ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଗତ ରବିବାରଠାରୁ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ଅଧିକାଂଶ ଜନସାଧାରଣ ଘରେ ରହିବାକୁ ଉଚିତ ମଣିଥିବାବେଳେ ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି। ଏଭଳିସ୍ଥଳେ ଛୋଟ ବଡ଼ ହୋଟେଲ ଓ ଦୋକାନଗୁଡ଼ିକରୁ ବଳକା ଖାଦ୍ୟ ଖାଇ ବଞ୍ଚୁଥିବା ପଶୁପକ୍ଷୀ ଏବେ ଖାଦ୍ୟ ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଶୂନ୍‌ଶାନ୍‌ ରାସ୍ତାଘାଟରେ ନ ଖାଇ ନ ପିଇ ପଡ଼ି ରହୁଛନ୍ତି। ଏଭଳିସ୍ଥଳେ ନିରୀହ ପଶୁପକ୍ଷୀଙ୍କ ଜୀବନରକ୍ଷା ପାଇଁ ସହାୟତାର ହାତ ବଢ଼ାଇଛନ୍ତି କେତେକ ସଂଗଠନ ଏବଂ ବ୍ୟକ୍ତିବିଶେଷ। ପ୍ରତିଦିନ ରାଜଧାନୀ ରାଜରାସ୍ତାରେ ବୁଲି ସେମାନେ ଗୋରୁ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଉଛନ୍ତି। ଭୁବନେଶ୍ୱରରେ ଏବେ କିଛି ସଂଗଠନ ନିଜେ ଜୀବଜନ୍ତୁଙ୍କୁ ଖାଦ୍ୟ ଖୁଆଇବା ସହ ନିଜସ୍ବ ଉଦ୍ୟମରେ ପ୍ରତିଦିନ କିଛି ନା କିଛି ଖାଦ୍ୟ ଜୀବମାନଙ୍କୁ ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।
ଖଣ୍ଡଗିରିରୁ ଆରମ୍ଭକରି ରାଜଧାନୀର ଚାରିଆଡେ ଜୀବଜନ୍ତୁଙ୍କ ଶୁଖିଲା ମୁହଁ ଦେଖିବାକୁ ମିଳୁଛି। ଖଣ୍ଡିଗିରି ଏବଂ ଉଦୟଗିରି ଶତାଧିକ ମାଙ୍କଡ଼ଙ୍କ ରହଣିସ୍ଥଳ ହୋଇଥିବା ବେଳେ ପ୍ରତ୍ୟହ ପର୍ଯ୍ୟଟକ ଦେଉଥିବା ଖାଦ୍ୟ ଖାଇ ସେମାନେ ବଞ୍ଚତ୍ଥାନ୍ତି। ହେଲେ ଲକ୍‌ଡାଉନ୍‌ ପରେ ଖାଁ ଖାଁ ପଡ଼ିଥିବା ଖଣ୍ଡିଗିରି-ଉଦୟଗିରିରେ ଏବେ ମାଙ୍କଡ଼ମାନଙ୍କ କରୁଣ ଅବସ୍ଥା ଦେଖିବାକୁ ମିଳୁଛି। ଏଭଳି ସମୟରେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ଆଗେଇ ଆସିଛି ଭୁବନେଶ୍ୱରର ‘ପିପୁଲ୍‌ସ ଫର୍‌ ଆନିମଲ୍‌ସ’ (ପିଏଫ୍‌ଏ) ସଂଗଠନ। ପିଏଫ୍‌ଏ ପକ୍ଷରୁ ମଙ୍ଗଳବାର ପାହାଡ଼ରେ ଥିବା ମାଙ୍କଡ଼ଙ୍କୁ ସେଓ, କଦଳୀ, ତରଭୁଜ ଭଳି ବିଭିନ୍ନ ଫଳ ବଣ୍ଟା ଯାଇଥିବାବେଳେ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଛି। ସେହିଭଳି ‘କଳିଙ୍ଗ ଯୁବ ସେନା’ ପକ୍ଷରୁ ଲଗାତର ଦ୍ୱିତୀୟ ଦିନ ପାଇଁ ଶୈଳଶ୍ରୀ ବିହାର, ଡମଣା, ଇନ୍‌ଫୋସିଟି ଛକ, ପଟିଆ, ଶିଶୁ ବିହାର, କାନନ ବିହାର ଅଞ୍ଚଳର ସମସ୍ତ ଗାଈ, ବାଛୁରୀ, ଷଣ୍ଢ, କୁକୁରମାନଙ୍କୁ ଖାଇବାକୁ ଦିଆଯାଇଛି। ସମ୍ପାଦକ ମନୋରଞ୍ଜନ ଜେନାଙ୍କ ନେତୃତ୍ୱରେ ଏହି ଯୁବ ସଂଗଠନ ଲକ୍‌ଡାଉନ୍‌ ଜାରି ରହିବା ପର୍ଯ୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବ ବୋଲି କହିଛି। ଏହାବ୍ୟତୀତ ‘ସ୍ପିକ୍‌ ଫର୍‌ ଆନିମଲ୍‌ସ’ର ଯୁବ ସ୍ବେଚ୍ଛାସେବୀମାନେ ରାତିରେ ଏବଂ ଦିନରେ ସହରର ବିଭିନ୍ନ ସ୍ଥାନ ବୁଲି ବୁଲା କୁକୁରମାନଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ଗାଈଗୋରୁ ଓ ବୁଲା କୁକୁରଙ୍କ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଯୋଗାଇଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଥିବାବେଳେ ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉ ନଥିବା ଜୀବମାନଙ୍କୁ ଦୟା କରିବା ସହ ପ୍ରତିଦିନ ବ୍ୟକ୍ତିଗତ ଉଦ୍ୟମରେ କିଛି ଖାଦ୍ୟ ଦେବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରାଜଧାନୀବାସୀଙ୍କୁ ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri