ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର କିଛି ଗବେଷକ ଏକ ପ୍ରକାର ବିଷାକ୍ତ ଛତୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହାକୁ ଖାଇବା ତ ଦୂର ଛୁଇଁଲେ ମଧ୍ୟ ମୃତ୍ୟୁ ଘଟିବାର ଆଶଙ୍କା ଥିବା ଗବେଷକ କହିଛନ୍ତି। ପୃଥିବୀରେ ମିଳୁଥିବା ସମସ୍ତ ଛତୁ ମଧ୍ୟରେ ଏହା ସବୁଠାରୁ ବିଷାକ୍ତ ବୋଲି ଗବେଷକ କହିଛନ୍ତି। ଏହି ଛତୁ ଯୋଗୁ ଜାପାନ ଏବଂ ଦକ୍ଷିଣ କୋରିଆରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନେ ପାରମ୍ପରିକ ଚିକିତ୍ସାରେ ବ୍ୟବହୃତ ହେଉଥିବା ଛତୁ ମନେ କରି ଏହାକୁ ବ୍ୟବହାର କରିଥିବା କୁହାଯାଉଛି। ଏହାକୁ ଖାଇଲେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ମଧ୍ୟରେ କାମ କରିବା ବନ୍ଦ କରି ଦେଇଥାନ୍ତି। ଏହା ମସ୍ତିଷ୍କ କୋଷିକାକୁ ନଷ୍ଟ କରିଦେଇଥାଏ। ସେହିପରି ଏହାକୁ ଛୁଇଁଲେ ମଧ୍ୟ ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ଚର୍ମରେ ଅବଶୋଷିତ ହୋଇ ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି ଅଷ୍ଟ୍ରେଲିଆ ଜେମସ୍‌ କୁକ୍‌ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଏହି ବିଷାକ୍ତ ଛତୁର ସନ୍ଧାନ ୧୮୯୫ରେ ପ୍ରଥମେ ଚାଇନାରେ ମିଳିଥିଲା। ଏଭଳି ଛତୁ ପ୍ରଜାତି ଇଣ୍ଡୋନେସିଆର ସନ୍ତସନ୍ତିଆ ଅଞ୍ଚଳ ଏବଂ ପାପୁଆ ନ୍ୟୁ ଗିନିରେ ଅଧିକ ଦୃଷ୍ଟି ଗୋଚର ହୋଇଥାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ଜାମିନ ପାଇବା ପରେ ନିଶାଙ୍କ ବଡ଼ ପ୍ରତିକ୍ରିୟା, କହିଲେ ମୁଁ ଆଉ…

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ…

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ରାଜପଥରେ ବିତୁଛି  ଜୀବନ: ୭ଶହ ବର୍ଷର କୌଳିକ ବୃତ୍ତିକୁନେଇ ଘର ଚଳାଉଛନ୍ତି ବଚିଲାଲ 

କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି  ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର। କଳାହାଣ୍ଡି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri