ବିଶ୍ୱ ସ୍ତରରେ ବଢିବେ ୨୫ ଲକ୍ଷ ବେକାରୀ

ଜାତିସଂଘ,୨୨-୧: ସାରା ବିଶ୍ୱରେ ବେକାରୀ ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରୀ ହାର ବଢିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି ଲୋକ କିଛି ଘଣ୍ଟା ପାଇଁ କାମ କରୁଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ(ଆଇଏଲ୍‌ଓ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ପ୍ରକାଶ ପାଇଥିବା ଓ୍ବାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟଲୁକ: ଟ୍ରେଣ୍ଡସ ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ଗତ ୯ ବର୍ଷ ହେବ ବିଶ୍ୱ ସ୍ତରରେ ବେକାରୀ ହାର ସ୍ଥିର ରହିଥିଲା। ଏବେ ମାନ୍ଦାବସ୍ଥା ଥିବା ବେଳେ ଶ୍ରମଶକ୍ତି ବଢୁଛି। ଅଧିକ ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଫଳରେ ନିଯୁକ୍ତି ବଜାରରେ ନୂଆ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ହେଉଥିବା ରିପୋର୍ଟରେ କୁହାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ କାମ କରି ଏକ ଉନ୍ନତ ଜୀବନ ଧାରଣ ମାନ ହାସଲ କରିବା ନିୟୁତାଧିକ ଲୋକଙ୍କ ଲାଗି କଷ୍ଟସାଧ୍ୟ ହେବ ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି।
ରିପୋର୍ଟ ମୁତାବକ ବିଶ୍ୱ ସ୍ତରରେ ଏବେ ପ୍ରାୟ ୧୮୮ ନିୟୁତ ଲୋକ ବେକାର ଅଛନ୍ତି। ଅତିରିକ୍ତ ୧୬୫ ନିୟୁତଙ୍କୁ ପର୍ଯ୍ୟାପ୍ତ କାମ ମିଳୁନାହିଁ। ୧୨୦ ନିୟୁତ ଲୋକ କାମ ଖୋଜିବା ବାଦ ଦେଇଛନ୍ତି କିମ୍ବା ଶ୍ରମ ବଜାର ସହ ସେମାନଙ୍କର ପ୍ରତ୍ୟକ୍ଷ ଭାବେ ସମ୍ପର୍କ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ସ୍ତରରେ ୪୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶଗୁଡିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସେମାନଙ୍କ ବିକାଶ ଗତି ଶିଥିଳ ହୋଇଛି। ଆଫ୍ରିକାର କିଛି ଦେଶ ଏବେ ଅଭିବୃଦ୍ଧି ନ କରି ସ୍ଥିିର ଅବସ୍ଥାରେ ରହିଥିବା କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଭଳି ବିଭିନ୍ନ କାରଣ ଯୋଗୁ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ। ଏହି ଆଧାରରେ ଆଫ୍ରିକାର ଅନେକ ଦେଶର ପ୍ରକୃତ ଆୟ କମିବା ସହ ଦାରିଦ୍ର୍ୟ ବଢୁଛି। ୨୦୨୦-୨୧ରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ଦାରିଦ୍ର୍ୟତା ବଢିବ ବୋଲି ଆଇଏଲଓ ଏହାର ରିପୋର୍ଟରେ କହିଛି। ଏଭଳି କାରଣ ଯୋଗୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ-୧ ହାସଲ କରିବା କଷ୍ଟକର ହେଉଥିବା କୁହାଯାଇଛି।
ବର୍ତ୍ତମାନ ୬୩୦ ନିୟୁତ ଶ୍ରମିକଙ୍କ କ୍ଷେତ୍ରରେ ଦାରିଦ୍ର୍ୟତା ଦେଖାଯାଏ। ବିଶ୍ୱର ମୋଟ କାର୍ଯ୍ୟ କରୁଥିବା ଜନସଂଖ୍ୟାର ଏହା ଏକ ପଞ୍ଚମାଂଶ। ଲିଙ୍ଗଗତ ଅସମାନତା, ବୟସ, ଭୌଗୋଳିକ ଅବସ୍ଥିତି ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଉଛି। ଏହା ଦ୍ୱାରା ବ୍ୟକ୍ତିବିଶେଷଙ୍କ ଲାଗି ରହିଥିବା ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧି ସଙ୍କୁଚିତ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୪ ବର୍ଷର ୨୬୭ ନିୟୁତ ଯୁବବର୍ଗ ଶିକ୍ଷା, ତାଲିମ କିମ୍ବା ଚାକିରିରେ ନାହାନ୍ତି। ଏହା ସହ ଅନେକ ଲୋକ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ବାଣିଜ୍ୟ କଟକଣା, ସଂରକ୍ଷଣବାଦ ମଧ୍ୟ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ଚିନ୍ତାର କାରଣ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri