ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା ୨୦ ଫୁଟ ତଳକୁ ଖସି ଯାଉଛି। ଜନସଂଖ୍ୟା ତୁଳନାରେ ପାନୀୟଜଳ ମିଳୁ ନ ଥିବାରୁ ସହରବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷେ ବିସ୍ଥାପିତଙ୍କ ବିରୋଧ ଯୋଗୁ ଜମ୍ଭିରା ଜଳ ପ୍ରକଳ୍ପ କାମ ମଧ୍ୟ ଅଟକି ରହିଛି।
ବାରିପଦା ସହର ଜନସଂଖ୍ୟା ୧ ଲକ୍ଷ ୨୦ ହଜାର। ଏହି ଲୋକଙ୍କ ପାଇଁ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଜଳ ଯୋଗାଣ କରିଥାନ୍ତି। ସହରବାସୀଙ୍କ ପାଇଁ ପ୍ରତ୍ୟହ ୧୮.୬୦ ମିଲିୟନ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ମିଳୁଛି ୧୬.୩୦ ମିଳିୟନ ଲିଟର। ସହରରେ ୩୩୦ ଫୁଟ ବିଶିଷ୍ଟ ୬୨ଟି ଗଭୀର ନଳକୂଅ, ୩୬୭ଟି ନଳକୂଅ ଓ ୪୫୬ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଏଥିରୁ ଲୋକେ ପାନୀୟଜଳ ସଂଗ୍ରହ କରିଥାନ୍ତି। ଦିନକୁ ୩ ଘଣ୍ଟା ପାଣି ଯୋଗାଇ ଦିଆଯାଇଥାଏ। ସହରରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରେ ପାଣି ପାଇପ ସଂଯୋଗ କରିଛନ୍ତି। ସହରର ପାନୀୟଜଳ ବ୍ୟବସ୍ଥା ପାଇଁ ୧୦୪ କିମି ପାଇପ ଲାଇନ ବିଛାଯାଇଛି। ଅନ୍ୟପକ୍ଷେ ୨୦୨୦ ନଭେମ୍ବର ସୁଦ୍ଧା ସହରରେ ଜମ୍ଭିରା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଓ ଏହା କାର୍ଯ୍ୟକାରୀ ହେଲେ ଆଉ ଜଳ ସମସ୍ୟା ଦେଖା ଦେବ ନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଜମ୍ଭିରା ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ୧୧ଟି ଗ୍ରାମର ୧୩୦୪ ପରିବାର ପୁନଃ କ୍ଷତିପୂରଣ ଦାବି କରୁଥିବାରୁ ଡ୍ୟାମ ନିକଟରେ ହେବାକୁ ଥିବା କାର୍ଯ୍ୟ ଆଗେଇପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିଘ୍ନେଶ୍ୱର ପାଣି ସୂଚନା ଦେଇଛନ୍ତି।
୮୪.୨୨ କୋଟି ଟଙ୍କୀ ବ୍ୟୟ ଅଟଳଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିରେ ୧୨୨ କିମି ପାଇପ ଲାଇନ ସଂଯୋଗ ହେବ। ଏହି ପ୍ରକଳ୍ପ ଜରିଆରେ ବାରିପଦା ସହରକୁ ୨୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ। ଫଳରେ ସହରରେ ଅଉ ପାଣି ସମସ୍ୟା ରହିବ ନାହିଁ। ଜମ୍ଭିରା ପ୍ରକଳ୍ପରୁ ୧୫ କିମି ଦୂର ପର୍ଯ୍ୟନ୍ତ ପାଇପ ଲାଇନ ଆସି ପିସିପୁରଠାରେ ୧୬ ମିଲିୟନ ଲିଟରର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟାରମ୍ଭ ହୋଇସାରିଛି। ୬ଟି ନୂଆ ଓଭରହେଡ ଟ୍ୟାଙ୍କି ନିର୍ମାଣ ହେବ। ଏହା ସହିତ ଆଗାମୀ ଦିନରେ ମ୍ୟୁନିସିପାଲିଟି ସହଯୋଗରେ ପ୍ରତି ୱାର୍ଡରେ ଜଳ ପରିମଳ କମିଟି ଗଠନ ହେବ। ଏଥିରେ ୧୨ ଜଣ ଲେଖାଏଁ ସଭ୍ୟାସଭ୍ୟ ରହିବେ। ସେମାନେ ଜଳର ବ୍ୟବହାର, ଅପବ୍ୟବହାର ସମ୍ପର୍କରେ ସଭା ସମିତି ମାଧ୍ୟମରେ ଲୋକଙ୍କୁ ବୁଝାଇ ନିଜ ଘରେ ପାନୀୟଜଳ ପାଇପ ସଂଯୋଗ ପାଇଁ ପରାମର୍ଶ ଦେବେ। ସେହିପରି ଭୂତଳ ଜଳ କମୁଥିବା କାରଣ ସମ୍ପର୍କରେ ପରିବେଶବିତ ମାନସ ବେହେରାଙ୍କ ସହିତ ଆଲୋଚନା କରିବାରୁ ପ୍ରତି ବର୍ଷ ଜିଲାରେ ବର୍ଷାର ପରିମାଣ କମି କମି ଯାଉଛି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୂତଳ ଜଳ ମାପିବା ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବଡିର ଦାୟିତ୍ୱ। ସେମାନେ ପ୍ରତି ଅଞ୍ଚଳର ଭୂତଳ ଜଳ ମାପି ରିପୋର୍ଟ ଦେଇଥାନ୍ତି। ତେବେ ବାରିପଦା ସହରରେ ଭୂତଳ ଜଳ ତଳକୁ ଖସୁଥିବା ଆଦୌ ଠିକ୍‌ ନୁହେଁ। କାରଣ ସହର ଦେଇ ନଦୀ ପ୍ରଭାବିତ ହେଉଥିବା ବେଳେ ଏହାକୁ ଲାଗି ଶିମିଳିପାଳ ଜଙ୍ଗଲ ରହିଛି। ଏପରିସ୍ଥଳେ ଭୂତଳ ଜଳ କିପରି କମୁଛି ତାହା ପ୍ରଶ୍ନବାଚୀ। ଏହା ସହିତ ଲୋକେ ମଧ୍ୟ ପାଣିକୁ ଅପବ୍ୟବହାର ନ କରି ସଞ୍ଚୟକୁ ଗୁରୁତ୍ୱ ଦେବା କଥା। ଫଳରେ ଜଳ ଅଭାବ ଦେଖାଦେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri