ବୁଢ଼ୀ ମା’କେ ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତା

 

ବିନିକା, ୨୧।୩ (ଡି.ଏନ୍‌.ଏ.)-
ମୁଇଁ ଆଏଜ୍‌ ମରେଁ କାଲ୍‌ ମରେଁ ହେଉଛେଁ। ଅନେକ ଦିନ୍‌ ହେଲା ଖଟେ ପଡ଼ିଛେଁ। ଆହା କରବାକେ କେହି ନାଇଁ। ଏନ୍‌ତାଥି ପାଗ୍‌ଲି ଝି’ର ବୋଝ୍‌। ମୁଇଁ ମରିଗଲେ ଇତାର ଭବିଷତ୍‌ କାଣା ହେବା। ଏନ୍‌ତା ହୁରୁଦ୍‌ ତରଲି ଗଲା ଲେଖେଁ କଥା ପଦ୍‌ଦୁ କହି ଠସ୍‌ଠସ୍‌ କଁାଦି ପକେଇଥିଲେ। ଇଟା କେହେନ୍‌ସି ସିନେମାର ଡାଇଲଗ୍‌ ନୁହେ ଝନେ ନିସାହା ବୁରୁଧ୍‌ ମା’ର ଅଁତର୍‌ର କଥା। ସେ ଖଟେ ପଡ଼ିରହି ବି ନିଜର ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତାରେ ଘାରି ହେଉଛନ୍‌। ଇ ଘଟନାଟା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ ସାରଙ୍ଗପାଲି ଗଁାର ମଝିପଡ଼ାରେ।
ସୂଚନା ଅନ୍‌ସାରେ ମଝିପଡ଼ାର ବୁରୁଧ୍‌ ବିଧବା ନୁରା ଭୁଏ(୬୮)। ଗୁଟେବଲି ଝି’ଅହଲ୍ୟା(୩୦)କୁଁ ନେଇ ତାକର ସଁସାର। ହେଲେ ଝି’ ଜନ୍‌ମୁ ମାନ୍‌ସିକ ଭିନ୍ନକ୍ଷମ। ଇଆଡ଼େ ୧୫ ବଛର ତଲେ ଆପ୍‌ନେ ଜୟଦେବ ଭୁଏ ଆରପାରକେ ଚାଲିଯାଇଛନ୍‌। ଜମିବାଡ଼ି ବଲି ୨ ଏକର ରହିଛେ। ହେଲେ ସେଟା ବି ଅନେକ ବଛର ହେଲା ପଡ଼ିଆ ପଡ଼ିଛେ। ଅନେକ ବଛର ତଲେ ନୁରା ନିଜର ଗହନାଗଁାଠି ବିକି ଅହଲ୍ୟାକୁଁ ଚିକିଛା ଲାଗି ବୁର୍ଲା, ସମ୍ବଲପୁର, ବରଗଡ଼ ନେଇଥିଲେ। ହେଲେ କିଛି ଲାଭ ନାଇଁ ହେଲା। ସେଦିନ୍‌ଠାନୁ ଅହଲ୍ୟା ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ନୁରା ବି ୫ ବଛର ହେଲା ରୋଗ୍‌ ବେମାରିରେ ଖଟେ ପଡ଼ିଛନ୍‌। ହେଲେ ସବୁବେଲେ ସେ ଝି’ର ଭବିଷତ୍‌ ଚିନ୍‌ତାରେ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ସରକାରୀ ସାହାଯ୍‌ କହେଲେ ନୁରା ପାଉଥିବାର ୫ଶହ ଟଁକା ଭତା ଆର ୩୫ କେ.ଜି. ଚାଉଲ ସାହାଭରସା। ଅହଲ୍ୟା ଝନେ ମାନ୍‌ସିକ ଭିନ୍ନକ୍ଷମ ହେଇଥିଲେ ବି ପରମାନପତର ଅଭାବୁ ଭିନେ ଭିନେ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ନୁରା ଗଣମାଧ୍ୟମ ଜରିଆରେ ଉଭଏକଁର ଲାଗି ଚିକିଛା ସାହାଯ୍‌, ଝି’ର ଲାଗି ଭତା, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ଆର ଥାନୀଅ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିଛା ଅଧ୍‌କାରୀ ଡା.ରବୀନ୍ଦ୍ର ପଣ୍ଡାକୁଁ ପଚ୍‌ରାଲାରୁ ମା’ଝି ଉଭଏକୁଁ ତାକର ଘରକେ ଯାଇ ପ୍ରାଥମିକ ଚିକିଛା କରାଯିବା। ସରକାରୀ ଯୋଜନା ହିସାବେ ଅହଲ୍ୟାକଁର ଚିକିଛା ଆର ଭିନ୍ନକ୍ଷମ ପରମାନପତର ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ନିମାଇଁ ଚରଣ ନାଇକକୁଁ ପଚ୍‌ରାଲାରୁ ଏଇସିସି ତାଲିକାରେ ଘରର ମୁଖିଆକଁର ନଁା ଅଛେ କି ନାଇଁ ଦେଖ୍‌ବାକେ ପଡ଼ବା। ହେଲେ ମୁଇଁ ବିଡିଓକଁର ସଂଗେ କଥା ହେଇ ସରକାରୀ ସାହାଯ୍‌ ଯୁଗେଇ ଦେବାର ଦିଗେ ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?