Posted inଖେଳ

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି। ଗତ ୧ ତାରିଖରେ ବୟସ ଜାଲିଆତି ଅଭିଯୋଗରେ ବିସିସିଆଇ ରାଜେଶଙ୍କ ସମେତ କ୍ରୀଷ୍ଣା ପଲାଇଙ୍କୁ ୨ବର୍ଷର ବାସନ୍ଦ ଆଦେଶ ଦେଇଥିଲା। ତେବେ କେବଳ ରାଜେଶଙ୍କୁ କ୍ଲିନ ଚିଟ୍‌ ମିଳିଛି। ବିସିସିଆଇର ଆଣ୍ଟି ଡୋପିଂ, ବୟସ ଯାଞ୍ଚ ଓ ମେଡ଼ିକାଲ ପରାମର୍ଶ ବିଭାଗର ଡ. ଅଭିଜିତ ସାଲଭି ଏ ନେଇ ବୁଧବାର ଅପରାହ୍ନରେ ଓସିଏକୁ ଏକ ମେଲ୍‌ ପଠାଇଛନ୍ତି। ସୂରଟଠାରେ ଆସନ୍ତା ୮ରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ରାଜେଶ ଖୁବଶୀଘ୍ର ରାଜ୍ୟ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି।
୧ ତାରିଖରେ ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳିଙ୍କୁ ବୟସ ଜାଲିଆତିରେ ୨ବର୍ଷ ନିମନ୍ତେ ବାସନ୍ଦ କରାଯାଇଥିଲା। ରାଉରକେଲାର କ୍ରୀଷ୍ଣା ଓ ନୟାଗଡ଼ର ରାଜେଶ ଏହି ଆଦେଶ ପାଇଥିଲେ। ନୟାଗଡ଼ର ତୁଳସୀପୁର ଗ୍ରାମରେ ଜନ୍ମିତ ରାଜେଶଙ୍କ ଉପରେ ଲାଗିଥିବା ବୟସ ଜାଲିଆତି ଅଭିଯୋଗକୁ ବିସିସିଆଇ ଉଠାଇ ଦେଇଛି। ରାଜେଶଙ୍କର ଜନ୍ମ ନୟାଗଡ଼ର ବଡ଼ ପଣ୍ଡୁସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଛି। ଏଣୁ ତାଙ୍କ ଜନ୍ମପ୍ରମାଣ ପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ନାହିଁ। ଯାହା ଫଳରେ ରାଜେଶଙ୍କ ଜନ୍ମ ପ୍ରମାଣପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ଖୋଜିଲେ ଅନ୍ୟ ଜଣେ ଯୁବକଙ୍କ ନାଁ ଓ ଠିକଣା ଦେଖାଉଛି। ଏହାକୁ ଭିତ୍ତି କରି ରାଜେଶଙ୍କ ନାମରେ ଅଭିଯୋଗ କରାଯାଇଥିଲା। କ୍ଲିନଚିଟ୍‌ ପାଇବା ପରେ ଏହି ପ୍ରତିଭାବାନ ପେସ ବୋଲର ଜଣଙ୍କ ପୁନର୍ବାର ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ୧୫ଜଣିଆ ଦଳରେ ତାଙ୍କ ନାମ ଥିଲା। ବାସନ୍ଦ ଆଦେଶ ପରେ ତାଙ୍କ ବଦଳରେ ପ୍ରୟାସ ସିଂ ଙ୍କୁ ଦଳରେ ନିଆଯାଇଛି। ଓସିଏ ଚୟନକମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ବିସିସିଆଇ ବାସନ୍ଦ ଆଦେଶ ଉଠାଇବା ପରେ ସେ ଖୁବଶୀଘ୍ର ଦଳରେ ଯୋଗଦେବେ। ଓସିଏର ପଦାଧିକାରୀଙ୍କ ସହ ବୈଠକ ଡକାଯାଇ ଏ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri