ବିସ୍ଫୋରକ ରୂପ ନେଲା କାଜୁ ଜଙ୍ଗଲ ବିବାଦ: ସଂଘବଦ୍ଧ ଆକ୍ରମଣରେ ୨ ଆଦିବାସୀ ନିହତ

ନୟାଗଡ ଅଫିସ/ରଣପୁର,୧୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ରାଇପଡାସ୍ଥିତ କାଜୁ ଜଙ୍ଗଲକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶୁକ୍ରବାର ବିସ୍ପୋରକ ରୂପ ନେଇଛି। ରାଇପଡା ନୂଆସାହି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଆଦିବାସୀ ସାହିର ଦୁର୍ଗା ପ୍ରଧାନ (୫୦) ଓ ବିରଞ୍ଚତ୍ ପ୍ରଧାନ (୫୫) ନିହତ ହୋଇଛନ୍ତି। ଏହି ଆକ୍ରମଣରେ ୨୫ ଆଦିବାସୀ ଆହତ ହୋଇଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ୬ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଶରଣକୁଳ ଏସ୍‌ଡିପିଓ ଏସ୍‌. ଟପୋ, ଚାନ୍ଦପୁର ଆଇଆଇସି ଧନେଶ୍ୱର ନାହାକ, ସବ୍‌ଇନ୍ସପେକ୍ଟର ଏସ୍‌.ଏସ୍‌. ହରୋ ପହଞ୍ଚତ୍ ତଦନ୍ତ କରିଥିଲେ। ଉତ୍ତେଜନା ଲାଗିରହିଥିବାରୁ ଗଁ।ରେ ୧ସେକ୍ସନ ପୋଲିସ ମୁତୟନ ଅଛନ୍ତି। ନୟାଗଡ଼ ଏସ୍‌ପି ଚାନ୍ଦପୁର ଥାନାକୁ ଯାଇ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଫେରିଛନ୍ତି। ହେଲେ ସେ ଘଟଣାସ୍ଥଳକୁ ଯାଇନାହାନ୍ତି। ଆଦିବାସୀ ସାହିର ବେଣୁଧର ପ୍ରଧାନଙ୍କ ଅଭିଯୋଗ ଅନୁସାରେ ରାଇପଡା ସରପଞ୍ଚ ବ୍ରହ୍ମଚାରୀ ମାଝି, ନୂଆସାହିର ଅଶୋକ ଭଟ୍ଟ, କେଳୁ ବେହେରା, ସୁର ମାଝି, ହାଡିଆ ବେହେରା, ଧନୁ ବେହେରା, ହାଡିଆ ପଲେଇଙ୍କ ସମେତ ୪୦ ଜଣଙ୍କ ନଁାରେ ୩୭/୨୦ରେ ମାମଲା ରୁଜୁ ହୋଇଛି। ପୋଲିସ ଦୁର୍ଗା ପ୍ରଧାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରଣପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ଆଦିବାସୀମାନେ ସରପଞ୍ଚ ଓ ଅନ୍ୟମାନଙ୍କ ଗିରଫ ସହ କ୍ଷତିପୂରଣ ଦାବିରେ ମୃତଦେହ ନ ଛାଡି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ରଖି ଆନ୍ଦୋଳନ ଚଳାଇଛନ୍ତି।
ଅଭିଯୋଗ ଅନୁସାରେ ଆଦିବାସୀ ସାହିର ବେଣୁଧର ପ୍ରଧାନ ୩ବର୍ଷ ପାଇଁ ୧୬ ଲକ୍ଷ ୫୦ ହଜାର ଟଙ୍କାରେ ରାଇପଡା କାଜୁ ଜଙ୍ଗଲକୁ ୨୦୧୯ରେ ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିମିଟେଡ୍‌ରୁ ନିଲାମ ନେଇଥିଲେ। ପ୍ରଥମ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରି ନିଜ ଗଁା ସମେତ ଆଖପାଖ ଅଞ୍ଚଳର ଆଦିବାସୀମାନଙ୍କୁ ନେଇ କାଜୁ ଜଙ୍ଗଲର ସୁରକ୍ଷା ଦେଇଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ଆଦିବାସୀ ମହିଳାପୁରୁଷଙ୍କୁ ନେଇ ବେଣୁଧର କାଜୁ ଜଙ୍ଗଲରୁ କାଜୁ ମଞ୍ଜି ସଂଗ୍ରହ କରୁଥିଲେ। ଏହି ସମୟରେ ସରପଞ୍ଚ ବ୍ରହ୍ମଚାରୀ ମାଝିଙ୍କ ନେତୃତ୍ୱରେ ୩୫ରୁ ୪୦ ଲୋକ ଠେଙ୍ଗା, ଭୁଜାଲି, କଟୁରି ଆଦି ମାରଣାସ୍ତ୍ର ଧରି କାଜୁ ଜଙ୍ଗଲରେ ପଶିଥିଲେ। ପରେ ମିଳିତ ଭାବେ ଆଦିବାସୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିବା ଆଦିବାସୀମାନେ ଛତ୍ରଭଙ୍ଗ ଦେଇଥିଲେ। ଆକ୍ରମଣକାରୀ ପଳାଇଯିବା ପରେ ଆଦିବାସୀମାନେ ଦୁର୍ଗା ପ୍ରଧାନ, ବିରଞ୍ଚତ୍ ପ୍ରଧାନ, ଗଙ୍ଗା ବେହେରା, ବସନ୍ତ ନାୟକ, ରାଜୁ ପ୍ରଧାନ, ସତ୍ୟ ନାୟକ, ସଞ୍ଜୁ ନାୟକ, ବୈଷ୍ଣବ ନାୟକ, ସୁକାନ୍ତି ନାୟକ, ସୁନିତା ପ୍ରଧାନ, ଶାନ୍ତି ନାୟକ, ଶାନ୍ତି ପ୍ରଧାନ, ଟୁକୁନି ନାୟକ, ଶଙ୍କର ସାମନ୍ତରାୟ ପ୍ରମୁଖ ୨୫ ଆହତଙ୍କୁ ପ୍ରଥମେ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଦୁର୍ଗାଙ୍କ ମୃତ୍ୟୁ ଘଟିଥିଲା। ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହୋଇଥିବା ୬ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଥିବା ବିରଞ୍ଚତ୍ ପ୍ରାଣ ହରାଇଛନ୍ତି। ୨ଜଣଙ୍କ ମୃତ୍ୟୁ ପରେ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳାପୁରୁଷ କିଭଳି ପରିସ୍ଥିତିକୁ ସାମ୍‌ନା କରିବେ ସେ ନେଇ ଗଁ। ପାଖ ମନ୍ଦିରରେ ଆଲୋଚନା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri