Posted inଫୁରସତ

ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ

ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ। ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ଫା ବୋଲି କୁହାଯାଏ। ବେକହମ୍‌ କ୍ରିକ୍‌ ଲଜ୍‌ ନାମରେ ପରିଚିତ ଏହି ଗୁମ୍ଫା ଆମେରିକାର ଅରଙ୍କସାସ୍‌ରେ ଅବସ୍ଥିତ। ଏହା ଏକ ଅପହଞ୍ଚ ଇଲାକା। ବୋମା ବିସ୍ଫୋରଣରୁ ରକ୍ଷା ପାଇବାକୁ ଗୁମ୍ଫାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଏ। ୧୯୮୮ରେ ଗୁମ୍ଫାକୁ ଏକ ହୋଟେଲ୍‌ ରୂପ ଦିଆଯାଇଥିଲା। ଯେତେବେଳେ ଏହାକୁ ହୋଟେଲ୍‌ ରୂପ ଦିଆଗଲା, ସେତେବେଳେ ପ୍ରାୟ ୨୦ ଲକ୍ଷ ଟଙ୍କା ଏହା ପଛରେ ଖର୍ଚ୍ଚ କରାଯାଇଥିଲା। ଗୁମ୍ଫା ଭିତରେ ଦୁନିଆର ସେ ସମସ୍ତ ବିଳାସପୂର୍ଣ୍ଣ ଜୀବନଯାପନର ସୁବିଧା ମିଳିଥାଏ, ଯାହା ପଞ୍ଚ ତାରକା ହୋଟେଲ୍‌ରେ ଉପଲବ୍ଧ। ଗୁମ୍ଫା ଭିତରେ ଦାମୀ ଫର୍ଣ୍ଣିଚର୍‌ ସାଙ୍ଗକୁ ଖାଦ୍ୟ ପାନୀୟର ବ୍ୟବସ୍ଥା ରହିଛି। ତା’ସହ ମନୋରମ ଜଳପ୍ରପାତ ଗୁମ୍ଫାର ଆକର୍ଷଣକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ। ଗୁମ୍ଫା ଭିତରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୧ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୧୫।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏନ୍‌ଏସି ୱାର୍ଡ ନଂ.୧୬ ଡୁମେରଡିହିର ଅବତ ରାମ ରାଉତଙ୍କ ଝିଅ ପ୍ରିୟା ରାଉତ(୮) ଜନ୍ମରୁ ବିକଳାଙ୍ଗ…

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

କଳାହାଣ୍ଡି ଜଳସେଚନ ବିଭାଗ: ଜାଲ୍‌ ଦସ୍ତଖତ କରି ଟେଣ୍ଡର ଫିକ୍ସିଂ ଅଭିଯୋଗ, ଫୋରେନ୍‌ସିକ ଯାଞ୍ଚ ଦାବିକଲା…

ଭବାନୀପାଟଣା,୧୫।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ମେଗା ଟେଣ୍ଡରକୁ ନେଇ ଆସିଛି ସଙ୍ଗିନ ଅଭିଯୋଗ। ଜଣେ ଠିକାଦାରଙ୍କ ନାମରେ ଜାଲ୍‌…

ଭୟଙ୍କର ରୂପ ନେଲା ଯୁଦ୍ଧ: ୟୁକ୍ରେନ ଉପରେ ୩ହଜାର କେଜିର ବୋମା ମାଡ଼, ସାରା ବିଶ୍ୱ ସ୍ତବ୍ଧ

ରୁଷିଆ,୧୫।୭: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅନ୍ତର୍ଗତ ଓରିଖୋଭ ସହର ଉପରେ…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri