ବିଶ୍ୱସ୍ତରୀୟ ସେବା,ସାମଗ୍ରୀ ଯୋଗାଇବ ଜୟଆଲୁକ୍କାସ୍‌

ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍‌ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍‌) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍‌ ଉଦ୍‌ଘାଟନ ଅବସରରେ ଆକର୍ଷଣୀୟ ଅଫର ପାଇପାରିବେ। ଏହି ଅତ୍ୟାଧନୁକି ଶୋ’ରୁମ୍‌ ବିଶ୍ୱସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ଶପିଂ ଅନୁଭୂତି ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟରେ ଶୋ’ରୁମ୍‌ର ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ରହିଛି। ଏହାର ଆଧୁନିକ ସାଜସଜ୍ଜା ସହ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶପିଂ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ଉଦ୍‌ଘାଟନୀ ସମାରୋହ ଅବସରରେ ଆକର୍ଷଣୀୟ ଅଫର ଦିଆଯିବ। ଗ୍ରାହକମାନେ ଶୋ’ରୁମ୍‌ ପରିଦର୍ଶନ କରି ବିଶ୍ୱସ୍ତରୀୟ ଆଧୁନିକ ଏବଂ ଉତ୍କୃଷ୍ଟ ଗହଣା ସମ୍ଭାର ଦେଖିପାରିବେ ଏବଂ ପୂର୍ବରୁ କେବେ ଦେଖି ନ ଥବା ଅତୁଳନୀୟ ଗହଣା କିଣିବାର ଅନୁଭୂତି ମଧ୍ୟ ପାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜୟ ଆଲୁକ୍କାସ୍‌ କହଛନ୍ତି, ଆମେ ଅତୁଳନୀୟ ଗହଣା କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଙ୍କଳ୍ପବଦ୍ଧ ଏବଂ ଭୁବନେଶ୍ୱରବାସୀ ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଶ୍ରେଣୀର ଅଳଙ୍କାର ସମ୍ଭାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଏଠାକାର ଅଳଙ୍କାରପ୍ରେମୀ ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ମୋର ସହଯୋଗୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଆମ ଷ୍ଟୋରର ସୁନ୍ଦର ବାତାବରଣ, ଗହଣାର ବିସ୍ତୃତ ସମ୍ଭାର, ଶ୍ରେଷ୍ଠତମ ଗ୍ରାହକ ସେବା ସହ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ଓ ଉପହାର ଗ୍ରାହକଙ୍କ ଖୁସିକୁ ଦୁଇଗୁଣିତ କରି ଦେବ। ଶୋ’ରୁମ୍‌ ଉଦ୍‌ଘାଟନୀ ସମାରୋହକୁ ଆସିବା ସହ ଏକ ଆନନ୍ଦଦାୟକ ଅଳଙ୍କାର ଶପିଂ ଅନୁଭୂତି ହାସଲ କରିବା ଲାଗି ମଁୁ ସମସ୍ତ ଭୁବନେଶ୍ୱରବାସୀଙ୍କୁ ସ୍ବାଗତ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri