ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ ମିଲୁଛେ। ଏହେଦେ ଆମେ ଗୁଟେ ପରକାର ପ୍ଲାଷ୍ଟିକ୍‌ ଯୁଗରେ ଅଛୁଁ କହେଲେ କିଛି କମ୍‌ ନାଇଁହୁଏ। ପ୍ଲାଷ୍ଟିକ୍‌ ଜିନିଷମାନ ହଲ୍‌କା, ସସ୍‌ତା ଆର ଜହଦିନ୍‌ ବଏତର ଯିବାର ଲାଗି ଲୋକ୍‌ ଇତାର ବଡ଼ଭାରି ବେଭାର କରୁଛନ୍‌। ଇଥିରଲାଗି କୁମ୍ଭାରମାନକର କଉଲିକ୍‌ ବୁରତି ଉପରେ ମାଡ଼ ପଡ଼ୁଛେ। ବିହା ବରୁ ଆର କେତେ ପୂଜାପାଠ୍‌କେ ଛାଡ଼ିଦେଲେ କୁମ୍ଭାରମାନକର ମାଏଟ୍‌ ତିଆରି ଜିନିଷ୍‌ର ବେଭାର ଦେଖ୍‌ବାକେ ନାଇଁ ମିଲବାର। ଏନ୍‌ତାଥି ନୂଆପଡ଼ା ଜିଲାର କୁମ୍ଭାର ସମାଜର ଅନେକ ପରିବାର ଟେରାକୋଟା ସାମାନ ତିଆର କରି ବିକାଭଂଗା କରି ଦୁଇପଏସା କମଉଥିଲେ। ହେଲେ ବଜାର ବେବସ୍‌ତା ଅଭାବୁ କାରିଗରମାନେ ସାମନ ତିଆରି କରି ଘରେ ପକେଇ ରଖୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖଡ଼ିଆଳ ସହରଠାନୁ ୫ କି.ମି. ଦୂରେ ଥିବାର ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଗଁାରେ।

ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଦୁଇଟା ଗଁାରେ ୬୦ରୁ ଅଧ୍‌କା କୁମ୍ଭାର ପରିବାର ବାସ କରୁଛନ୍‌। ଇମାନେ ବାପ୍‌ ଅଜା ଅମଲୁ ଭିନେ ଭିନେ କିସମର ମାଟି ସାମନ ତିଆରି ବିକାଭଂଗା କରି କୁଟୁମ ପୁଷିଆସୁଛନ୍‌। ଇ ପରିବାରମାନକର ଜମିବାଡ଼ି ବଲି ହେନ୍‌ତା କିଛି ନାଇଁଥିଲାବେଲେ ବଡ଼ଭାଗି ଦରିଦିରିଆ ସୀମାରେଖା ତଲେ ରହିଛନ୍‌। କାରିଗର ପରିବାରର ସଦସିଅମାନେ ଦିନକେ ରାଏତ୍‌ ମାଏଟ୍‌ ସାମନ୍‌ ତିଆରିବାରେ ଲାଗି ରହୁଛନ୍‌। ଇମାନେ ଲୋକ୍‌ ବେଭାର କଲା ଜିନିଷ ଭିତରେ ମଠିଆ, ସୁରେଇ, ହଁାଡ଼ି, ପାତଲି, ଗଣେଶ ମୂରତି, ଘୁଡ଼ା, ଦୀପ, ରୁଖା ଲେଖେଁ ଜିନିଷ ତିଆର କରୁଥିଲାବେଲେ ଘର ଛାଏଁବାର ଲାଗି ଖପର ବି ତିଆରି କରୁଛନ୍‌। ହେଲେ ଦିନୁଦିନ୍‌କେ ପ୍ଲାଷ୍ଟିକ୍‌ ସାମାନର ଆଦର ବଢ଼ବାର ଲାଗି କୁମ୍ଭାରମାନକର ବୁରତି  ଉପରେ ମାଡ଼ ପଡ଼ୁଛେ। ଦିନୁ ଦିନ୍‌କେ ସାମାନ ତିଆରି ଲାଗି ଭଲ ମାଟି ନାଇଁ ମିଲୁଥିଲାବେଲେ ପରିଶ୍ରମ ହିସାବେ ଜିନିଷର ଦାମ୍‌ ନାଇଁ ମିଲବାର ବଲି କେତେ କାରିଗର କହିଛନ୍‌। ମାଟି ତିଆରି ଟେରାକୋଟା ସାମାନ ବିକ୍‌ବାର ଲାଗି ରାଏଜର ଭିନେ ଭିନେ ଜାଗାରେ ହେଉଥିବାର କାଯ୍‌କରମ, ଜାନିଯାତ୍‌ରାରୁ ଡକରା ଆସୁଛେ। ହେଲେ ଇ ଗରିବ୍‌ ପରିବାରମାନେ ନିଜର ସାମାନ୍‌ ସେଠାନ୍‌କେ ନେବାର ଲାଗି ସମରଥ୍‌ ନୁହଁନ୍‌। ସେଥିରଲାଗି ମିଲୁଥିବାର ସରକାରୀ ପୋରଛାହନ୍‌ ଟଁକା କେନ୍‌ କନେ ହଜିଯାଉଛେ। ଆମର କଉଲିକ୍‌ ବୁରତି ଉପରେ ସରକାର ଦୁରୁଷ୍‌ଟି ନାଇଁ ଦେଲେ ଇଟା ଦିନୁ ଦିନ୍‌କେ ବୁଡ଼ିଯିବା ବଲି କାରିଗର ରୋହିତ ରଣା କହିଛନ୍‌। ଏନ୍‌ଥେଇ କେନ୍ଦ୍ର ଆର ରାଏଜ ସରକାର କୁଟୀର ଶୀଳ୍ପର ବିକାଶ ଲାଗି ଯୋଜନା ଉପରେ ଯୋଜନା କରୁଥିବାର ଡିଂଗରା ପିଟୁଛନ୍‌, ହେଲେ ସେ ସବୁ କାଯ୍‌କାରୀ ନାଇଁ ହେବାର। ଯେନ୍‌ଥିରଲାଗି କାରିଗରମାନକୁ ଏନ୍‌ତା ଥିତିର ସାମନା କରବାକେ ପଡ଼ୁଛେ ବଲି ସ୍ବେଚ୍ଛାସେବୀ ନିଖିଲ ମେହେର କହିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ଆଇପିଓ ଆନନ୍ଦ କୁମାର ବେହେରାକୁଁ ପଚରାଲାରୁ ଭିନେ ଭିନେ ସମିଆରେ ସରକାରକଁର ତରଫୁ ତାଲିମ ତାଲିମ ଦିଆଯାଉଛେ। ଜିନିଷପାତି ବିକ୍‌ରିର ଲାଗି ସୁଯୋଗ ବି ସୁରୁଷ୍‌ଟି କରାଯାଉଛେ। ହେଲେ ଇ ସବୁର ସୁଯୋଗ ନେବାର କଥା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri