ବୃଦ୍ଧା ମା’ ଉପରେ ପୁଅର ବୋଝ

ନୟାଗଡ଼ ଅଫିସ,୨୦ା୯- ପୁଅ ବଡ଼ ହୋଇ ଘର ଚଳାଇବ। ମା’ ବାପାଙ୍କ ଦାୟିତ୍ୱ ନେବ। ସବୁ ମା’ବାପାଙ୍କ ପରି ସ୍ବପ୍ନ ଦେଖିଥିଲେ ଜଣେ ମା’। ହେଲେ ଭାଗ୍ୟର ବିଡ଼ମ୍ବନା, ପୁଅ ଘର ଚଳାଇବା ପରିବର୍ତ୍ତେ ମା’ ଉପରେ ବୋଝ ପାଲଟିଛନ୍ତି। ଖାଲି ପୁଅ ନୁହେଁ , ବୋହୂ ଓ ନାତୁଣୀ ମଧ୍ୟ ନିର୍ଭର କରୁଛନ୍ତି। ମା’ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି।
ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ସଦର ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱସ୍ଥପଡ଼ା ଗ୍ରାମରେ। ଉକ୍ତ ଗ୍ରାମର ପ୍ରେମ ରାଉତଙ୍କ ମୁଣ୍ଡରେ ପରିବାର ବୋଝ। ୧୨ ବର୍ଷ ତଳେ ପ୍ରେମଙ୍କ ସ୍ବାମୀ ଛାଟିଆ ରାଉତଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅ ଦେବଶ୍ରୀଙ୍କ ମୁହଁ ଚାହିଁ ଦୁଃଖ ଭୁଲିବାକୁ ଚେଷ୍ଟା କରିଥିଲେ ପ୍ରେମ। ସେହିପରି ମା’ଙ୍କୁ ସୁଖରେ ରଖିବା ପାଇଁ ପୁଅ ଦେବଶ୍ରୀ ସହରର ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରି ମୂଲ ଟଙ୍କାରେ ପରିବାର ଚଳାଉଥିଲେ। ଏହା ପରେ ଦେବଶ୍ରୀଙ୍କ ବାହାଘର ହୋଇଥିଲା। ବୋହୂ ଆସିବା ପରେ ହସଖୁସିରେ ପ୍ରେମଙ୍କ ସଂସାର ଚଳୁଥିଲା। ନାତୁଣୀଟିଏ ଜନ୍ମ ପରେ ଘରର ଖୁସି ଦ୍ୱିଗୁଣିତ ହୋଇଥିଲା।
ହଠାତ୍‌ ଦିନେ ସେମାନଙ୍କ ଖୁସିରେ ଭଟ୍ଟା ପଡିଗଲା। ସେମାନଙ୍କ ସୁଖର ଆକାଶରେ କଳାବାଦଲ ଘୋଟି ଆସିଲା। ବଦଳିଗଲା ଦେବଶ୍ରୀଙ୍କ ଭାଗ୍ୟ। କ୍ରମେ ଦିବ୍ୟାଙ୍ଗ ପାଲଟିଗଲେ ସେ। ପ୍ରାୟ ଦେଢ଼ ବର୍ଷ ତଳେ ଦେବଶ୍ରୀ ନୟାଗଡ଼ରେ କାମ କରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ କଡ଼େଇ ନେଇ ଉପରକୁ ଯାଉଥିବା ବେଳେ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଦେବଶ୍ରୀଙ୍କ ଦୁଇ ହାତ ଅଚଳ ହୋଇଗଲା। ଏ ନେଇ ପରିବାର ଲୋକେ ତାଙ୍କୁ ନୟାଗଡ଼ଠାରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଆଦି ବିଭିନ୍ନ ଡାକ୍ତରଖାନାରେ ଦେଖାଇଥିଲେ ମଧ୍ୟ ଡାକ୍ତର ତାଙ୍କ ରୋଗ ଚିହ୍ନଟ କରି ପାରୁନାହାନ୍ତି। ବିଭିନ୍ନ ଆଡ଼େ ଦେଖାଇ ସାରିଲା ପରେ ନିରାଶ ହେବାରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ଦେବଶ୍ରୀ। ସେ କିଛି ବି କାମ କରିପାରୁନାହାନ୍ତି। ଏପରିକି ପାଣି ବୋତଲଟିଏ ମଧ୍ୟ ଉଠାଇ ପାରୁନାହାନ୍ତି। ଏପରି ସ୍ଥଳେ ମା’ ପ୍ରେମ ବିଭିନ୍ନ ଆଡ଼େ ମୂଲ ମଜୁରି କରି ୪ ପ୍ରାଣୀ କୁଟୁମ୍ବ ଚଳାଉଛନ୍ତି ।
ଦୁଃଖ ଯେତେବେଳେ ଆସେ, ତା’ର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବକୁ ଧରି ଆସେ ବୋଲି ଏକ ଆପ୍ତ ବାକ୍ୟ ଅଛି। ତାହା ମଧ୍ୟ ଉକ୍ତ ପରିବାରରେ ସତ୍ୟ ପ୍ରମାଣିତ ହୋଇଛି। ପ୍ରେମଙ୍କ ନାତୁଣୀଙ୍କୁ ବର୍ତ୍ତମାନ ୨.୫ ବର୍ଷ ହୋଇଥିବା ବେଳେ ସେ କଥା କହିପାରୁନାହିଁ କି ଚାଲି ମଧ୍ୟ ପାରୁନାହିଁ। ବିଭିନ୍ନ ଡାକ୍ତରଙ୍କ ପାଖକୁ ନେଇ ଦେଖାଇ ସାରିଥିଲେ ମଧ୍ୟ କିଛି ଫରକ ପଡ଼ୁନାହିଁ। ନାତୁଣୀ ବର୍ଷା ଘରେ ବସି ରହୁଛି। ବିଭିନ୍ନ ଆଡୁ ଟଙ୍କା ଧାର କରଜ କରି ତାଙ୍କ ପିଛା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁନାହିଁ। ପ୍ରେମ ପରିଣତ ବୟସରେ ପାଦ ଦେଇଥିଲେ ମଧ୍ୟ କାମ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ବିଧବା ଭତ୍ତା ମିଳୁଥିବା ବେଳେ ରାଶନ କାର୍ଡ଼ରେ ମିଳୁଥିବା ଚାଉଳ ପରିବାର ପାଇଁ ଦୁଇ ଓଳି ଭାତ ଯୋଗାଇ ଦେଉଛି। ହେଲେ ଏହା ସହିତ ଲଗାଇ ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତିଦିନ ପ୍ରେମଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପୁଅ ଓ ନାତୁଣୀ କିପରି ଭଲ ହେବେ, ତାହା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଶାସନ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ଭିଏତନାମ ଯୁଦ୍ଧ କଥା ମନେପକାଇ ଆମେରିକାକୁ ଘେରିଲା ଇରାନ, କହିଲା ‘ବିଜୟର ମିଥ୍ୟା ଦାବି କରିବା ବନ୍ଦ କର…’

ତେହରାନ୍‌,୨୧।୩: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ମନ୍ତବ୍ୟ…

ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍‌ଏସ୍‌ ଟ୍ରିପୋଲି

ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ…

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri