ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା ୨୦ ଫୁଟ ତଳକୁ ଖସି ଯାଉଛି। ଜନସଂଖ୍ୟା ତୁଳନାରେ ପାନୀୟଜଳ ମିଳୁ ନ ଥିବାରୁ ସହରବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷେ ବିସ୍ଥାପିତଙ୍କ ବିରୋଧ ଯୋଗୁ ଜମ୍ଭିରା ଜଳ ପ୍ରକଳ୍ପ କାମ ମଧ୍ୟ ଅଟକି ରହିଛି।
ବାରିପଦା ସହର ଜନସଂଖ୍ୟା ୧ ଲକ୍ଷ ୨୦ ହଜାର। ଏହି ଲୋକଙ୍କ ପାଇଁ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଜଳ ଯୋଗାଣ କରିଥାନ୍ତି। ସହରବାସୀଙ୍କ ପାଇଁ ପ୍ରତ୍ୟହ ୧୮.୬୦ ମିଲିୟନ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ମିଳୁଛି ୧୬.୩୦ ମିଳିୟନ ଲିଟର। ସହରରେ ୩୩୦ ଫୁଟ ବିଶିଷ୍ଟ ୬୨ଟି ଗଭୀର ନଳକୂଅ, ୩୬୭ଟି ନଳକୂଅ ଓ ୪୫୬ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଏଥିରୁ ଲୋକେ ପାନୀୟଜଳ ସଂଗ୍ରହ କରିଥାନ୍ତି। ଦିନକୁ ୩ ଘଣ୍ଟା ପାଣି ଯୋଗାଇ ଦିଆଯାଇଥାଏ। ସହରରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରେ ପାଣି ପାଇପ ସଂଯୋଗ କରିଛନ୍ତି। ସହରର ପାନୀୟଜଳ ବ୍ୟବସ୍ଥା ପାଇଁ ୧୦୪ କିମି ପାଇପ ଲାଇନ ବିଛାଯାଇଛି। ଅନ୍ୟପକ୍ଷେ ୨୦୨୦ ନଭେମ୍ବର ସୁଦ୍ଧା ସହରରେ ଜମ୍ଭିରା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଓ ଏହା କାର୍ଯ୍ୟକାରୀ ହେଲେ ଆଉ ଜଳ ସମସ୍ୟା ଦେଖା ଦେବ ନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଜମ୍ଭିରା ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ୧୧ଟି ଗ୍ରାମର ୧୩୦୪ ପରିବାର ପୁନଃ କ୍ଷତିପୂରଣ ଦାବି କରୁଥିବାରୁ ଡ୍ୟାମ ନିକଟରେ ହେବାକୁ ଥିବା କାର୍ଯ୍ୟ ଆଗେଇପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିଘ୍ନେଶ୍ୱର ପାଣି ସୂଚନା ଦେଇଛନ୍ତି।
୮୪.୨୨ କୋଟି ଟଙ୍କୀ ବ୍ୟୟ ଅଟଳଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିରେ ୧୨୨ କିମି ପାଇପ ଲାଇନ ସଂଯୋଗ ହେବ। ଏହି ପ୍ରକଳ୍ପ ଜରିଆରେ ବାରିପଦା ସହରକୁ ୨୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ। ଫଳରେ ସହରରେ ଅଉ ପାଣି ସମସ୍ୟା ରହିବ ନାହିଁ। ଜମ୍ଭିରା ପ୍ରକଳ୍ପରୁ ୧୫ କିମି ଦୂର ପର୍ଯ୍ୟନ୍ତ ପାଇପ ଲାଇନ ଆସି ପିସିପୁରଠାରେ ୧୬ ମିଲିୟନ ଲିଟରର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟାରମ୍ଭ ହୋଇସାରିଛି। ୬ଟି ନୂଆ ଓଭରହେଡ ଟ୍ୟାଙ୍କି ନିର୍ମାଣ ହେବ। ଏହା ସହିତ ଆଗାମୀ ଦିନରେ ମ୍ୟୁନିସିପାଲିଟି ସହଯୋଗରେ ପ୍ରତି ୱାର୍ଡରେ ଜଳ ପରିମଳ କମିଟି ଗଠନ ହେବ। ଏଥିରେ ୧୨ ଜଣ ଲେଖାଏଁ ସଭ୍ୟାସଭ୍ୟ ରହିବେ। ସେମାନେ ଜଳର ବ୍ୟବହାର, ଅପବ୍ୟବହାର ସମ୍ପର୍କରେ ସଭା ସମିତି ମାଧ୍ୟମରେ ଲୋକଙ୍କୁ ବୁଝାଇ ନିଜ ଘରେ ପାନୀୟଜଳ ପାଇପ ସଂଯୋଗ ପାଇଁ ପରାମର୍ଶ ଦେବେ। ସେହିପରି ଭୂତଳ ଜଳ କମୁଥିବା କାରଣ ସମ୍ପର୍କରେ ପରିବେଶବିତ ମାନସ ବେହେରାଙ୍କ ସହିତ ଆଲୋଚନା କରିବାରୁ ପ୍ରତି ବର୍ଷ ଜିଲାରେ ବର୍ଷାର ପରିମାଣ କମି କମି ଯାଉଛି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୂତଳ ଜଳ ମାପିବା ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବଡିର ଦାୟିତ୍ୱ। ସେମାନେ ପ୍ରତି ଅଞ୍ଚଳର ଭୂତଳ ଜଳ ମାପି ରିପୋର୍ଟ ଦେଇଥାନ୍ତି। ତେବେ ବାରିପଦା ସହରରେ ଭୂତଳ ଜଳ ତଳକୁ ଖସୁଥିବା ଆଦୌ ଠିକ୍ ନୁହେଁ। କାରଣ ସହର ଦେଇ ନଦୀ ପ୍ରଭାବିତ ହେଉଥିବା ବେଳେ ଏହାକୁ ଲାଗି ଶିମିଳିପାଳ ଜଙ୍ଗଲ ରହିଛି। ଏପରିସ୍ଥଳେ ଭୂତଳ ଜଳ କିପରି କମୁଛି ତାହା ପ୍ରଶ୍ନବାଚୀ। ଏହା ସହିତ ଲୋକେ ମଧ୍ୟ ପାଣିକୁ ଅପବ୍ୟବହାର ନ କରି ସଞ୍ଚୟକୁ ଗୁରୁତ୍ୱ ଦେବା କଥା। ଫଳରେ ଜଳ ଅଭାବ ଦେଖାଦେବନାହିଁ ବୋଲି ସେ କହିଛନ୍ତି।
Posted inHome, ଆମ ଜିଲା ଖବର, ମୟୂରଭଞ୍ଜ View All
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର
ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...
ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
Archives


