Posted inଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାଓ୍ବନ; ଦଳରେ ପନ୍ତ ସାମିଲ

ସାଉଥାମ୍ପ୍‌ଟନ,୨୦।୬(ପି.ଟି.)- ଭାରତୀୟ ତାରକା ଓପ୍‌ନର ଶିଖର ଧାଓ୍ବନ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ୩ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଥିଲେ। ତେବେ ଆଘାତ ସମସ୍ୟାରେ ଆଶାନୁରୂପ ସୁଧାର ନ ଆସିବାରୁ ଓ ସମ୍ପୂର୍ଣ୍ଣ ଫିଟ୍‌ ହେବାର କୌଣସି ସମ୍ଭାବନା ନ ଥିବାରୁ ଶେଷରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ୩୩ ବର୍ଷୀୟ ଧାଓ୍ବନ ଗତ ୯ ତାରିଖରେ ଲଣ୍ଡନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବାମହାତ ବୁଢ଼ାଆଙ୍ଗୁଠିରେ ଆଘାତ ପାଇଥିଲେ। ଫଳରେ ତାଙ୍କୁ ସେତେବେଳେ ୧୬ ତାରିଖରେ ଖେଳାଯାଇଥିବା ପାକିସ୍ତାନ, ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ଓ ୨୭ ତାରିଖରେ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ଧାଓ୍ବନଙ୍କ ବଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।
ବାମହାତ ବୁଢ଼ାଆଙ୍ଗୁଠି ମୂଳରେ ଧାଓ୍ବନ ଆଘାତ ପାଇଥିଲେ। ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ତାଙ୍କ ଆଙ୍ଗୁଠିରେ ପ୍ଲାଷ୍ଟର ରହିବ। ଏଥିଲାଗି ତାଙ୍କୁ ବିଶ୍ୱକପ୍‌ରୁ ବାଦ୍‌ ଦେବାକୁ ହେଲା ବୋଲି ଟିମ୍‌ ଇଣ୍ଡିଆ ଆଡ୍‌ମିନିଷ୍ଟ୍ରେଟିଭ ମ୍ୟାନେଜର ସୁନୀଲ ସୁବ୍ର୍ୟମନିୟମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଧାଓ୍ବନଙ୍କ ବଦଳରେ ପନ୍ତଙ୍କୁ ଦଳରେ ସାମିଲ କରିବା ନେଇ ଆମେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି। ମାତ୍ର ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ପନ୍ତଙ୍କର ଅଭିଜ୍ଞତା ସେତେଟା ନାହିଁ। ତେବେ ତାଙ୍କ ନିର୍ଭୀକ ଖେଳିବାଶୈଳୀ ଭାରତ ପାଇଁ ଚଳିତ ବିଶ୍ୱକପ୍‌ରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ସେ ପୂର୍ବରୁ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଅଛନ୍ତି।
ଜୁନ୍‌ ୩୦ ତାରିଖରେ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବେଳକୁ ଧାଓ୍ବନ ଫିଟ୍‌ ହେବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାଙ୍କ ଆଘାତ ସମସ୍ୟାରେ ସେତେଟା ସୁଧାର ଆସିନାହିଁ। ଆହତ ହୋଇ ଯନ୍ତ୍ରଣା ପାଇବା ସତ୍ତ୍ୱେ ମଧ୍ୟ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଠିକ୍‌ ସମୟ ସୁଦ୍ଧା ସେ ସମ୍ପୂର୍ଣ୍ଣ ଫିଟ୍‌ ହେବା ଆଶା କ୍ଷୀଣ ରହିଥିଲା। ତେବେ ତାଙ୍କ ବଦଳ ଖେଳାଳି ଘୋଷଣା କରିବାକୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଅନିଚ୍ଛୁକ ଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପନ୍ତଙ୍କୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ କଭରଅପ୍‌ ଖେଳାଳି ଭାବେ ସାମିଲ କରିଥିଲା ଓ ଧାଓ୍ବନଙ୍କ ଇଞ୍ଜୁରିରେ କେତେ ଉନ୍ନତି ହେଉଛି, ତାକୁ ମଧ୍ୟ ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ଧାଓ୍ବନଙ୍କ ସ୍ଥିତିରେ ଆଶାନୁରୂପ ଉନ୍ନତି ନ ହେବା ପରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଶେଷରେ ପନ୍ତଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଥିଲା।
ପନ୍ତଙ୍କୁ ପ୍ରଥମେ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇ ନ ଥିଲା। ଗତ ଏକ ବର୍ଷ ହେବ ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇ ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା। ଏବେ ପନ୍ତଙ୍କୁ ବିଶ୍ୱକପ୍‌ ଖେଳିବାର ସୁଯୋଗ ମିଳିବ। ଟିମ୍‌ ମ୍ୟାନେଜ୍‌ମେଣ୍ଟର ଏହି ନିଷ୍ପତ୍ତିକୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ସ୍ବାଗତ କରିଛନ୍ତି। ପନ୍ତ ଦଳରେ ସ୍ଥାନ ପାଇବା ପାଇଁ ହକ୍‌ ରଖୁଛନ୍ତି ବୋଲି ସେ କହିଛନ୍ତି। ଭାରତର ଗତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଶତକ ହାସଲ କରି ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ସେ ୧୬୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ରେଟ୍‌ରେ ୪୮୮ ରନ୍‌ ସଂଗ୍ରହ କରିଥିଲେ। ଧାଓ୍ବନଙ୍କୁ ବାଦ୍‌ ଦେଲେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି।
ଯଦି ପନ୍ତଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରା ନ ଯାଏ, ତେବେ ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୩ ଜଣ ଖେଳାଳିଙ୍କ ମଧ୍ୟରୁ ଦଳ ଚୟନ କରିବ। ପୁଣି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଭୁବନେଶ୍ୱର କୁମାର ଆଗାମୀ ୩ଟି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ଟିମ୍‌ ଫିଜିଓ ପାଟ୍ରିକ ଫରହାର୍ଟ ଭୁବନେଶ୍ୱରଙ୍କ ଇଞ୍ଜୁରି ସମସ୍ୟାର ଆକଳନ କରୁଛନ୍ତି ବୋଲି ଟିମ୍‌ ଟ୍ରେନର ଶଙ୍କର ବସୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri