ବିସିସି ବ୍ୟାଙ୍କ କୃଷିଋଣ ପ୍ରଦାନ କରିଛି ୨୦୭.୧୭ କୋଟି

ବ୍ରହ୍ମପୁର ଅଫିସ,୨ା୮- ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କୃଷିଋଣ ପ୍ରଦାନ ଜୁଲାଇ ୩୧ରେ ଶେଷ ହୋଇଛି । ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାର ୨୫୧ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ୬୩ ହଜାର ୫୯୦ ଚାଷୀ ସଭ୍ୟଙ୍କୁ ୨୦୭.୧୭ କୋଟି ଟଙ୍କା ଋଣ ଲଗାଣ କରାଯାଇଛି। ଅନ୍ୟପକ୍ଷରେ କୃଷିଋଣ ନେବା ପାଇଁ ବାଧ୍ୟତାମୂଳକ ହୋଇଥିବା ପ୍ରଧାନମନ୍ତ୍ରୀ (ପିଏମ୍‌) ଫସଲ ବୀମା ସମୟ ସୀମା ମଧ୍ୟ ଗତ ବୁଧବାର ସରିଯାଇଛି । ବିସିସି ବ୍ୟାଙ୍କ ୨୦୧୯-୨୦ ବର୍ଷରେ ୨୪୫ କୋଟି କୃଷିଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଥିଲେ। ତେବେ ୩୮ କୋଟି ବଳକା ରହିଛି। ଧାନଚାଷ ନିମନ୍ତେ ଋଣ ପ୍ରଦାନ ଶେଷ ହୋଇଥିଲେ ମଧ୍ୟ ଅଣଧାନ ଫସଲ ନିମନ୍ତେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ କୃଷିଋଣ ଦିଆଯିବାର ବ୍ୟବସ୍ଥା ଥିବାରୁ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବାର ବ୍ୟାଙ୍କ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚାଇଛନ୍ତି। ସମ୍ପାଦକଙ୍କ କହିବାନୁସାରେ, ଗଞ୍ଜାମ ଜିଲାରେ ଥିବା ବ୍ୟାଙ୍କର ୧୩ ଶାଖା ଅଧୀନ ୨୦୬ ଏବଂ ଗଜପତି ଜିଲାର ୪ ଶାଖା ଅଧୀନରେ ୫୦ ସୋସାଇଟି ଓ ଲ୍ୟାମ୍ପସ୍‌ ଅଛି । ଗଞ୍ଜାମ ପାଇଁ ୨୦୫ ଏବଂ ଗଜପତି ନିମନ୍ତେ ୪୦ କୋଟି କୃଷିଋଣ ପ୍ରଦାନ ଲାଗି ସରକାରୀ ନିର୍ଦ୍ଦେଶ ଥିଲା। ତେବେ ଗଜପତି ଜିଲାରେ ୩୩ କୋଟି ୨୩ ଲକ୍ଷ ୧୩ ହଜାର ଟଙ୍କା ୮୧୮୧ ଚାଷୀଙ୍କୁ କୃଷିଋଣ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲାରେ ୫୫,୪୦୯ ଚାଷୀ ସଭ୍ୟଙ୍କୁ ୧୭୩ କୋଟି ୯୪ ଲକ୍ଷ ୦୯ ହଜାର ଟଙ୍କା କେବଳ ଖରିଫ ଧାନ ଫସଲ ନିମନ୍ତେ କୃଷିଋଣ ଦିଆଯାଇଛି।
ସରକାରୀ ନିୟମ ପ୍ରକାରେ ଯେଉଁ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡ (କେସିି) ଥିବ ସେମାନଙ୍କୁ ହିଁ ପିଏମ୍‌ ଫସଲ ବୀମାଭୁକ୍ତ କରାଯାଇଛି ଏବଂ ବୀମାଭୁକ୍ତ ଚାଷୀଙ୍କୁ ସମବାୟ କୃଷି ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର କୃଷିଋଣ ଲଗାଣ ନିରୁତ୍ସାହଜନକ ହେଉଥିବା ବେଳେ ଚାଷୀମାନେ ସମବାୟ ବ୍ୟାଙ୍କ ଉପରେ ସବୁବର୍ଷ ନିର୍ଭର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri