Posted inଖେଳ

ବିହାରୀଙ୍କ ଶତକ ପରେ ବୁମ୍‌ରାଙ୍କ ହ୍ୟାଟ୍ରିକ୍‌: ଦୃଢ଼ ସ୍ଥିତିରେ ଭାରତ

କିଙ୍ଗଷ୍ଟନ,୧।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ତା’ର ସ୍ଥିତି ଦୃଢ଼ କରିଛି। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ ଶତକ ଓ ଟେଲ ଏଣ୍ଡର ଇଶାନ୍ତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ପ୍ରଥମ ଇନିଂସରେ ୧୪୦.୧ ଓଭରରେ ୪୧୬ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସମ୍ମୁଖୀନ ହୋଇ ନ ପାରି ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩୩ ଓଭରରେ ୭ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଛି। ଫଳରେ ୩ ଉଇକେଟ ହାତରେ ରଖି ଓ୍ବେଷ୍ଟଇଣ୍ଡିଜ ଏବେ ବୃହତ ୩୨୯ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜହମାର ହାମିଲଟନ ୨ ଓ ରଖିମ କର୍ନଓ୍ବାଲ ୪ ରନ କରି ଅପରାଜିତ ରହିଛନ୍ତି।
ହ୍ୟାଟ୍ରିକ ଅର୍ଜନ କରିବା ସହ ବୁମ୍‌ରା ଓ୍ବେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୨୨ ରନରେ ୫ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ତରଫରୁ ଶିମରନ ହେଟମେୟର ୩୪, ଅଧିନାୟକ ଜାସନ ହୋଲ୍ଡର ୧୮, ଓପନର କ୍ରେଗ ବ୍ରାଥଓ୍ବେଟ୍‌ ୧୦ ରନକରି ଆଉଟ ହୋଇଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଜନ୍‌ କ୍ୟାମ୍ପବେଲ ୨, ଡାରେନ ବ୍ରାଭୋ ୪ ରନ କରି ଆଉଟ ହୋଇଥିବା ବେଳେ ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ ଖାତା ଖୋଲିପାରି ନ ଥିଲେ। ବୁମ୍‌ରା ନବମ ଓଭରର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ବ୍ରାଭୋ, ବ୍ରୁକ୍ସ ଓ ଚେଜ୍‌ଙ୍କୁ ଆଉଟ କରି ତୃତୀୟ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା ୧୬ ରନ ଦେଇ ୬ ଓ ମହମ୍ମଦ ସାମି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୪/୫ରୁ ଖେଳ ଆରମ୍ଭ କରି ଭାରତ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବିହାରୀ ୪୨ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରି ଭାରତୀୟ ଇନିଂସର ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଗତ ଟେଷ୍ଟ ବିହାରୀ ୯୩ ରନ କରି ଆଉଟ ହୋଇ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୨୭ ରନରୁ ବ୍ୟାଟିଂ ଆରମ୍ଭ କରିଥିଲେ ଓ ଆଉ ଅଧିକ ରନ ସଂଗ୍ରହ କରିପାରି ନ ଥିଲେ। ସେ ଦ୍ୱିତୀୟ ଦିନର ପ୍ରଥମ ବଲ୍‌ରେ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ଇନ୍‌ ସୁଇଙ୍ଗ୍‌ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ରନ କରିଥିବା ବେଳେ ମିଡ୍‌ ଅନ୍‌ରେ ଡାରେନ୍‌ ବ୍ରାଭୋଙ୍କୁ କ୍ୟାଚ୍‌ ଦେଇ ଅଫ୍‌ ସ୍ପିନର କର୍ନଓ୍ବାଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଇଶାନ୍ତ ଓ ମହମ୍ମଦ ସାମି ଆଉଟ ହୋଇଥିଲେ। ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଇଶାନ୍ତ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ନିଜର ୯୨ତମ ଟେଷ୍ଟ ଖେଳିବା ଅବସରରେ ସେ ଏହି ସଫଳତା ପାଇଛନ୍ତି। ଏହା ପୂର୍ବରୁ ଇଶାନ୍ତଙ୍କ ସର୍ବାଧିକ ସ୍କୋର ଥିଲା ଅପରାଜିତ ୩୧।
ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ ପାଳି ଖେଳି ଆଉଟ ହୋଇଛନ୍ତି। ବିହାରୀ ଜାସନ ହୋଲ୍ଡରଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ଯାଇ ମିଡ୍‌ ଅଫ୍‌ରେ କେମର ରୋଚ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୯୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୫ ଚୌକା ସହାୟତାରେ ସେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ। ବିହାରୀଙ୍କୁ ସହଯୋଗ କରିଥିବା ଇଶାନ୍ତ ୮୦ଟି ବଲ ଖେଳି ୭ ଚୌକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରେଗ୍‌ ବ୍ରାଥ୍‌ଓ୍ବେଟଙ୍କ ବଲ୍‌ରେ ଡିପ୍‌ ମିଡ ଉଇକେଟରେ ଶିମ୍‌ରନ ହେଟମେୟରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଷ୍ଟମ ଉଇକେଟ ଯୋଡିରେ ବିହାରୀ ଓ ଇଶାନ୍ତ ୧୧୨ ରନ ସଂଗ୍ରହ କରି ଘରୋଇ ବୋଲରଙ୍କୁ ନିରାଶ କରିବା ସହ ଦଳର ସ୍କୋରକୁ ୪୦୦ ରନ ପାର କରାଇଥିଲେ। ଇଶାନ୍ତଙ୍କ ପରେ ମହମ୍ମଦ ସାମି ଖାତା ଖୋଲିବା ପୂର୍ବରୁ ଅଫ୍‌ ସ୍ପିନର ରଖିମ କର୍ନଓ୍ବାଲଙ୍କ ବଲ୍‌ରେ ଉଇକେଟକିପର ଜହମାର ହାମିଲଟନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଯଶପ୍ରୀତ ବୁମ୍‌ରା ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ହୋଲ୍ଡର ସର୍ବାଧିକ ୫, କର୍ନଓ୍ବାଲ ୩, ରୋଚ୍‌ ଓ ବ୍ରାଥଓ୍ବେଟ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୪୦.୧ ଓଭରରେ ୪୧୬ ଅଲ୍‌ଆଉଟ।
(ବିହାରୀ- ୧୧୧, କୋହଲି- ୭୬, ଇଶାନ୍ତ- ୫୭, ଅଗ୍ରଓ୍ବାଲ- ୫୫, ପନ୍ତ- ୨୭, ରାହାନେ- ୨୪, ହୋଲ୍ଡର- ୫/୭୭, କର୍ନଓ୍ବାଲ- ୩/୧୦୫, ରୋଚ୍‌- ୧/୭୭, ବ୍ରାଥଓ୍ବେଟ- ୧/୮)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୩୩ ଓଭରରେ ୮୭/୭
(ହେଟମେୟର- ୩୪, ହୋଲ୍ଡର- ୧୮, ବ୍ରାଥଓ୍ବେଟ- ୧୦, ବୁମରା- ୬/୧୬, ସାମି- ୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri