିନିକ ଉପରେ ଅତର୍କିତ ଚଢାଉ କରାଯାଇ ନଥିପତ୍ର ଯାଞ୍ଚ କରାଯାଇଥିଲା। ୨୦୧୪ରୁ ଲାଇସେନ୍ସ ନବୀକରଣ କରାଯାଇ ନ ଥିବା ଜଣାପଡିଥିଲା। ଜଣେ ଡାକ୍ତର ସପ୍ତାହରେ ଦିନେ କ୍ଲିନିକ ଆସୁଥିବା ମାଲିକ ଟିମ୍‌ ସଦସ୍ୟଙ୍କୁ ଜଣାଇଥିଲେ। କ୍ଲିନିକ ପରିସର ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶରେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଚାଲିଥିବାରୁ ଟିମ୍‌ ସଦସ୍ୟମାନେ ତୁରନ୍ତ କ୍ଲିନିକରେ ରୋଗୀ ଚିକିତ୍ସା ବନ୍ଦ କରିବାକୁ ମାଲିକଙ୍କୁ ତାଗିଦ କରିଥିଲେ। ବେଆଇନ ଭାବେ ଚାଲିଥିବା ୨ଟି କ୍ଲିନିକ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ଟାସ୍କ ଫୋର୍ସ ପକ୍ଷରୁ ସୁପାରିସ କରାଯାଇଥିବା ତହସିଲଦାର କହିଛନ୍ତି। ଏହି ଚଢାଉ ସମ୍ପର୍କରେ ସୂଚନା ପାଇ ସହରରେ ଥିବା ବହୁ ସଂଖ୍ୟକ କ୍ଲିନିକ ଦିନସାରା ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଶାସନିକ ଟିମ୍‌ ଭୀଷ୍ମଗିରି ଗ୍ରାମରେ ପହଞ୍ଚି ବିଭିନ୍ନ କ୍ଲିନିକ ଉପରେ ଚଢାଉ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଖବର ପାଇ କ୍ଲିନିକ ମାଲିକମାନେ ଚମ୍ପଟ ମାରିଥିଲେ। କେତେକ ଔଷଧ ଦୋକାନରେ ଟିମ ସଦସ୍ୟମାନେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ପରେ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ପଞ୍ଜୀକରଣ ପୁସ୍ତିକା ତନଖି କରିଥିଲେ। ଉପସ୍ଥିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଖେମୁଣ୍ଡି ମେଡ଼ିସିନ ଓ ପାଥୋଲୋଜି କ୍ଲିନିକ ସମେତ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆ ନାଳ ଛକରେ ଥିବା ମିଶ୍ର ମେଡିକାଲ ଓ କ୍ଲିନିକ ଏବଂ ସାହୁ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିଲା। ଗତ ଡ଼ିସେମ୍ବର ୧୯ ରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ବାସୁଦେବ କ୍ଲିନିକ ଓ ଚୈତନ୍ୟପୁର ଗଁାରେ ଥିବା ଏକ ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିଲା। ବାସୁଦେବ କ୍ଲିନିକ ମାଲିକଙ୍କଠାରୁ ଲାଇସେନ୍ସ ସମେତ ବିଭିନ୍ନ ନ ଥିପତ୍ର ଜବତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri