‘ବିଶ୍ୱସ୍ତ, କ୍ରିୟାଶୀଳ ହେଉ ଶାସନତନ୍ତ୍ର’

ଭୋଗରାଇ, ୧୩।୧(ପ୍ରଦୀପ ଦାସ)-ସନାତନ ଧର୍ମ ସମସ୍ତ ଧର୍ମର ଆଧାର। ଏହାର ବିକଳ୍ପ ନାହଁି କି ଶେଷ ନାହଁି। ସମଗ୍ର ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ିଚାଲିଥିବା ବେଳେ ଧାର୍ମିକ ଓ ଆଧ୍ୟାମତ୍ିକ ବ୍ୟକ୍ତିବିଶେଷ ସୁରକ୍ଷିତ ନୁହନ୍ତି। ସମାଜରେ ଅରାଜକତା, ନୀତିହୀନ ରାଜନୀତି, ଅସାମାଜିକ କ୍ରିୟାକଳାପ ବଢ଼ି ଚାଲୁଥିବାବେଳେ ରାଷ୍ଟ୍ରଭକ୍ତମାନେ ଅଣ୍ଟା ଭିଡ଼ିବାକୁ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗା ସାଗରରେ ମକର ବୁଡ଼ ପକାଇବା ଉଦ୍ଦେଶ୍ୟରେ ଆସି ସୋମବାର ଏକ ଖବରଦାତା ସମ୍ମିଳନୀରେ ମତପ୍ରକାଶ କରିଛନ୍ତି।
ଗୁରୁଜୀ କହିଥିଲେ ଯେ, ଦିଶାହୀନ ରାଜନୀତି ଆମଦେଶକୁ କଳୁଷିତ କରୁଛି। ଆଧୁନିକ ଯୁଗରେ ଶାସନତନ୍ତ୍ର ବିଶ୍ୱସ୍ତ ଓ କ୍ରିୟାଶୀଳ ହେବାରେ ସକ୍ଷମ ହେଉନାହଁି। ଯାହାକି ଆମ ସଂସ୍କୃତି ଉପରେ କୁଠାରାଘାତ ସଦୃଶ୍ୟ। ଭାରତ ସମେତ ନେପାଳ, ଭୁଟାନ ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ। ଏହା ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ ସହିତ ସାରା ଭାରତରେ ଧାର୍ମିକ, ଆଧ୍ୟାମତ୍ିକ ଓ ମାନବବାଦ ବାତାବରଣ ପ୍ରତିଷ୍ଠା ହେବ। ବିକାଶଧାରାର ସୁପଳ ମିଳିବ। ପୁରୀ ଗୋବର୍ଦ୍ଧନ ପୀଠର ପରିସୀମା ଗଙ୍ଗାସାଗର ଅଧୀନରେ ଥିବାରୁ ଏହି ଧାର୍ମିକ ସ୍ଥାନକୁ କେନ୍ଦ୍ରସରକାର ଜାତୀୟ ତୀର୍ଥ ସ୍ଥାନ ଘୋଷଣା କରନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri