‘ବୁଲ୍‌ବୁଲ୍‌’: ପୁରୀବାସୀଙ୍କୁ ଘାରିଲା ଚିନ୍ତା

ପୁରୀ ଅଫିସ/କାକଟପୁର, (ଡି.ଏନ୍‌.ଏ.)୬ା୧୧:‘ଫନୀ’ର କ୍ଷତ ଶୁଖି ନ ଥିବାବେଳେ ପୁରୀ ଜିଲାବାସୀ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ବାତ୍ୟା ‘ବୁଲ୍‌ବୁଲ’ ଯୋଗୁ ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଯଦିଓ ଏହାର ସ୍ଥିତି ଏବଂ ଗତିପଥ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ଆକଳନ କରାଯାଇ ପାରିନାହିଁ ତଥାପି ଏହାକୁ ନେଇ ଉପକୂଳବାସୀଙ୍କୁ ଭୟ ଘାରିଛି। ନିକଟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜଳମଗ୍ନ ହୋଇଯାଇଥିବା ଚାଷ ଜମିରୁ ପାଣି ଭଲ ଭାବେ ନିଷ୍କାସିତ ହୋଇପାରି ନାହିଁ। ଏପରିସ୍ଥିତିରେ ବାତ୍ୟା ଆସୁଥିବା ଶୁଣି ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି।
ଉପକୂଳବର୍ତ୍ତୀ ପୁରୀ ଜିଲା ଚାଷୀଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ ଧାନ ଚାଷ। ଅନେକ ସ୍ଥାନରେ ପରିବା ଚାଷ ମଧ୍ୟ କରାଯାଉଛି। ଗତ ମାସ ୨୨, ୨୩ ଓ ୨୪ ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷା ଜିଲାର ଅଧିକାଂଶ ଚାଷ ଜମିକୁ ବୁଡାଇ ଦେଇଥିଲା। ବିଶେଷକରି କୃଷ୍ଣପ୍ରସାଦ ବ୍ଲକ, ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ, କଣାସ, ଅସ୍ତରଙ୍ଗ, କାକଟପୁର ଆଦି ବ୍ଲକରେ ପ୍ରବଳ ବର୍ଷା ହୋଇଥିବାରୁ ଚାଷ ଜମିରେ ପାଣି ଭର୍ତ୍ତି ହୋଇଥିଲା। ଗର୍ଭଣା ଧାନ ପାଣିରେ ବୁଡି ଥିବାରୁ ଚାଷୀକୂଳ ବ୍ୟତିବ୍ୟସ୍ତ ହୋଇପଡିଥିଲେ। କେତେକ ବ୍ଲକରେ ପାଚିଲା ଧାନ ପାଣିରେ ବୁଡି ରହିଥିବାବେଳେ କୃଷ୍ଣପ୍ରସାଦ ବ୍ଲକରେ ଜମିରେ ଧାନ ଗଜା ହୋଇଥିଲା। ସେହିପରି ଜିଲାରେ ବ୍ୟାପକ ପନିପରିବା ମଧ୍ୟ ବର୍ଷା ଯୋଗୁ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ପରିମାଣ କେତେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଗତ ଲୁଘଚାପ ବର୍ଷାର ପାଣି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜମିରୁ ଛାଡିନି। ଏବେ ପୁଣି ଏକ ବାତ୍ୟା ଭୟ ଦେଖାଇଛି। ଆସନ୍ତା ୯ ଓ ୧୦ ତାରିଖରେ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଚାଷୀମାନଙ୍କୁ ମଧ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ବର୍ଷା ପୂର୍ବରୁ ପାଚିଲା ଧାନ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଥିବା ବେଳେ ଜମିରୁ ପାଣି କାଢିବା ପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଛାଡିବା ପରେ ଧାନରେ ପୋକ ଲାଗିବା ସମ୍ଭାବନା ରହିଛି ବୋଲି ଚାଷୀଙ୍କୁ ସତର୍କ କରାଯାଇଥିବାରୁ ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାର ଭୟ ଏବେ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି।
ପୁରୀ ଜିଲାର ସବୁ ବ୍ଲକର ଚାଷୀ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି। କାକଟପୁର ବ୍ଲକର ନାଶିକେଶର, ବାଙ୍ଗୁରିଙ୍ଗା, କାଦୁଆ ନୂଆଗଁା, ଅବଦାନ ପ୍ରଭୃତି ନଦୀକୁଳିଆ ପଞ୍ଚାୟତଗୁଡ଼ିକର ଚାଷୀ ଜମିରୁ ଗତ ଲଘୁଚାପ ବର୍ଷା ଜଳ ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ ହୋଇନାହିଁ। ଯଦି ବାତ୍ୟା ଯୋଗୁ ଲଗାଣ ବର୍ଷା ହୁଏ ପୁଣି ଜମି ଜଳମଗ୍ନ ହେବା ସହିତ ଧାନ ଫସଲ ନଷ୍ଟ ହୋଇଯିବ ବୋଲି କହିଛନ୍ତି କୁଣ୍ଢେଇ ଗ୍ରାମର ଚାଷୀ ନରେନ୍ଦ୍ର ପାଇଟାଳ। ସେହିପରି ଅସ୍ତରଙ୍ଗ ବ୍ଲକର ଉଦୟକଣୀଠାରେ ସମୁଦ୍ର ସ୍ଥଳ ଭାଗକୁ ମାଡି ଆସିବା କାରଣରୁ ଶିଶୁଅ, ସରିପୁର ପଞ୍ଚାୟତର ୬ଟି ଗଁାରେ ଲୁଣା ଜୁଆର ମାଡି ଯାଇଥିଲା। ତାହା ନିଷ୍କାସିତ ହୋଇଥିବା ବେଳେ ପୁଣି ସମ୍ଭାବନ୍ୟ ବାତ୍ୟା ଫଳରେ ସମୁଦ୍ର ଲୁଣା ଜୁଆର ସ୍ଥଳ ଭାଗକୁ ମାଡି ଆସିବ ବୋଲି ଉପରୋକ୍ତ ପଞ୍ଚାୟତର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ଅପରପକ୍ଷେ ଦେବୀ ନଦୀ ପଠାରେ ଚାଷୀମାନେ କରିଥିବା ୫୦ ଏକରରୁ ଊର୍ଦ୍ଧ୍ୱ ପନିପରିବା ଗତ ଲଘୁଚାପ ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ପୁଣିଥରେ ପରିବା ଚାଷ ଆରମ୍ଭ କରୁଥିବା ବେଳେ ବାତ୍ୟା ଖବର ସେମାନଙ୍କ ନିଦ ହଜାଇ ଦେଇଛି ବୋଲି କୁହନ୍ତି ନଗର ଗ୍ରାମର ବାବାଜୀ ବେହେରା। ଧାର କରଜ କରି ଚାଷ କରିଥିବା ବେଳେ ଯଦି ଉଜୁଡିଯାଏ ତେବେ କଣ କରିବେ ସେହି ଚିନ୍ତା ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri