Posted inଖେଳ

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ ଅଣାଯିବ। ଏ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ଏକ ଚିଠି ବିସିସିଆଇକୁ ଏ ସଂକ୍ରାନ୍ତରେ ପଠାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେଲେ ଏହାର ଭାବମୂର୍ତ୍ତି ଫେରିପାଇବ।
ବାରବାଟୀରେ ଦୀର୍ଘବର୍ଷ ହେବ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହୋଇନାହିଁ। ମାତ୍ର ୨ଟି ଟେଷ୍ଟ ମ୍ୟାଚ୍‌ ଏଠାରେ ଖେଳାଯାଇଛି। ୧୯୯୫ ମସିହାରେ ଶେଷଥର ନିମନ୍ତେ ଏଠାରେ ୫ଦିନିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ ଡ୍ର ରହିଥିଲା। ଆଝାରୁଦ୍ଦିନଙ୍କ ନେତୃତ୍ୱରେ ସଚିନ ତେନ୍ଦୁଲକର, ନଭଜୋତ ସିଂ ସିଦ୍ଧୁ, ଅଜୟ ଜାଡ଼େଜା, ମନୋଜ ପ୍ରଭାକର, ବିନୋଦ କାମ୍ବଲି, ଅନିଲ କୁମ୍ବଲେ, ଜାଭାଗଲ ଶ୍ରୀନାଥଙ୍କ ଭଳି କିମ୍ବଦନ୍ତୀ ଖେଳାଳି ବାରବାଟୀକୁ ଆସିଥିଲେ। ଏହା ପୂର୍ବରୁ ୧୯୮୭ ମସିହା ଜାନୁୟାରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ବାରବାଟୀରେ ହୋଇଥିଲା। ଏହା ଥିଲା ରାଜ୍ୟରେ ଖେଳାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ । ଏଥିରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ କପିଳ ଦେବ, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, କିରଣ ମୋରେ, ମହିନ୍ଦର ଅମରନାଥଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର। ଏହି ମ୍ୟାଚ୍‌ରେ ଭାରତ ଇନିଂସ ଓ ୬୭ରନରେ ବିଜୟୀ ହୋଇଥିବା ବେଳେ ଦିଲୀପ ଭେଙ୍ଗସରକାର ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ। ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ଆଶା ପୁଣି ଥରେ ଜୀବିତ ହୋଇଛି। ଏପରି କି ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ସହ ଶେଷ ହୋଇଥିବା ଆଲୋଚନାରୁ ଏଠାରେ ଟେଷ୍ଟ ମ୍ୟାଚ୍‌ ହେବାର ଗ୍ରୀନ ସିଗ୍ନାଲ ମିଳିଛି। ଭୁବନେଶ୍ୱରରେ ଖେଳାଳିମାନେ ରହି କଟକରେ ମ୍ୟାଚ୍‌ ଖେଳିବାରେ ସମସ୍ୟା ହେଉଛି ବୋଲି ଯେଉଁ ଅଭିଯୋଗ ହେଉଥିଲା, ସେ ସମ୍ପର୍କରେ ଗାଙ୍ଗୁଲିଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି। ତ୍ରିଶୂଳିଆ ନିକଟରେ ନୂତନ ସେତୁ ନିର୍ମାଣ ହେବା ପରେ ଏବେ ଭୁବନେଶ୍ୱର ହୋଟେଲରୁ ବାରବାଟୀକୁ ୨୦ରୁ ୨୫ମିନିଟ ସମୟ ଲାଗୁଛି। ଦେଶର ଅନ୍ୟ ମେଟ୍ରୋ ସିଟିଗୁଡ଼ିକରେ ମଧ୍ୟ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଯାତାୟାତରେ ସମାନ ସମୟ ଲାଗେ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା। ଓସିଏ ପକ୍ଷରୁ ଏକ ଚିଠି ଦିଆଯିବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗାଙ୍ଗୁଲି କହିବା ପରେ ଓସିଏ ତତ୍ପର ହୋଇଛି ।
ସମସ୍ୟା ଭିତରେ ଗ୍ୟାଲେରୀ ନଂ-୭
ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ବାରବାଟୀରେ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନି। ଫନୀ ଝଡ଼ ପ୍ରଭାବରେ ଭଙ୍ଗାରୁଜା ହୋଇପଡ଼ିଛି ବାରବାଟୀ। ପ୍ରଥମେ ଷ୍ଟାଡିୟମର ଫ୍ଲଡଲାଇଟଗୁଡ଼ିକ ମରାମତି କରିବ ଦେବ ମସ୍କୋ ଟିମ୍‌। ନଭେମ୍ବର ଶେଷସୁଦ୍ଧା ଫ୍ଲଡଲାଇଟ ନୂଆ ଲାଗିଥିବ ବୋଲି କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ଆଗେଇ ନାହିଁ। ଏହାଛଡ଼ା ଗ୍ୟାଲେରୀ ନଂ-୭ ଫନୀ ପ୍ରଭାବରେ ଅଧିକ କ୍ଷୟକ୍ଷତି ହୋଇଛି। ଏହି ଗ୍ୟାଲେରୀରୁ ପ୍ଲାଷ୍ଟର ଖଣ୍ଡ ଖସୁଛି। ଏହାର ମରାମତି ବ୍ୟବସ୍ଥା କରାଯାଉଥିବା ଓସିଏ ସମ୍ପାଦକ ସଞ୍ଜୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri